ଝିଅଙ୍କୁ କପି ଦେବାକୁ ଯାଇ ସ୍କୁଲ ପାଚେରିରୁ ଖସିପଡ଼ିଲେ ବାପା, ନାକ ଫାଟିଲା

ପରଜଙ୍ଗ,୨୨।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ଗଡ଼ପଳାଶୁଣି ହାଇସ୍କୁଲରେ ଶନିବାର ମାଟ୍ରିକ୍‌ ପରୀକ୍ଷା ଚାଲିଥିଲା। ଏହି ସମୟରେ କପି ଦେବାକୁ ଯାଇଥିବା ଜଣେ ବ୍ୟକ୍ତି ସ୍କୁଲ ପାଚେରିରୁ ଖସି ପଡ଼ି ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଫାଣ୍ଡି ଅଧୀନ ପଥରଗଡ଼ ଗ୍ରାମର ଡମ୍ବରୁ ସାହୁ।

ସୂଚନାଯୋଗ୍ୟ, ଗଡ଼ପଳାଶୁଣି ହାଇସ୍କୁଲରେ ଡମ୍ବରୁଙ୍କ ଝିଅ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି। ଶନିବାର ପୂର୍ବାହ୍ନରେ ଝିଅଙ୍କୁ କପି ଦେବାକୁ ଡମ୍ବରୁ ସ୍କୁଲ ପାଚେରି ଉପରେ ଚଢ଼ିଥିଲେ। ଏପରିକି ସେ ସେଠାରେ ନିୟୋଜିତ ଥିବା ଏପିଆର୍‌ କନଷ୍ଟେବଳଙ୍କୁ ଛାଡ଼ି ଦେବାକୁ କହିଥିଲେ। ଏଥିରେ କନଷ୍ଟେବଳ ରାଜି ନ ହେବାରୁ ଡମ୍ବରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ କନଷ୍ଟେବଳ ଡମ୍ବରୁଙ୍କୁ ତଡ଼ିବାରୁ ସେ ପାଚେରି ଉପରୁ ଡେଇଁ ପଡିଥିଲେ। ଏଣୁ ସେ ମୁହଁମାଡ଼ି ତଳେ ପଡିଯିବାରୁ ନାକରେ ଆଘାତ ଲାଗିଥିଲା। ଖବରପାଇ ପୋଲିସ ନିଜ ଗାଡ଼ିରେ ତାଙ୍କୁ ପ୍ରଥମେ ମହାବିରୋଡ଼ ଓ ପରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।

ଘଟଣା ସମ୍ପର୍କରେ ଡମ୍ବରୁ କୁହନ୍ତି, ପୋଲିସ କପି ଦେବାକୁ ନ ଛାଡ଼ିବାରୁ ଟିକେ ଗାଳି କରିଦେଇଥିଲି। ପୋଲିସ ତଡ଼ି ଆଣିବାରୁ ପାଚେରି ଉପରୁ ଡେଇଁ ପଡିଲି। ଫଳରେ ନାକ ଫାଟିଯାଇଛି। ତେବେ ସେହି ସମୟରେ ପୋଲିସ ପାହାରେ ପିଟି ଦେଇଥିଲା। କିନ୍ତୁ ଏ ବିଷୟରେ ପୋଲିସ ନାମରେ ସେ ଥାନାରେ କୌଣସି ଅଭିଯୋଗ କରି ନ ଥିବା କହିଛନ୍ତି।

ଏ ବିଷୟରେ ଥାନାଧିକାରୀ ସନ୍ତୋଷ ପ୍ରଧାନ କୁହନ୍ତି, ପାଚେରିରୁ ଡେଇଁ ପଡିବାରୁ ଡମ୍ବରୁ ମୁହଁ ମାଡି ତଳେ ପଡି ଯାଇଥିଲେ। ଫଳରେ ନାକରେ ଆଘାତ ଲାଗଛି। ତାଙ୍କୁ ଚିକିତ୍ସା କରାଯାଇଛି। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭୟରେ ପୋଲିସ ତାଙ୍କୁ ପିଟିଥିବା ଡମ୍ବରୁ କହୁଛନ୍ତି। ଏହା ସତ୍ୟ ହୋଇ ନ ଥିବା ତଦନ୍ତରୁ ଜଣାପଡିଛ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍‌: ଚଳନ୍ତା ବାଇକ୍‌ରୁ ଟଙ୍କା ଛଡ଼ାଇବା ବେଳେ ଖସିପଡ଼ି ମହିଳା ଗୁରୁତର

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଅନଙ୍ଗପୁର ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଜଣେ ଦମ୍ପତିଙ୍କଠାରୁ ୩୫ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।୨ଜଣ ଅଜଣା...

ଗୋଟିଏ ପଦବୀ ପାଇଁ ଲଢ଼ିବେ ସ୍ବାମୀ,ସ୍ତ୍ରୀ

ନୂଆଗାଁ,୨୩।୧(ଡି.ଏନ.ଏ.): ରାଜନୀତିରେ ନାହିଁ ପାରିବାରିକ ସମ୍ପର୍କ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍‌ ପାରାଢିପି ପଞ୍ଚାୟତରେ ଏକ ଦମ୍ପତି ଗୋଟିଏ ପଦବୀ ପାଇଁ ନିର୍ବାଚନ ମଇଦାନକୁ...

ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟିତ

ଛେଣ୍ଡିପଦା,୨ା୯(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କୋଶଳା ପଞ୍ଚାୟତ ଶିମିଳିସାହି ପ୍ରାଥମିକ ବିଦ୍ୟାଳୟର ନବ ନିର୍ମିତ ଶ୍ରେଣୀ ଗୃହ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଗଣେଶ ପୂଜା ପାଳନ ଅବସରରେ...

ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଆଜି ଅପରାହ୍ନ ୫ଟାରେ ଛତିଶା ନିଯୋଗ ବୈଠକ ବସିବ। ପୁରୀ ବଡ଼ଦାଣ୍ଡସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ  ହେବ। ନୂତନ ଭାବେ...

ନନ୍ଦନକାନନରେ ଧଳା ବାଘୁଣୀ ରୁପା ଜନ୍ମ କଲା ପ୍ରଥମ ଶାବକ

ବାରଙ୍ଗ,୧୧।୩(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ରୁପା ଶୁକ୍ରବାର ସକାଳେ ତାର ପ୍ରଥମ ଶାବକ ଜନ୍ମ ଦେଇଛି। ବାଘ ଶାବକର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଏବେ ସ୍ବତନ୍ତ୍ର...

ଭଦ୍ରକରେ ୨୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣକୁ ବାଦ୍‌ ଦେଲେ ସମସ୍ତେ ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଅଫିସ,୨୨।୮: ଭଦ୍ରକ ଜିଲାରେ ଶନିବାର ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୭ରେ ପହଞ୍ଚିଛି।...

ଭୋଟ ପୂର୍ବରୁ ଚାଲିଗଲା ସରପଞ୍ଚ ପ୍ରାର୍ଥୀଙ୍କ ଜୀବନ, ନିର୍ବାଚନ ସ୍ଥଗିତ

ବରଗଡ଼ ଅଫିସ,୧୬।୨ : ବରଗଡ଼ ଜିଲାରେ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ହୃଦଘାତରେ ପରଲୋକ ହୋଇଛି। ସେ ମଙ୍ଗଳବାର...

ଧାନକିଣା ବନ୍ଦ କଲେ ଲ୍ୟାମ୍ପ୍‌ସ କର୍ମଚାରୀ

ଚମ୍ପୁଆ,୨୮।୧(ଡି.ଏନ.ଏ) ଉପଯୁକ୍ତ ମାସ ଦିଆ ନ ଯିବାରୁ ଧାନ କିଣା ସମୟରେ ହଇରାଣ ହେଉଥିବା ଅଭିଯୋଗରେ ଚମ୍ପୁଆ ଲ୍ୟାମ୍ପସର ସମସ୍ତ କର୍ମଚାରୀ ଧାନକିଣା ବନ୍ଦ କରିଛନ୍ତି।...

Advertisement
Archives

Model This Week