Posted inଖେଳ

ଝିଅକୁ କିିକ୍‌ବକ୍ସିଂ ଶିଖାଉଛନ୍ତି ବିଭୂତି

ଭୁବନେଶ୍ୱର, ୧୮।୩(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାର ସବୁଠାରୁ ସଫଳ କିକ୍‌ ବକ୍ସର ହେଉଛନ୍ତି ବିଭୂତି ଭୂଷଣ ବେହେରା। କ୍ୟାରିୟରରେ ଅତିକମ୍‌ରେ ୧୦ଥର ଜାତୀୟ ଚାମ୍ପିୟନ ହୋଇଥିବା ବିଭୂତି ନବେ ଦଶକରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କୃତିତ୍ୱ ଦେଖାଇ ଦେଶ ଓ ରାଜ୍ୟକୁ ଗର୍ବିତ କରିଥିଲେ। ସମୟକ୍ରମେ ବିଭୂତି ଖେଳାଳିରୁ କୋଚ୍‌ ହୋଇଛନ୍ତି। ଏହା ବ୍ୟତୀତ ରାଜ୍ୟକୁ ମାର୍ଶାଲ ଅର୍ଟର ଅନେକ ନୂଆ ଷ୍ଟାଇଲ୍‌ ଆଣି ଖେଳାଳିଙ୍କପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ନିଜର ଛୋଟ ବିଜ୍‌ନେସ ସହ ପୁମାସ୍‌ ଇଣ୍ଟରନ୍ୟାଶନାଲରେ କୋଚିଂରେ ସମୟ ବିତାଉଥିବା ବିଭୂତି କିନ୍ତୁ ଏବେ ସମୟଚକ୍ରରେ ଘରେ ବସିରହିବାକୁ ବାଧ୍ୟ ହୋଇଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ ଡାଉନ୍‌ ସ୍ଥିତିରେ ବାହାରକୁ ବାହାରିବାର ଅବକାଶ ନାହିଁ। ତେଣୁ ସେ ଘରେ ନିଜ ଝିଅର ଫିଟ୍‌ନେସ ପ୍ରତି ଦୃଷ୍ଟି ଦେବାସହ କିକ୍‌ବକ୍ସିଂ ଶିଖାଉଛନ୍ତି। ନିଜ ଭଳି କିକ୍‌ବକ୍ସିଂରେ ଝିଅକୁ ପ୍ରତିଷ୍ଠିତ କରାଇବା ତାଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି।
”ଏବେ ଆମେ ଏକପ୍ରକାର ଗୃହବନ୍ଦୀ। ପିଲାମାନଙ୍କ ସହ ସମୟ କଟୁଛି। ଆୟପନ୍ଥା ସମ୍ପୂର୍ଣ୍ଣ ବନ୍ଦ। ଅନିଶ୍ଚିତ ଭବିଷ୍ୟତ ଅପେକ୍ଷାରେ ରହିଥିବାବେଳେ ଝିଅର ଫିଟ୍‌ନେସ ଏବଂ ମାର୍ଶାଲ ଆର୍ଟ ଟ୍ରେନିଂ ଉପରେ ଧ୍ୟାନ ଦେଉଛି ବୋଲି ବିଭୂତି କହିଛନ୍ତି। ବଡ଼ ଝିଅ ଅଭିଲିପ୍ସା ରାଜ୍ୟ ଉଷୁ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଏବେ ତାଙ୍କୁ ୧୨ବର୍ଷ। ତେଣୁ ସେ ଉଷୁ ଏବଂ କିକ୍‌ବକ୍ସିଂକୁ କ୍ୟାରିୟର କରନ୍ତୁ ବୋଲି ମୁଁ ଚାହୁଁଛି। ବର୍ତ୍ତମାନ ସ୍ଥିତିରେ ମୋ ନିଜର ଏବଂ ଝିଅର ଫିଟ୍‌ନେସ ନିହାତି ଆବଶ୍ୟକ। ତେଣୁ ଏହା ଉପରେ ବର୍ତ୍ତମାନ ବିଶେଷ ଧ୍ୟାନ ଦିଆଯାଉଛି“ ବୋଲି ବିଭୂତି କହିଛନ୍ତି। ବିଭୂତିଙ୍କ ପରିବାର କହିଲେ ସ୍ତ୍ରୀ ସୁମିତ୍ରା ବେହେରା, ବଡ଼ଝିଅ ଅଭିଲିପ୍ସା ଓ ସାନଝିଅ ଅଭିସ୍ମିତା ବେହେରା। ଅଭିସ୍ମିତା ଛୋଟ ହୋଇଥିବାରୁ ଏବେ କେବଳ ଅଭିଲିପ୍ସାଙ୍କ ଖେଳ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି ଏହି କୁଶଳୀ କ୍ରୀଡ଼ାବିତ୍‌। ”ଅଭିଲିପ୍ସା ୮ ବର୍ଷର ହୋଇଥିବାବେଳେ ଖେଳ ଆରମ୍ଭ କରିଛନ୍ତି । ପୂର୍ବରୁ ସେ ମୁଆଥାଇ ଓ ଉଷୁ ଖେଳୁଥିଲେ। ଏବେ କିକ୍‌ବକ୍ସିଂ ଶିଖୁଛନ୍ତି। ଘରେ ଫିଟ୍‌ନେସ ପାଇଁ ୱାର୍ମଅପ୍‌, ଜଗିଂ ଟ୍ରେଚିଂ ଏକ୍ସରସାଇଜ୍‌ କରିବା ସହ କିକ୍‌ବକ୍ସିଂ ପାଇଁ କିକ୍‌, ପଜ୍‌, ହୁକ୍‌, ଡିଫେନ୍ସ ଆଦି ଶିଖାଉଛି। ଅନେକ ସମୟ ଘରେ ବସି ରହୁଥିବାରୁ ମୋ ନିଜ ଫିଟ୍‌ନେସ ଉପରେ ମଧ୍ୟ ଧ୍ୟାନଦେବାକୁ ପଡ଼ୁଛି । ସକାଳେ ଓ ସନ୍ଧ୍ୟାରେ ଦୁଇବେଳା ଆମେ ଦୁହେଁ ଅଭ୍ୟାସ କରୁଛୁ। ଏହା ବ୍ୟତୀତ ଦୁହେଁ ବ୍ୟାଡ୍‌ମିିଣ୍ଟନ ମଧ୍ୟ ଖେଳୁଛୁ“ ବୋଲି ବିଭୂତି କହିଛନ୍ତି। ବର୍ତ୍ତମାନ ସମୟରେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଦୃଢ଼ ରହିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ରାମାୟଣ ଓ ମହାଭାରତ ଦେଖିବା ସହ ପରିବାର ସହିତ ଅବସର ସମୟ ବିତୁଥିବା ସେ କହିଛନ୍ତି ।
ପ୍ରକାଶ ଯୋଗ୍ୟ ଯେ, ୧୯୯୫ରୁ ୨୦୦୭-୦୮ ପର୍ଯ୍ୟନ୍ତ ବିଭୂତି ଜାତୀୟ/ଅନ୍ତର୍ଜାତୀୟ କିିକ୍‌ବକ୍ସିଂରେ ସକ୍ରିିୟ ଥିଲେ। ସେ ଏହି ସମୟରେ ୧୦ ଥର ଜାତୀୟ ଚାମ୍ପିୟନ ହେବା ସହ ୩ଟି ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ୨୦୦୦-୦୧ରେ ଜାତୀୟ ସିନିୟର ଉଷୁର ସାନ୍‌ସୁ (ଫାଇଟିଂ)ବିଭାଗରେ ସେ ସ୍ବର୍ଣ୍ଣ ପଦକ ପାଇଥିଲେ। ସିନିୟର ସ୍ତରରେ ସେ ଏପର୍ଯ୍ୟନ୍ତ ରାଜ୍ୟର ଏକମାତ୍ର ଗୋଲ୍ଡ ମେଡାଲିଷ୍ଟ ବୋଲି ବିଭୂତି କହିଛନ୍ତି। ୧୯୯୧ରୁ ୨୦୨୦ ପର୍ଯ୍ୟନ୍ତ କରାଟେ ଓ କିକ୍‌ବକ୍ସିଂରେ ଦୀର୍ଘ ୩୦ ବର୍ଷ ତିଷ୍ଠି ରହିଥିବା ବିଭୂତି ବର୍ତ୍ତମାନ ସଙ୍କଟ ସମୟରେ ସମସ୍ତେ ସରକାରଙ୍କ ନୀତି ନିୟମ ମାନି ଘରେ ରହିବାକୁ ଏହି ଅବସରରେ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?