Posted inଜାତୀୟ

ଟଏଲେଟ୍‌ ସହ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

ଭୋପାଳ,୧୦।୧୦:ଘରେ ଘରେ ପାଇଖାନା ଲାଗି ସଚେତନତା ସୃଷ୍ଟି ପାଇଁ ମଧ୍ୟପ୍ରଦେଶ ସରକାର ଏକ ଅଭିନବ ଉପାୟ ଆପଣାଇଛନ୍ତି। ବିବାହ ସ୍ଥିର ହୋଇଥିବା ବର ଯଦି ପାଇଖାନାରେ ସେଲଫି ଉଠାଇ ପଠାନ୍ତି, ତେବେ କନ୍ୟାଙ୍କୁ ୫୧ ହଜାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୩ଟି କିସ୍ତିରେ ଏହି ଟଙ୍କା ପ୍ରଦାନ କରାଯିବ। ପ୍ରଥମେ ୪୩ ହଜାର କନ୍ୟାର ବ୍ୟାଙ୍କ୍‌ ଆକାଉଣ୍ଟକୁ ଦିଆଯିବ। ଆଉ ୫ ହଜାର ବିବାହ ଜିନିଷ ପତ୍ର କିଣା ପାଇଁ ଦିଆଯିବ। ବାକି ୩ ହଜାର ଟଙ୍କା ଉପହାର ସ୍ବରୂପ ଦିଆଯିବ। ସୂଚନାଯୋଗ୍ୟ, ସ୍ବଚ୍ଛ ଭାରତ ଯୋଜନା ଅନୁଯାୟୀ ପ୍ରତି ଘରେ ଘରେ ସରକାର ପାଇଖାନା ଯୋଗାଇ ଦେଇଛନ୍ତି। କିନ୍ତୁ ଅନେକଙ୍କ ଘରେ ଆଜିବି ପାଇଖାନା ନାହିଁ। ମଧ୍ୟପ୍ରଦେଶ ସରକାରଙ୍କ ଏଭଳି ଯୋଜନା ପ୍ରତି ଘରେ ପାଇଖାନା ତିଆରି ପାଇଁ ଆହୁରି ପ୍ରୋତ୍ସାହିତ କରିବ .େବାଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଏସି ନିକଟରେ ଚାଇନାର ଫାଇଟର ଜେଟକୁ ଦେଖି ଭାରତର ଚେତାବନୀ, ଉସକାଇବାକୁ ନ କର ପ୍ରୟାସ

ନୂଆଦିଲ୍ଲୀ,୫ ।୮: ଭାରତ ଓ ଚାଇନା ମଧ୍ୟରେ ଲଗାତାର ଉତ୍ତେଜନା ଲାଗି ରହିଛି । ଚାଇନା ସେନା ପକ୍ଷରୁ ସୀମାରେ ସର୍ବଦା ଉସକାଇବା ଭଳି କାମ...

ବାଂଲାଦେଶ ଉପରେ ଚାଇନା ନଜର, ଭାରତ ପାଇଁ ସତର୍କ ଘଣ୍ଟି…

ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ମ୍ୟାନ୍‌ମାର ଏବଂ ଭୁଟାନରେ ନିଜର ବିସ୍ତାରବାଦୀ କାର୍ଯ୍ୟ ଜାରି ରଖିଥିବା ଚାଇନାରର ନଜର ଏବେ ବାଂଲାଦେଶ ଉପରେ ପଡ଼ିଛି। ବାଂଲାଦେଶରେ...

ଭବିଷ୍ୟବାଣୀ: ଫଡନବିଶ ମୁଖ୍ୟମନ୍ତ୍ରୀ, ସିନ୍ଧେ ଉପମୁଖ୍ୟମନ୍ତ୍ରୀ, ହେଲେ ଏବେ ନୁହେଁ

ମୁ୍‌ମ୍ବାଇ,୨୮ ।୭: ଭିଲୱାଡାର କାରୋଇ ଗାଁକୁ ଜ୍ୟୋତିଷ ନଗରୀ ବୋଲି କୁହାଯାଏ । ଯେଉଁ ବୟସରେ ଦେଶର ଶିଶୁ କଥା କହିବା ଓ ଏବିସିଡି ଶିଖିଥାଆନ୍ତି,...

ନୌସେନାର ନୂଆ ପତାକା ଉନ୍ମୋଚିତ

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେରଳର କୋଚି ଶିପ୍‌ୟାର୍ଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ବିମାନବାହୀ ଯୁଦ୍ଧଜାହାଜର ଜଳାବତରଣ କରିବା ଅବସରରେ ନୌସେନାର...

ବ୍ୟବସ୍ଥା ଭୁଶୁଡ଼ିଛି

ନୂଆଦିଲ୍ଲୀ,୨୪ା୪: ମହାମାରୀ କରୋନା ନାହିଁ ନ ଥିବା ସଙ୍କଟ ସୃଷ୍ଟି କରିଛି। ଦେଶର ହସ୍ପିଟାଲଗୁଡ଼ିକରେ ବେଡ୍‌, ଅକ୍ସିଜେନ, ଇଞ୍ଜେକ୍ସନ ଓ ଅନ୍ୟ ଜରୁରୀ ଔଷଧର ଘୋର...

ଦିଦିରୁ ଦେବୀ ହେବାକୁ ଯାଉଛନ୍ତି ମମତା: ଭାଜପା କହିଲା ହିନ୍ଦୁଙ୍କ ଅପମାନ

କୋଲକାତା,୩ ।୯: ପାଖେଇ ଆସୁଛି ପାର୍ବଣ ଋତୁ । ଆଉ କେଇଟା ଦିନ ପରେ ସାରା ଦେଶରେ ପାଳନ କରାଯିବ ଦୁର୍ଗାପୂଜା । ଏଥିପାଇଁ ପ୍ରସ୍ତୁତି...

ଓମିକ୍ରନ୍ ଯୋଗୁଁ ଫେବୃୟାରୀରେ ଆସିବ କରୋନାର ତୃତୀୟ ଲହର: ଆଇଆଇଟି ବମ୍ବେ

ମୁମ୍ବାଇ,୭ ।୧୨: କରୋନା ମହାମାରୀର ତାଣ୍ଡବ ଧୀରେ ଧୀରେ କମି ଆସୁଥିବା ବେଳେ ପୁଣିଥରେ ଚିନ୍ତାରେ ପକାଇଛି ଓମିକ୍ରନ୍ ଭାରିଏଣ୍ଟ । ଏହାଯୋଗୁ ଦେଶରେ ବିପଦ...

ଶ୍ରଦ୍ଧାଳୁଙ୍କୁ ଚାରିଧାମ ଯାତ୍ରା ମନା

ଡେରାଡୁନ,୨୮।୬: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ଚାରିଧାମ ଯାତ୍ରା ଉପରେ ରୋକ ଲଗାଇଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ଜୁଲାଇ ୭ପର୍ଯ୍ୟନ୍ତ...

Advertisement
Archives

Model This Week