ଜୟନ୍ତୀ ସମାରୋହରେ ମତ: ଭକ୍ତି-ସାହିତ୍ୟର ଭାବମୟ ସ୍ରଷ୍ଟା ଦୀନକୃଷ୍ଣ

ଢେଙ୍କାନାଳ ଅଫିସ, ୧୯।୫- ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଏକଘରିଆ ଗ୍ରାମସ୍ଥିତ ଶରଣ ଶ୍ରୀକ୍ଷେତ୍ରରେ ଶନିବାର ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଦୀନବନ୍ଧୁଙ୍କ ପ୍ରତିଟି ଲେଖାରେ ଭକ୍ତି ଏବଂ ସାହିତ୍ୟର ଅନୁପମ ସମ୍ମିଶ୍ରଣ ଦେଖିବାକୁ ମିଳେ। ସେ ଉଭୟ ଭକ୍ତି ଓ ସାହିତ୍ୟର ଭାବମୟ ସ୍ରଷ୍ଟା ବୋଲି ମତପ୍ରକାଶ ପାଇଥିଲା।
ଶରଣ ଶ୍ରୀକ୍ଷେତ୍ର ବିକାଶ ପରିଷଦ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଅବସରପ୍ରାପ୍ତ ଶ୍ରୀମନ୍ଦିର ପ୍ରଶାସକ ରବି ନାରାୟଣ ମିଶ୍ର, ଡ. ରାଜେନ୍ଦ୍ର ପ୍ରସାଦ ଶତପଥୀ, ଡ. ସନ୍ଧ୍ୟାରାଣୀ ଶତପଥୀ, ଇଂ. ଗଣେଶ୍ୱର ପଣ୍ଡା, ନାଟ୍ୟକାର ଦୀନେଶ ଦାସ, ବାଙ୍ଗୁରସିଂହ ସରପଞ୍ଚ ଜଗବନ୍ଧୁ ଦଳେଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ କବିଙ୍କ ସାହିତ୍ୟକୃତି ଓ ଜୀବନୀ ଉପରେ ଆଲୋକପାତ କରିଥିଲେ। ଶରଣ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ ଓ ଭକ୍ତକବି ଦୀନବନ୍ଧୁଙ୍କ ଭବ୍ୟମନ୍ଦିର ନିର୍ମାଣ କାମ ଚାଲିଛି। ୨୦୨୧ ଜୁଲାଇ ପୂର୍ବରୁ ଏହା ଶେଷ ହେବ। ଏଥିସହ ରଥାଯାତ୍ରା ଏବଂ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହେବ ବୋଲି ସଂକଳ୍ପ ନିଆଯାଇଛି।
ଏହି ଅବସରରେ ଅଧ୍ୟାପିକା ଡ. ପୁଷ୍ପଲତା ରଥ, ଦୀନେଶ ଦାସଙ୍କ ସମ୍ପାଦିତ ସ୍ମରଣିକା ‘ଶରଣ ଶ୍ରୀକ୍ଷେତ୍ର’ ଲୋକାର୍ପିତ ହୋଇଥିଲା। ଅବସରପ୍ରାପ୍ତ ଅଧ୍ୟାପକ ଡ. ଦୁର୍ଗାମାଧବ ପୃଷ୍ଟିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବକୁ ରମାକାନ୍ତ ମିଶ୍ର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର, ପୁରୀରୁ ଜଗନ୍ନାଥ ଆଶ୍ରିତମଣ୍ଡଳୀ, ଗ୍ଲୋବାଲ ସ୍ପିରିଚୁଆଲ ମିଶନର କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟବ୍ୟକ୍ତି ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର, ୮।୫(ନି.ପ୍ର.): ତାଳଚେର ମେଡିକାଲ କଲେଜକୁ ସରକାରୀସ୍ତରରେ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ଆସନ୍ତା ୧୩ ତାରିଖରେ ତାଳଚେରରେ ବନ୍ଦ ପାଳନ କରାଯିବ। ଶନିବାର ତାଳଚେର ସରକାରୀ...

କଟକରେ ବିକ୍ଷୋଭ, ଉତ୍ତେଜନା

କଟକ ଅଫିସ, ୧୮ା୬:  ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଶେଷକରି ଏହା ହିଂସାତ୍ମକ ରୂପ ଧାରଣ...

ଧସିଲା ପୁରୁଣା ପୋଲ ଆପ୍ରୋଚ୍‌ ରାସ୍ତା

ରସୁଲପୁର,୧୭ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ର ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁ ଗନ୍ଧଣ ପଞ୍ଚାୟତ ଏକତଳା ଗ୍ରାମ ସହ ମଧୁବନ ଲକ୍ଷ୍ମୀ ବଜାରକୁ...

ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି

ରୂପ୍‌ସା/ସଜନାଗଡ଼/ବାହାନଗା, ୨୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପୃଥକ ସ୍ଥାନରେ ମଙ୍ଗଳବାର ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି ଘଟିଛି। ମୃତକମାନେ ହେଲେ ରୂପ୍‌ସା ଥାନା ପୋଡ଼ାଡ଼ିହା ଗ୍ରାମର ଗୋପାଳ...

ପରଦା ପଛରେ ପୂଜା

ଅନୁଗୋଳ ଅଫିସ, ୧୧ା୮ – ଉତ୍ସବ ନୁହେଁ ଜୀବନ ବଡ଼। ଏହି ବାର୍ତ୍ତା ଦେବାକୁ ଯାଇ ରାଜ୍ୟ ସରକାର ପାର୍ବଣ ଋତୁରେ କୋଭିଡ୍‌ କଟକଣାକୁ ଆଦୌ...

୫୦ ଲକ୍ଷ ଟଙ୍କା ନ ଦେବାରୁ କରିଥିଲେ ଗୁଳି

ଜୟପୁର, ୧୨।୩ (ନି.ପ୍ର.): କୋରପୁଟ ଜିଲା ଜୟପୁର ସହରରେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାର ଶନିବାର ପର୍ଦ୍ଦାଫାଶ କରିଛି ଟାଉନ...

ପଦ୍ମପୁର ଉପନିର୍ବାଚନ: ୨ ପ୍ରାର୍ଥିପତ୍ର ରବ୍ଦ, ୧୧ କାଏମ

ପଦ୍ମପୁର,୧୮।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ହୋଇଥିଲା। ଯାଞ୍ଚରେ ୨ ସ୍ବାଧିନ ପ୍ରାର୍ଥୀ ଜୟନ୍ତ ଥପା ଏବଂ ଦେବଦତ୍ତ...

ବିଧାୟକଙ୍କ ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ: ବିଭିନ୍ନ କାର୍ଯ୍ୟ କଲେ ଅନୁଧ୍ୟାନ

ମାଲକାନଗିରି,୨୪।୧(ଡି.ଏନ୍‌.ଏ.): ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି ଶୁକ୍ରବାର ଅଚାନକ ଜିଲା ସଦର ମହକୁମା ଚିକିତ୍ସାଳୟ ଗସ୍ତ କରି ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ତାଙ୍କ ଗସ୍ତବେଳେ...

Advertisement
Archives

Model This Week