Posted inଜାତୀୟ

ଝିଅବିଦା ପୂର୍ବରୁ ବରଙ୍କୁ ହେଲମେଟ୍‌ ପିନ୍ଧାଇଲେ କନ୍ୟା

ମିରଟ,୧।୭: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଏବେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଘରେ ଘରେ ପହଞ୍ଚିଥିବା ପରି ମନେହେଉଛି। ଏହାର ସଦ୍ୟତମ ଉଦାହରଣ ମିରଟର ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ଜଣେ ଝିଅ ବାଇକ୍‌ରେ ବିଦାହୋଇଛନ୍ତି। ତେବେ ବିଦା ହେବା ପୂର୍ବରୁ ନବବିବାହିତା କନ୍ୟା ବରଙ୍କୁ ହେଲମେଟ୍‌ ପିନ୍ଧାଇବା ପରେ ଗାଡ଼ିରେ ବସିଛନ୍ତି। ଏହି ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ଆଶୀର୍ବାଦ ରିସୋର୍ଟରେ ଏକ ସାମୁହିକ ବିବାହରେ କନ୍ୟା ନଜମାଙ୍କ ବିବାହ ବର ନଦିମ୍‌ଙ୍କ ସହିତ ହୋଇଥିଲା। ବିବାହ ପରେ ନଦିମ୍‌ ନଜ୍‌ମାଙ୍କୁ ନେବାକୁ ବାଇକ୍‌ ଧରି ପହଞ୍ଚିଥିଲେ। ତେବେ ନଜ୍‌ମା ବାଇକ୍‌ରେ ବସିବା ପୂର୍ବରୁ ନଦିମ୍‌ଙ୍କୁ ହେଲମେଟ୍‌ ପିନ୍ଧାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୩୫୦୦ ଲୋକଙ୍କୁ ସ୍ଥାନାନ୍ତର

ମୁମ୍ବାଇ, ୨୩।୧୦: ଦକ୍ଷିଣ ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ଥିବା ଏକ ସପିଂ ମଲ୍‌ରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ମାତ୍ର...

ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ କରିବା ଲାଗି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ

ପାଟନା,୨୬।୫: ବିହାରରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ବିପର୍ଯ୍ୟୟ ଅବସ୍ଥାରେ ପଡ଼ି ରହିଛି। ସାମାନ୍ୟ ଚିକିତ୍ସା ଲାଗି ବି ଲୋକଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି। ବର୍ତ୍ତମାନ...

ମୋଦି ସୁନାମୀରେ ଭାସିଗଲା ବିପକ୍ଷ ଦୁର୍ଗ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ରେକର୍ଡ ସଂଖ୍ୟକ ଆସନରେ ବିଜୟ ଲାଭ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ସଂଖ୍ୟକ ଆସନରେ...

ଆଜି ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୯।୧୧:ଉତ୍ତରପ୍ରଦେଶ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶକୁ ସମ୍ବୋଧିତ କରିବେ। ସେ ସକାଳ ନଅଟା ବେଳେ ଦେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।...

ବିବେକ ଓବରୟଙ୍କ ଘର ଉପରେ ଚଢାଉ

ମୁମ୍ବାଇ,୧୫ ।୧୦: ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଚଢାଉ କରାଯାଇଛି । ବେଙ୍ଗାଲୁରୁ ପୋଲିସର ୨ ଜଣ ଇନସ୍‌ପେକ୍ଟର ଗୁରୁବାର...

ପୁଲଓ୍ବାମା ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ମୃତ

ପୁଲଓ୍ବାମା,୨।୬: ଜମ୍ମୁ-କଶ୍ମୀରରେ ହୋଇଥିବା ଏନ୍‌କାଉଣ୍ଟରରେ ମଙ୍ଗଳବାର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସାଇମଙ୍ଗ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହି ଏନ୍‌କାଉଣ୍ଟର କରାଯାଇଛି। ସୋମବାର...

ପାହାଡ଼ରେ ଭରି ରହିଛି ହୀରା: ଖୋଲିବା ଆରମ୍ଭ କଲେ ଲୋକେ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

କୋହିମା,୨୮।୧୧: ନାଗାଲାଣ୍ଡରେ ଏବେ ହୀରା ଲୋଭରେ ଲୋକେ ଏକ ପାହାଡ଼କୁ ଖୋଳିବା ଆରମ୍ଭ କରିଛନ୍ତି। ମୋନ୍‌ ଜିଲାର ଓ୍ବାନଚିଙ୍ଗ୍‌ ଗାଁରେ ଥିବା ପାହାଡ଼ରେ ହୀରା ମିଳୁଥିବାଖବର...

ସ୍ବର୍ଗତା ସୁଷମାଙ୍କ ଜନ୍ମଦିନରେ ମନେପକାଇଲେ ମୋଦି, ଶାହା

ନୂଆଦିଲ୍ଲୀ,୧୪।୨: ଭାରତୀୟ ରାଜନୀତିର ଲୋକପ୍ରିୟ ତଥା ଭାଜପାର ବରିଷ୍ଠ ନେତ୍ରୀ ସ୍ବର୍ଗତା ସୁଷମା ସ୍ବରାଜଙ୍କ ଶୁକ୍ରବାର ୬୮ତମ ଜନ୍ମଦିନ। ୧୯୫୨ ଫେବୃୟାରୀ ୧୪ରେ ପଞ୍ଜାବର ଅମ୍ବାଲାରେ...

Advertisement


Archives

Model This Week