Posted inଖେଳ

ଝିଅକୁ କିିକ୍‌ବକ୍ସିଂ ଶିଖାଉଛନ୍ତି ବିଭୂତି

ଭୁବନେଶ୍ୱର, ୧୮।୩(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାର ସବୁଠାରୁ ସଫଳ କିକ୍‌ ବକ୍ସର ହେଉଛନ୍ତି ବିଭୂତି ଭୂଷଣ ବେହେରା। କ୍ୟାରିୟରରେ ଅତିକମ୍‌ରେ ୧୦ଥର ଜାତୀୟ ଚାମ୍ପିୟନ ହୋଇଥିବା ବିଭୂତି ନବେ ଦଶକରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କୃତିତ୍ୱ ଦେଖାଇ ଦେଶ ଓ ରାଜ୍ୟକୁ ଗର୍ବିତ କରିଥିଲେ। ସମୟକ୍ରମେ ବିଭୂତି ଖେଳାଳିରୁ କୋଚ୍‌ ହୋଇଛନ୍ତି। ଏହା ବ୍ୟତୀତ ରାଜ୍ୟକୁ ମାର୍ଶାଲ ଅର୍ଟର ଅନେକ ନୂଆ ଷ୍ଟାଇଲ୍‌ ଆଣି ଖେଳାଳିଙ୍କପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ନିଜର ଛୋଟ ବିଜ୍‌ନେସ ସହ ପୁମାସ୍‌ ଇଣ୍ଟରନ୍ୟାଶନାଲରେ କୋଚିଂରେ ସମୟ ବିତାଉଥିବା ବିଭୂତି କିନ୍ତୁ ଏବେ ସମୟଚକ୍ରରେ ଘରେ ବସିରହିବାକୁ ବାଧ୍ୟ ହୋଇଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ ଡାଉନ୍‌ ସ୍ଥିତିରେ ବାହାରକୁ ବାହାରିବାର ଅବକାଶ ନାହିଁ। ତେଣୁ ସେ ଘରେ ନିଜ ଝିଅର ଫିଟ୍‌ନେସ ପ୍ରତି ଦୃଷ୍ଟି ଦେବାସହ କିକ୍‌ବକ୍ସିଂ ଶିଖାଉଛନ୍ତି। ନିଜ ଭଳି କିକ୍‌ବକ୍ସିଂରେ ଝିଅକୁ ପ୍ରତିଷ୍ଠିତ କରାଇବା ତାଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି।
”ଏବେ ଆମେ ଏକପ୍ରକାର ଗୃହବନ୍ଦୀ। ପିଲାମାନଙ୍କ ସହ ସମୟ କଟୁଛି। ଆୟପନ୍ଥା ସମ୍ପୂର୍ଣ୍ଣ ବନ୍ଦ। ଅନିଶ୍ଚିତ ଭବିଷ୍ୟତ ଅପେକ୍ଷାରେ ରହିଥିବାବେଳେ ଝିଅର ଫିଟ୍‌ନେସ ଏବଂ ମାର୍ଶାଲ ଆର୍ଟ ଟ୍ରେନିଂ ଉପରେ ଧ୍ୟାନ ଦେଉଛି ବୋଲି ବିଭୂତି କହିଛନ୍ତି। ବଡ଼ ଝିଅ ଅଭିଲିପ୍ସା ରାଜ୍ୟ ଉଷୁ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଏବେ ତାଙ୍କୁ ୧୨ବର୍ଷ। ତେଣୁ ସେ ଉଷୁ ଏବଂ କିକ୍‌ବକ୍ସିଂକୁ କ୍ୟାରିୟର କରନ୍ତୁ ବୋଲି ମୁଁ ଚାହୁଁଛି। ବର୍ତ୍ତମାନ ସ୍ଥିତିରେ ମୋ ନିଜର ଏବଂ ଝିଅର ଫିଟ୍‌ନେସ ନିହାତି ଆବଶ୍ୟକ। ତେଣୁ ଏହା ଉପରେ ବର୍ତ୍ତମାନ ବିଶେଷ ଧ୍ୟାନ ଦିଆଯାଉଛି“ ବୋଲି ବିଭୂତି କହିଛନ୍ତି। ବିଭୂତିଙ୍କ ପରିବାର କହିଲେ ସ୍ତ୍ରୀ ସୁମିତ୍ରା ବେହେରା, ବଡ଼ଝିଅ ଅଭିଲିପ୍ସା ଓ ସାନଝିଅ ଅଭିସ୍ମିତା ବେହେରା। ଅଭିସ୍ମିତା ଛୋଟ ହୋଇଥିବାରୁ ଏବେ କେବଳ ଅଭିଲିପ୍ସାଙ୍କ ଖେଳ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି ଏହି କୁଶଳୀ କ୍ରୀଡ଼ାବିତ୍‌। ”ଅଭିଲିପ୍ସା ୮ ବର୍ଷର ହୋଇଥିବାବେଳେ ଖେଳ ଆରମ୍ଭ କରିଛନ୍ତି । ପୂର୍ବରୁ ସେ ମୁଆଥାଇ ଓ ଉଷୁ ଖେଳୁଥିଲେ। ଏବେ କିକ୍‌ବକ୍ସିଂ ଶିଖୁଛନ୍ତି। ଘରେ ଫିଟ୍‌ନେସ ପାଇଁ ୱାର୍ମଅପ୍‌, ଜଗିଂ ଟ୍ରେଚିଂ ଏକ୍ସରସାଇଜ୍‌ କରିବା ସହ କିକ୍‌ବକ୍ସିଂ ପାଇଁ କିକ୍‌, ପଜ୍‌, ହୁକ୍‌, ଡିଫେନ୍ସ ଆଦି ଶିଖାଉଛି। ଅନେକ ସମୟ ଘରେ ବସି ରହୁଥିବାରୁ ମୋ ନିଜ ଫିଟ୍‌ନେସ ଉପରେ ମଧ୍ୟ ଧ୍ୟାନଦେବାକୁ ପଡ଼ୁଛି । ସକାଳେ ଓ ସନ୍ଧ୍ୟାରେ ଦୁଇବେଳା ଆମେ ଦୁହେଁ ଅଭ୍ୟାସ କରୁଛୁ। ଏହା ବ୍ୟତୀତ ଦୁହେଁ ବ୍ୟାଡ୍‌ମିିଣ୍ଟନ ମଧ୍ୟ ଖେଳୁଛୁ“ ବୋଲି ବିଭୂତି କହିଛନ୍ତି। ବର୍ତ୍ତମାନ ସମୟରେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଦୃଢ଼ ରହିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ରାମାୟଣ ଓ ମହାଭାରତ ଦେଖିବା ସହ ପରିବାର ସହିତ ଅବସର ସମୟ ବିତୁଥିବା ସେ କହିଛନ୍ତି ।
ପ୍ରକାଶ ଯୋଗ୍ୟ ଯେ, ୧୯୯୫ରୁ ୨୦୦୭-୦୮ ପର୍ଯ୍ୟନ୍ତ ବିଭୂତି ଜାତୀୟ/ଅନ୍ତର୍ଜାତୀୟ କିିକ୍‌ବକ୍ସିଂରେ ସକ୍ରିିୟ ଥିଲେ। ସେ ଏହି ସମୟରେ ୧୦ ଥର ଜାତୀୟ ଚାମ୍ପିୟନ ହେବା ସହ ୩ଟି ବିଶ୍ୱ ଚାମ୍ପିୟନଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ୨୦୦୦-୦୧ରେ ଜାତୀୟ ସିନିୟର ଉଷୁର ସାନ୍‌ସୁ (ଫାଇଟିଂ)ବିଭାଗରେ ସେ ସ୍ବର୍ଣ୍ଣ ପଦକ ପାଇଥିଲେ। ସିନିୟର ସ୍ତରରେ ସେ ଏପର୍ଯ୍ୟନ୍ତ ରାଜ୍ୟର ଏକମାତ୍ର ଗୋଲ୍ଡ ମେଡାଲିଷ୍ଟ ବୋଲି ବିଭୂତି କହିଛନ୍ତି। ୧୯୯୧ରୁ ୨୦୨୦ ପର୍ଯ୍ୟନ୍ତ କରାଟେ ଓ କିକ୍‌ବକ୍ସିଂରେ ଦୀର୍ଘ ୩୦ ବର୍ଷ ତିଷ୍ଠି ରହିଥିବା ବିଭୂତି ବର୍ତ୍ତମାନ ସଙ୍କଟ ସମୟରେ ସମସ୍ତେ ସରକାରଙ୍କ ନୀତି ନିୟମ ମାନି ଘରେ ରହିବାକୁ ଏହି ଅବସରରେ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଭାସ୍କରଙ୍କ ଭାରତ-ପାକ୍‌ ମିଳିତ ଏକାଦଶ

ନୂଆଦିଲ୍ଲୀ, ୧୮।୫ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଭାରତ-ପାକିସ୍ତାନ ମିଳିତ ଏକାଦଶ ଚୟନ କରିଛନ୍ତି। ଏଥିରେ ସେ ୬ ଭାରତୀୟ ଓ ୫ ପାକିସ୍ତାନ...

୫ ମାସ ପରେ ଦଳକୁ ଫେରିଲେ କୋହଲି

ବର୍ମିଂହାମ,୯ା୭: ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଦୀର୍ଘ ୫ ମାସର ବିରତି ପରେ ଟି-୨୦କୁ ଫେରୁଥିବା କୋହଲିଙ୍କ...

କରୋନା ପ୍ରଭାବରେ ଗୃହାବଦ୍ଧ ଶ୍ରଦ୍ଧାଞ୍ଜଳିଙ୍କ ମନକଥା

ଭୁବନେଶ୍ୱର, ୧୨।୪(କ୍ରୀଡ଼ା ପ୍ରତିନିଧି)– କୋଭିଡ୍‌-୧୯ର କରାଳ କାୟା ସମଗ୍ର ବିଶ୍ୱ ସମୁଦାୟର ନିଦ ହଜାଇ ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧଭାବେ ବିଶ୍ୱର ବିଭିନ୍ନ ରାଷ୍ଟ୍ର...

ମହିଳା ଦିନିକିଆ: ନାଗାଲାଣ୍ଡ ୧୭ରେ ଅଲଆଉଟ, ୪ଟି ବଲ୍‌ରେ ମୁମ୍ବାଇ ବିଜୟୀ

ଇନ୍ଦୋର,୧୮।୩ (ପି.ଟି.): ମହିଳା କ୍ରିକେଟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚଳିତ ସିନିୟର ମହିଳା ଦିନିକିଆ ଟ୍ରଫିରେ ନାଗାଲାଣ୍ଡ ଦଳ ମାତ୍ର ୧୭...

ଧୋନୀ ତାଙ୍କ ଅନୁପସ୍ଥିତିରେ ସିଏସ୍‌କେ ପାଇଁ ତୃତୀୟ ସ୍ଥାନରେ ଖେଳନ୍ତୁ: ରାଇନା

ନୂଆଦିଲ୍ଲୀ,୫।୯: ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ପ୍ରଥମେ ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଖେଳରୁ ଓହରିଥିବା ବେଳେ...

୧୦୦ ମିଟରରୁ ଦୂତୀଙ୍କ ଅଭିଯାନ ଶେଷ

ଭୁବନେଶ୍ୱର, ୩୧।୭(କ୍ରୀଡ଼ା ପ୍ରତିନିଧି)- ଟୋକିଓରେ ଚାଲିଥିବା ଅଲିମ୍ପିକ୍ସର ମହିଳା ୧୦୦ ମିଟର ହିଟ୍‌ରୁ ଓଡ଼ିଶାର ଦୂତୀ ଚାନ୍ଦଙ୍କ ଅଭିଯାନ ଶେଷ ହୋଇଛି। ଏହି ଇଭେଣ୍ଟରେ ଭାରତକୁ...

ଓ୍ବେଷ୍ଟଇଣ୍ଡିଜ୍‌କୁ ୩୦୯ ରନ୍‌ର ଟାର୍ଗେଟ

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମୁକାବିଲାରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୦୮...

୨୦୧୯ ବିଶ୍ୱକପ୍‌ ଫାଇନାଲ ପ୍ରତିଶୋଧ ଅପେକ୍ଷାରେ ନ୍ୟୁଜିଲାଣ୍ଡ

ଆବୁଧାବି, ୧୦।୧୧- ୨୦୧୯ ଆଇସିସି ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡକୁ ରୋଚକ ଢ଼ଙ୍ଗରେ ହରାଇ ଇଂଲଣ୍ଡ ବିଶ୍ୱକପ୍‌ ହାତେଇଥିଲା। ତା’ ପରେ ପ୍ରଥମ ଥର ପାଇଁ...

Advertisement
Archives

Model This Week