ଝିଅଙ୍କୁ କପି ଦେବାକୁ ଯାଇ ସ୍କୁଲ ପାଚେରିରୁ ଖସିପଡ଼ିଲେ ବାପା, ନାକ ଫାଟିଲା

ପରଜଙ୍ଗ,୨୨।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ଗଡ଼ପଳାଶୁଣି ହାଇସ୍କୁଲରେ ଶନିବାର ମାଟ୍ରିକ୍‌ ପରୀକ୍ଷା ଚାଲିଥିଲା। ଏହି ସମୟରେ କପି ଦେବାକୁ ଯାଇଥିବା ଜଣେ ବ୍ୟକ୍ତି ସ୍କୁଲ ପାଚେରିରୁ ଖସି ପଡ଼ି ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଫାଣ୍ଡି ଅଧୀନ ପଥରଗଡ଼ ଗ୍ରାମର ଡମ୍ବରୁ ସାହୁ।

ସୂଚନାଯୋଗ୍ୟ, ଗଡ଼ପଳାଶୁଣି ହାଇସ୍କୁଲରେ ଡମ୍ବରୁଙ୍କ ଝିଅ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି। ଶନିବାର ପୂର୍ବାହ୍ନରେ ଝିଅଙ୍କୁ କପି ଦେବାକୁ ଡମ୍ବରୁ ସ୍କୁଲ ପାଚେରି ଉପରେ ଚଢ଼ିଥିଲେ। ଏପରିକି ସେ ସେଠାରେ ନିୟୋଜିତ ଥିବା ଏପିଆର୍‌ କନଷ୍ଟେବଳଙ୍କୁ ଛାଡ଼ି ଦେବାକୁ କହିଥିଲେ। ଏଥିରେ କନଷ୍ଟେବଳ ରାଜି ନ ହେବାରୁ ଡମ୍ବରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ କନଷ୍ଟେବଳ ଡମ୍ବରୁଙ୍କୁ ତଡ଼ିବାରୁ ସେ ପାଚେରି ଉପରୁ ଡେଇଁ ପଡିଥିଲେ। ଏଣୁ ସେ ମୁହଁମାଡ଼ି ତଳେ ପଡିଯିବାରୁ ନାକରେ ଆଘାତ ଲାଗିଥିଲା। ଖବରପାଇ ପୋଲିସ ନିଜ ଗାଡ଼ିରେ ତାଙ୍କୁ ପ୍ରଥମେ ମହାବିରୋଡ଼ ଓ ପରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।

ଘଟଣା ସମ୍ପର୍କରେ ଡମ୍ବରୁ କୁହନ୍ତି, ପୋଲିସ କପି ଦେବାକୁ ନ ଛାଡ଼ିବାରୁ ଟିକେ ଗାଳି କରିଦେଇଥିଲି। ପୋଲିସ ତଡ଼ି ଆଣିବାରୁ ପାଚେରି ଉପରୁ ଡେଇଁ ପଡିଲି। ଫଳରେ ନାକ ଫାଟିଯାଇଛି। ତେବେ ସେହି ସମୟରେ ପୋଲିସ ପାହାରେ ପିଟି ଦେଇଥିଲା। କିନ୍ତୁ ଏ ବିଷୟରେ ପୋଲିସ ନାମରେ ସେ ଥାନାରେ କୌଣସି ଅଭିଯୋଗ କରି ନ ଥିବା କହିଛନ୍ତି।

ଏ ବିଷୟରେ ଥାନାଧିକାରୀ ସନ୍ତୋଷ ପ୍ରଧାନ କୁହନ୍ତି, ପାଚେରିରୁ ଡେଇଁ ପଡିବାରୁ ଡମ୍ବରୁ ମୁହଁ ମାଡି ତଳେ ପଡି ଯାଇଥିଲେ। ଫଳରେ ନାକରେ ଆଘାତ ଲାଗଛି। ତାଙ୍କୁ ଚିକିତ୍ସା କରାଯାଇଛି। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭୟରେ ପୋଲିସ ତାଙ୍କୁ ପିଟିଥିବା ଡମ୍ବରୁ କହୁଛନ୍ତି। ଏହା ସତ୍ୟ ହୋଇ ନ ଥିବା ତଦନ୍ତରୁ ଜଣାପଡିଛ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…

ଜୁନ ୩୦ରୁ ବନ୍ଦ ହୋଇଯିବ କାଗଜ ନୋଟ୍‌! RBI ଆଣିବ ପ୍ଲାଷ୍ଟିକ୍‌ ନୋଟ୍‌… ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍‌ଲୀ,୧୧।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ବିଷୟରେ ବିଭିନ୍ନ ଖବର ପ୍ରସାରିତ ହେଉଛି। RBI ଖୁବ ଶୀଘ୍ର ଭାରତରେ କାଗଜ ନୋଟ ଉପରେ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

ଭଗବାନ ରାମଙ୍କ ବିଷୟରେ ମନ୍ତବ୍ୟ ମାମଲାରେ ବଢ଼ିଲା ରାହୁଲଙ୍କ ଅଡୁଆ, FIR….

ନୂଆଦିଲ୍ଲୀ,୧୧।୬: ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ଝଟକା । ପ୍ରଭୁ ରାମଙ୍କ ବିଷୟରେ ମନ୍ତବ୍ୟ ଦେବା ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ହାଇ-ଏଥାନଲ ପେଟ୍ରୋଲରୁ ଏକ୍ସସାଇଜ ଡ୍ୟୁଟି ସମ୍ପୂର୍ଣ୍ଣ ଛାଡ଼

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆ (West Asia)ରେ ଜାରି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା କାରଣରୁ ବିଶ୍ୱ ଶକ୍ତି ବଜାର (Global Energy Market)ରେ ସୃଷ୍ଟି ହୋଇଥିବା ହାହାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri