ଝିଅ ସହ ଫଟୋ ଶେୟାର କଲେ ଅମିତାଭ: କହିଲେ, ଜଣାପଡ଼ିଲାନି କେତେ ଶୀଘ୍ର ହୋଇଗଲା ବଡ଼

ମୁମ୍ବାଇ: ବଲିଉଡ୍‌ ସେହେନ୍ସା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ନିଜର କିଛି ନା କିଛି ଫଟୋ ଓ ଭିଡିଓକୁ ଶେୟାର କରିଥାନ୍ତି। ଝିଅ ଶ୍ୱେତା ବଚ୍ଚନଙ୍କ ସହ ତାଙ୍କର ସ୍ପେଶିଆଲ ବଣ୍ଡିଂ ରହିଛି। ତେବେ ଏହାରି ଭିତରେ ଅମିତାଭ ଶ୍ୱେତାଙ୍କ ଏକ ବହୁ ପୁରୁଣା ଓ ବର୍ତ୍ତମାନର ଫଟୋକୁ ଶେୟାର କରିଛନ୍ତି। ଫଟୋରେ ସେ ନିଜ ଝିଅଙ୍କ ସହ ନଜର ଆସିଥିବା ବେଳେ ଏହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ବିଗ ବି ସୋସିଆଲ ମିଡିଆରେ ଶେୟାର କରିଥିବା ପ୍ରଥମ ଫଟୋଟି ବହୁ ପୁରୁଣା ହୋଇଥିବା ବେଳେ ଶ୍ୱେତାଙ୍କ ପିଲା ବେଳର। ଏଥିରେ ଅମିତାଭ ତାଙ୍କୁ ଡ୍ରେସ୍‌ ପିନ୍ଧାଇ ଦେଉଥିବା ଦେଖିବାକୁ ମିଳିଛି। ସେହିପରି ଦ୍ୱିତୀୟଟିରେ ଶ୍ୱେତାଙ୍କ ବର୍ତ୍ତମାନର ଫଟୋ ରହିଛି। ଶେୟାର କରିବା ସହ ଅମିତାଭ ନିଜ କ୍ୟାପସନ୍‌ରେ ଲେଖିଛନ୍ତି, ଗୋଟିଏ ଦିନ ଥିଲା ସେ ଏଭଳି ଥିଲା…ଆଉ ଜଣା ବି ପଡ଼ିଲାନି କେବେ ସେ ବଡ଼ ହୋଇଗଲା। ବାପ ଝିଅଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବହୁଥର ଶ୍ୱେତାଙ୍କୁ ମା’ ଜୟା ବଚ୍ଚନ ଓ ବାପା ଅମିତାଭ ବଚ୍ଚନଙ୍କ ସହ ସ୍ପଟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ୍‌କୁ ନେଇ ସାମ୍ନାକୁ ଆସିଲା ଅଜୟଙ୍କ ନୂଆ ଗୀତ

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳିଯାଇଛି। ଭାରତ ମଧ୍ୟ ଏହି କବଳରୁ ବର୍ତ୍ତପାରିନାହିଁ। ଏଭଳି ସ୍ଥିତିରେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆ ଜରିଆରେ...

ଏଥର ଡବଲ ରୋଲ୍‌

ଅଭିନେତା ଜ୍ୟୋତିଙ୍କ ଖୁସି କହିଲେ ନ ସରେ। କାରଣ ଓଡ଼ିଆ ସିନେମାରେ ସେ ପ୍ରଥମ ଥର ପାଇଁ ଡବଲ ରୋଲ୍‌ରେ ଅଭିନୟ କରିବେ। ଫିଲ୍ମଟି ହେଲା...

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪: ବଲିଉଡ୍‌ର ସୁପରଷ୍ଟାର ତଥା ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ...

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଗୋଟିଏ ପାଦ ଆଗେଇଲେ ସୋନୁ: ଏହି ଆପ୍‌ ଜରିଆରେ ଯୋଗାଇବେ ରୋଜଗାର

ମୁମ୍ବାଇ: କରୋନା ଲକ୍‌ଡାଉନ ସମୟରେ ଦେବଦୂତ ସାଜି ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟ ଓ ଘରକୁ ପଠାଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ଅଭିନେତା...

କଳିଙ୍ଗ ଷ୍ଟୁଡିଓ କଟ୍‌ ଇଟ୍‌…

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଆଶାଭରସା କଳିଙ୍ଗ ଷ୍ଟୁଡିଓ ନିର୍ମାଣ ଆରମ୍ଭରୁ ଏଯାବତ୍‌ କେବଳ ଝଡ଼ଝଞ୍ଜା ମଧ୍ୟରେ ସଂଗ୍ରାମ କରିଚାଲିଛି। ୧୯୭୬ରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ...

ସେନା ଅଧିକାରୀ ଭୂମିକାରେ ଆୟୁଷ

ମୁମ୍ବାଇ: ‘ଲଭ୍‌ ୟାତ୍ରୀ’ରେ ଡେବ୍ୟୁ କରିଥିବା ଅଭିନେତା ଆୟୁଷ ଶର୍ମା ‘କ୍ୱଥା’ରେ ସେନା ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏହି ଆକ୍ସନ-ଡ୍ରାମା ଫିଲ୍ମରେ ଅଭିନୟ ଲାଗି...

ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ

ମୁମ୍ବାଇ,୨୬।୧: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ...

ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ

ଚେନ୍ନାଇ, ୧୭।୬: ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡିଛନ୍ତି। ହୃଦଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *