ଜୟଲଲିଥାଙ୍କ ୭୨ତମ ଜନ୍ମଦିନ ଅବସରରେ ଥାଲାଇବିର ନୂଆ ଲୁକ୍‌ ଶେୟାର କଲେ କଙ୍ଗନା

ମୁମ୍ବାଇ: ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟଲଲିଥାଙ୍କ ସୋମବାର ୭୨ତମ ଜନ୍ମଦିନ। ଏହି ଅବସରରେ ବଲିଉଡ୍‌ କୁଇନ କଙ୍ଗନା ରଣାଓ୍ବତ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଥାଲାଇବି’ରେ ଥିବା ତାଙ୍କ ଆଉ ଏକ ଲୁକ୍‌କୁ ଶେୟାର କରିଛନ୍ତି। ଏନେଇ ଇନ୍‌ଷ୍ଟାଗ୍ରାମ୍‌ରେ ସେ ଏକ ଫଟୋ ଶେୟାର କରିଛନ୍ତି। ରାଜନୀତିରେ ଆସିବା ପରେ ତାଙ୍କର ଲୁକ୍‌କୁ ଶେୟାର କରାଯାଇଛି। ଏଥିରେ କଙ୍ଗନା ଅବିକଳ ଜୟଲଳିଥାଙ୍କ ଯୁବବସ୍ଥା ସମୟର ଭଳି ଦେଖାଯାଉଥିବା ବେଳେ ଶାଢ଼ୀରେ ନଜର ଆସିଛନ୍ତି। ଏ.ଏଲ୍‌ ବିଜୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୟଲଲିଥାଙ୍କ ଜୀବନି ଉପରେ ଆଧାରିତ ହୋଇଛି। ଥାଲାଇବିରେ ଥିବା ଚରିତ୍ରକୁ ଜୀବନ୍ତ କରିବା ପାଇଁ କଙ୍ଗନା ବହୁ ପରିଶ୍ରମ କରୁଛନ୍ତି। ଏହି ଫିଲ୍ମ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଅପରପକ୍ଷେ ଉକ୍ତ ଫିଲ୍ମ ଜୁନ୍‌ ୨୬ରେ ତାମିଲ, ହିନ୍ଦୀ ଓ ତେଲଗୁରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାର ହେବା ସହଜ ନୁହେଁ: ଅଜୟ

କଳାକାର ହେବା ଛୋଟିଆ କଥା ନୁହେଁ। ଯିଏ ନିଜର ସବୁ ସୁଖଦୁଃଖକୁ ପଛରେ ପକେଇ ମଞ୍ଚ ଉପରେ ଅଭିନୟ କରିପାରେ ସେ ହିଁ ସଚ୍ଚା କଳାକାରଟିଏ...

ଇଦ୍‌ରେ ଆସିବ ‘ରାଧେ’

ମୁମ୍ବାଇ: ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ ୨୦୨୦ ଇଦ୍‌ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ଏନେଇ ସଲମାନ୍‌ଙ୍କ ଫ୍ୟାନ୍‌ମାନେ ସୋସିଆଲ ମିଡ଼ିଆରେ ପ୍ରଚାର...

ବିରାଟଙ୍କ ଫନି ଭିଡିଓ ଶେୟାର କଲେ ଅନୁଷ୍କା: ନାଗପୁର ପୋଲିସ ଦେଲା ଏଭଳି ଜବାବ

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ଲକ୍‌ଡାଉନ ସମୟରେ ସୋସିଆଲ ମିଡିଆରେ ବହୁ ଆକ୍ଟିଭ ରହୁଛନ୍ତି। ପ୍ରାୟ ସମୟରେ ସେ କିଛି ନା କିଛି ମଜାଳିଆ...

‘କବିର ସିଂହ’ର ‘ଶିବା’ ଚରିତ୍ର ଆଣିଦେଇଛି ସଫଳତା, ଚର୍ଚ୍ଚାରେ ସୋହମ୍‌

ମୁମ୍ବାଇ: ଚଳଚ୍ଚିତ୍ରର କାହାଣୀ ସାଙ୍ଗକୁ ନାୟିକା-ନାୟକଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥାଏ। ଏଥିରୁ ଫିଲ୍ମଟି କେତେ ସଫଳ ତାହା ବାରି ହୋଇପଡେ। ଏମାନଙ୍କୁ...

ଘରେ ରହି ପୂଜାପାଠ କରିବାକୁ ଉପଦେଶ ଦେଲେ ହେମା

ମୁମ୍ବାଇ: କରୋନା ଭାଇରସ ଯୋଗୁ ଏବେ ଦେଶର ପ୍ରତି କୋଣ ଅନୁକୋଣରେ ଲୋକେ ଘରେ ବନ୍ଦ ହୋଇ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲକ୍‌ଡାଉନ୍‌ ଘୋଷଣା ପରେ ଲୋକେ...

ସ୍ବାମୀଙ୍କ ଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଲେ ଦିୟା

ବି ଟାଉନ୍‌ ଅଭିନେତ୍ରୀ ଦିୟା ମିର୍ଜା ବିବାହର ୫ ବର୍ଷ ପରେ ସ୍ବାମୀ ସାହିଲ ସାହିଲ ସାଂଘାଙ୍କଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁଇଜଣଙ୍କ...

ଇର୍ଫାନ-ରିଷିଙ୍କ ମଧ୍ୟରେ ଥିଲା ଅଜବ ସଂଯୋଗ

ମୁମ୍ବାଇ: ବଲିଉଡ୍‌ ପାଇଁ ଏପ୍ରିଲ ମାସର ଶେଷ ଦୁଇ ଦିନ ଥିଲା ବେଶ୍‌ ଦୁଃଖଦ। ଏପ୍ରିଲ ୨୯-୩୦କୁ ବଲିଉଡ୍‌ ପାଇଁ କଳା ଦିନ ବୋଳି କୁହାଯାଉଛି।...

ସୃଷ୍ଟିଙ୍କ ଜୀବନରେ ନୂଆ ସାଥୀଙ୍କ ଏଣ୍ଟ୍ରି, ମନୀଷଙ୍କ ପରେ ଏବେ ରୋହିତଙ୍କ ସହ ତୁଟାଇଲେ ସମ୍ପର୍କ

ମୁମ୍ବାଇ: ପ୍ରଥମେ ମନୀଷ ନାଗଦେବଙ୍କ ପରେ ଏବେ ରୋହିତ ସୁଚାତିଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି ବିଗ୍‌ ବସ୍‌ ଫେମ୍‌ ସୃଷ୍ଟି ରୋଡେ। ବିଗ୍‌ ବସ୍‌ରୁ ବାହାରିବା...

Coronavirus Update


Archives

Model This Week

Why Dharitri