Posted inଜାତୀୟ

ଝାଡ଼ଖଣ୍ଡ ଭିଡ଼ହିଂସା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରିପୋର୍ଟରୁ ଫିଟିଲା ଗୁମର:ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ମନାକରିଥିଲା ପୋଲିସ

ନୂଆଦିଲ୍ଲୀ,୨୮।୬:ଝାଡ଼ଖଣ୍ଡ ଭିଡ଼ହିଂସାରେ ପ୍ରାଣ ହରାଇଥିବା ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଆକ୍ରମଣ ପରେ ପୋଲିସ ଚିକିତ୍ସା କରାଇ ନ ଥିଲା। ରାତିସାରା ମାଡ଼ଖାଇବା ପରେ ଲହୁଲୁହାଣ ହୋଇଥିବା ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ପୋଲିସକୁ ଅନୁରୋଧ କରିଥିଲେ। ହେଲେ ପୋଲିସ ସେମାନଙ୍କ ଅବସ୍ଥା ମଧ୍ୟ ତବ୍‌ରେଜ୍‌ଙ୍କ ଭଳି ହେବ ବୋଲି ଧମକ ଦେଇଥିଲା। ଏପରି କି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହାଜତ ଭିତରେ ତବ୍‌ରେଜ୍‌ଙ୍କୁ ‘ଏତେ ମାଡ଼ ଖାଇବା ପରେ ବି ତୁମେ ଏଯାଏ କାହିଁକି ମରିନାହଁ’ ବୋଲି ପ୍ରଶ୍ନ କରୁଥିଲେ। ଝାଡ଼ଖଣ୍ଡ ଜନାଧିକାର ମହାସଭାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଏକ ରିପୋର୍ଟରେ ଭିଡ଼ହିଂସାର ଏଭଳି ଅନେକ ନିର୍ମମ ଦିଗକୁ ଉନ୍ମୋଚନ କରିଛି।
ଷଢ଼େଇକଳା-ଖରସୁଆଁ ଜିଲାର ୨୪ ବର୍ଷୀୟ ତବ୍‌ରେଜ୍‌ ପୁଣେରେ ୬-୭ ବର୍ଷ ହେବ ଓ୍ବେଲ୍ଡର ଭାବେ କାର୍ଯ୍ୟ କରୁଥିଲେ। ସେ ଦେଢ଼ମାସ ତଳେ ବିବାହ କରିଥିଲେ। ତବ୍‌ରେଜ୍‌ ତାଙ୍କ ସ୍ତ୍ରୀଙ୍କୁ ପୁଣେ ନେବା ପାଇଁ ଯୋଜନା କରିଥିଲେ। ଗତ ୧୭ ତାରିଖରେ ତବ୍‌ରେଜ୍‌ ଜାମ୍‌ସେଦ୍‌ପୁର ଯାଇଥିଲେ। ସେ ରାତି ୧୦ଟାରେ ସ୍ତ୍ରୀଙ୍କୁ ଫୋନ୍‌ କରିଥିଲେ। ସେଠାରୁ ସେ ବେହରସରାଇସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ବାଇକ୍‌ରେ ଫେରୁଥିଲେ। ପପୁ ମଣ୍ଡଳଙ୍କ ସମେତ ଧତ୍‌କିଡିହ ଗ୍ରାମର ଶତାଧିକ ଲୋକ ତବ୍‌ରେଜ୍‌ଙ୍କୁ ବାଇକ୍‌ ଚୋରି କରିବା ସନ୍ଦେହରେ ଧରିଥିଲେ। ତବରେଜ୍‌ଙ୍କୁ ସେମାନେ ଏକ ଖୁଣ୍ଟରେ ବାନ୍ଧି ‘ଜୟ ଶ୍ରୀରାମ’ ଓ ‘ଜୟ ହନୁମାନ’ କହିବାକୁ ବାଧ୍ୟକରିବା ସହ ରାତି ସାରା ମାଡ଼ ମାରିଥିଲେ। ୧୮ ତାରିଖ ସକାଳେ ତବ୍‌ରେଜ୍‌ ତାଙ୍କ ସ୍ତ୍ରୀଙ୍କୁ ପୁଣି ଫୋନ୍‌ କରି ଆକ୍ରମଣ ସମ୍ପର୍କରେ ସବୁକଥା କହିବା ସହ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ତାଙ୍କ ସ୍ତ୍ରୀ ଦାଦା ମକ୍‌ସୁଦ୍‌ ଆଲାମ ଓ ମସରୁର୍‌ ଆଲାମ୍‌ଙ୍କୁ ଏନେଇ ଅବଗତ କରାଇବା ପରେ ଦୁହେଁ ସ୍ଥାନୀୟ ଥାନାକୁ ଦେଖିବାକୁ ଯାଇଥିଲେ। ହେଲେ ପୁତୁରାଙ୍କୁ ସେମାନେ ସେଠାରେ ନ ପାଇ ଷଢ଼େଇକଳା ଥାନାକୁ ଯାଇଥିଲେ। ସେଠାରେ ହାଜତରେ ଥିବା ତବ୍‌ରେଜ୍‌ଙ୍କ ନାକ, ପାଟି ଓ ମୁଣ୍ଡରୁ ରକ୍ତସ୍ରାବ ହେଉଥିବାବେଳେ ଅଙ୍ଗୁଳିରେ କଟାଦାଗ ରହିଥିଲା। ଚୋରି ଅଭିଯୋଗରେ ତାଙ୍କୁ ଧରାଯାଇଛି ବୋଲି ପୋଲିସ ସେମାନଙ୍କୁ କହିଥିଲା। ତବ୍‌ରେଜ୍‌ଙ୍କୁ ତୁରନ୍ତ ଚିକିତ୍ସା କରାଇବା ପାଇଁ ଥାନାଧିକାରୀ ବିପିନ ବିହାରୀ ସିଂଙ୍କୁ ମସ୍‌ରୁର୍‌ ଅନୁରୋଧ କରିଥିଲେ। ହେଲେ ବିପିନ କହିଥିଲେ, ଏଠାରୁ ପଳାଅ। ନ ହେଲେ ତୁମର ମଧ୍ୟ ହାତଗୋଡ଼ ଭାଙ୍ଗି ଜେଲ୍‌ରେ ପୂରାଇଦେବୁ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପପୁ ମଣ୍ଡଳ ଓ ଅନ୍ୟ ୧୫ ଅଭିଯୁକ୍ତ ତବ୍‌ରେଜ୍‌ଙ୍କୁ ଏଯାଏ କାହିଁକି ବଞ୍ଚତ୍ଛ ବୋଲି ପ୍ରଶ୍ନ କରୁଥିଲେ। ତବ୍‌ରେଜ୍‌ଙ୍କୁ ମାଡ଼ ମାରିବା ପରେ ପାଣିରେ ଦୁଦୁରା ବିଷ ମିଶାଇ ପିଇବାକୁ ଦିଆଯାଇଥିଲା। ପୋଲିସ ତୁରନ୍ତ ଚାର୍ଜଶିଟ୍‌ ଦାଖଲ କରିବା ଉଚିତ ଓ ଦୋଷୀ ଦଣ୍ଡ ପାଇବା ଜରୁରୀ ବୋଲି ସେମାନେ ଦାବି କରିଛନ୍ତି। ଗୁରୁତର ଆହତ ହୋଇଥିବା ତବ୍‌ରେଜ୍‌ଙ୍କୁ ଚିକିତ୍ସା ନ କରି ପୋଲିସ ହାଜତକୁ ନେଇଥିଲା। ୨୨ ତାରିଖରେ ତାଙ୍କୁ ଷଢ଼େଇକଳା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପାଟିରୁ ଫେଣ ବାହାରୁଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ତାଙ୍କ ଶ୍ୱାସକ୍ରିୟା ଚାଲିଛି ବୋଲି ଜଣେ ସ୍ଥାନୀୟ ଖବରଦାତା କହିବା ପରେ ଟାଟା ମେଡିକାଲ୍‌ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପପୁଙ୍କ ସମେତ ଅନ୍ୟ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଥିବାବେଳେ ବୁଧବାର ପାର୍ଲାମେଣ୍ଟରେ ମଧ୍ୟ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଝାଡ଼ଖଣ୍ଡ ଜନାଧିକାର ମହାସଭାର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛି। ଉକ୍ତ ଟିମ୍‌ ଗତ ୨୫ ତାରିଖରେ କଦମଡିହ ଓ ଧତ୍‌କିଡିହ ଗ୍ରାମକୁ ଯାଇ ଆକ୍ରମଣସ୍ଥଳ ପରିଦର୍ଶନ କରିବା ପରେ ରିପୋର୍ଟ ପ୍ରକାଶ କରିଛି। ମାନବାଧିକାର କର୍ମୀ ଓ ଆଇନଜୀବୀମାନଙ୍କୁ ନେଇ ଗଠିତ ଏହି ଟିମ୍‌ ଅନ୍‌ସାରୀଙ୍କ ପରିବାର, ପଡ଼ୋଶୀ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲା। ଧତ୍‌କିଡିହର ଆକ୍ରମଣ ହୋଇଥିବା ସ୍ଥାନ ଆଖପାଖର ଲୋକଙ୍କ ସହ ମଧ୍ୟ ସେମାନେ କଥାହେବା ପାଇଁ ଉଦ୍ୟମ କରିଥିଲେ। ହେଲେ କେତେଜଣ ଲୋକ ଏଥିରେ ବାଧା ସୃଷ୍ଟି କରି ‘ଜୟ ଶ୍ରୀରାମ ଓ୍ବାଲେ’ ବୋଲି ସ୍ଲୋଗାନ ଦେଇଥିଲେ। ଏହାସହ ଜଣେ ଚୋରର କୌଣସି ଧର୍ମ ନ ଥାଏ। ସେ ଜଣେ ହିନ୍ଦୁ ହୁଅନ୍ତୁ କି ମୁସ୍‌ଲିମ୍‌ ତାଙ୍କୁ ସହଜରେ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କୁହାଯାଇପାରେ ବୋଲି ସେମାନେ ଜବାବ ଦେଇଥିଲେ। ସମ୍ପୃକ୍ତ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ଲାଗିରହିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ଛାଡିଲେ ଦିଲ୍ଲୀ କାଣ୍ଟର ବିଧାୟକ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆମ ଆଦମୀ ପାର୍ଟି(ଏଏପି)କୁ ବଡ଼ ଝଟ୍‌କା ଲାଗିଛି। କାଣ୍ଟର ବିଧାୟକ କମାଣ୍ଡୋ ସୁରେନ୍ଦ୍ର...

୧୦ ଦିନରେ ୫ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୧୦ ଦିନ ଧରି ଦେଶରେ...

କଠୋର ହେଲେ ସୁପ୍ରିମକୋର୍ଟ: ମାଗିଲେ ନଡ଼ା ଜଳାଉଥିବା ଲୋକଙ୍କ ତାଲିକା

ନୂଆଦିଲ୍ଲୀ,୪।୧୧: ରାଜଧାନୀରେ ଭୟଙ୍କର ରୂପ ନେଉଛି ପ୍ରଦୂଷଣ। ଏହି ମାମଲାରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୋମବାର ଦିଲ୍ଲୀରେ ବ୍ୟାପୁଥିବା ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟ...

ବିଶ୍ୱକପ୍‌ ଜିତାଇପାରିବେ କି ଦ୍ରାବିଡ-ରୋହିତ ଯୋଡି: ସଚିନ କହିଲେ…

ନୂଆଦିଲ୍ଲୀ,୨୮।୧: ଗତ କିଛି ମାସ ମଧ୍ୟରେ ଭାରତୀୟ କ୍ରିକେଟ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। କୋଚ ଭାବରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ...

‘ମୋଦିଙ୍କ ପାଖରେ ଯେଉଁ ଗୁଣ ଅଛି, ବିରୋଧୀ ଦଳର ନେତାଙ୍କଠାରେ ନାହିଁ’

ପୁଣେ,୨୮।୩: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମାଜିଦ ମେମନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ତେଜ ପ୍ରତାପ ଗଢିବେ ‘ତେଜ ସେନା’

ପାଟନା,୨୭।୬: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଏବେ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। କିଛିଦିନ...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ଲଗାମ୍‌…

ନୂଆଦିଲ୍ଲୀ,୧୧।୭: ଦେଶରେ କରୋନା ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ...

ଭକ୍ତଙ୍କୁ ଦର୍ଶନ ଦେବା ସହିତ ହାତ ସାନିଟାଇଜ୍‌ କରିବେ ପ୍ରଭୁ ଗଣେଶ

ମୁମ୍ବାଇ, ୧୯।୮: ଆଗକୁ ଗଣେଶ ପୂଜା ଆସୁଛି। ଏନେଇ ମୁମ୍ବାଇରେ ଏକ ନିଆରା ଗଣେଶ ମୂର୍ତ୍ତି ନିମାର୍ଣ କରାଯାଇଛି। ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ସହିତ...

Advertisement
Archives

Model This Week