ଝାରସୁଗୁଡାରେ ବିଚାରପତି-ପୋଲିସ ମୁହାଁମୁହିଁ

ଝାରସୁଗୁଡା ଅଫିସ,୨୭।୩-ଝାରସୁଗୁଡା ଜିଲା ପୋଲିସ ପକ୍ଷରୁ ଲକ୍‌ ଡାଉନକୁ କଡାକଡି ଭାବେ ପାଳନ କରିବା ପାଇଁ ସହରର କିଶାନ ଛକ, ବସଷ୍ଟାଣ୍ଡ ଛକ, ରେଳ ଷ୍ଟେସନ ଛକ ଓ ଥାନା ଛକଠାରେ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ମୁତୟନ ଅଛନ୍ତି। ଏହି ରାସ୍ତା ଦେଇ ଚଳପ୍ରଚଳ କରୁଥିବା ଯାନ ବାହାନ ଯାଞ୍ଚ କରାଯାଉଛି। ତେବେ ଶୁକ୍ରବାର ସକାଳ ପ୍ରାୟ ୯ଟା ବେଳେ ବସଷ୍ଟାଣ୍ଡ ଛକରେ ଯାନବାହାନ ଯାଞ୍ଚ ବେଳେ ଜଣେ ବିଚାରପତି ଓ ପୋଲିସ କର୍ମଚାରୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା। ବିନା କାରଣରେ ଯିବା ଆସିବା କରୁଥିବା ବ୍ୟକ୍ତି ଓ ମୋଟରଯାନ ଆଇନ ନ ମାନି ବୁଲୁଥିବା ଗାଡିଚାଳକଙ୍କୁ ଅଟକାଇ ପୋଲିସ ଜରିମାନା ଆଦାୟ କରୁଥିଲା। ଏହି ସମୟରେ ଏକ ଦୁଇ ଚକିଆ ଯାନରେ ବିନା ହେଲମେଟରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଅଟକାଇ ଜରିମାନା କରିଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତି ନିଜକୁ ବିଚାରପତି ବୋଲି ପରିଚୟ ଦେଇଥିଲେ। ହେଲେ ପୋଲିସ ଛାଡି ନ ଥିଲା। ଏଣୁ ଯୁକ୍ତିତର୍କ ହୋଇଥିଲା। ଶେଷରେ ବିଚାରପତି ବୋଲି ପରିଚୟ ଦେଇଥିବା ଉକ୍ତ ବ୍ୟକ୍ତି ଜଣକ ଝାରସୁଗୁଡା ଏସ୍‌ପି ଅଶ୍ୱିନୀ ମହାନ୍ତିଙ୍କୁ ଫୋନ୍‌ କରିଥିଲେ। ଏସ୍‌ପିଙ୍କ ହସ୍ତକ୍ଷେପ ପରେ ସେଠାରେ ଡ୍ୟୁଟି କରୁଥିବା ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିନା ଜରିମାନାରେ ଛାଡଥିଲା। ଅନ୍ୟପକ୍ଷେ ଏଭଳି ଘଟଣା ସମ୍ପର୍କରେ ସୂଚନା ପାଇ ତୁରନ୍ତ ସେଠାରେ ଝାରସୁଗୁଡା ଏସ୍‌ଡିପିଓ କୈଳାଶ ଆଚାର୍ଯ୍ୟ ପହଞ୍ଚତ୍ ଥିଲେ। ତେବେ ଏହି ଘଟଣାରେ ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ମତ ରଖି କହିଛନ୍ତି ଯେ, ଗାଡି ମୋଟର ଯାଞ୍ଚ ହେଉଥିବା ବେଳେ ବିଭିନ୍ନ ଲୋକ ନିଜ ନିଜ ସ୍ବତନ୍ତ୍ର ପରିଚୟ ଦେଇ ଖସି ଯାଉଛନ୍ତି। ଏଣୁ ଖରାରେ ଦୀର୍ଘ ସମୟ ଠିଆ ହୋଇ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ଉତ୍ସାହ କମି ଯାଉଛି। ଏଣୁ ଯିଏ ବି ହେଉ ଆଇନରୁ ଊର୍ଦ୍ଧ୍ୱରେ କେହି ନୁହେଁ। ତେବେ କାର୍ଯ୍ୟ କରିବା ବେଳେ ବରିଷ୍ଠ ଅଧିକାରୀମାନେ ଅଯଥାରେ ହସ୍ତକ୍ଷେପ ନ କରି ସ୍ବାଧୀନତା ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri