Posted inଖେଳ

ଜୟଦେବ ଉନାଡକଟ୍‌ଙ୍କ ନିର୍ବନ୍ଧ

ସୌରାଷ୍ଟ୍ର, ୧୬।୩ – ନିଜ ଅଧିନାୟକତ୍ୱରେ ଦୁଇଦିନ ତଳେ ସୌରାଷ୍ଟ୍ରକୁ ପ୍ରଥମଥର ଲାଗି ରଣ୍‌ଜୀ ଟ୍ରଫି ଚାମ୍ପିୟନ କରାଇଥିବା ଜୟଦେବ ଉନାଡକଟ୍‌ଙ୍କ ନିର୍ବନ୍ଧ ରବିବାର ଅନୁଷ୍ଠିତ ହୋଇଯାଇଛି। ୨୮ ବର୍ଷୀୟ ଉନାଡକଟ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରେ ଭାବିପତ୍ନୀଙ୍କ ସହ ଏକାଠି ଠିଆ ହୋଇଥିବାରୁ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ତଳେ ସେ ‘ଛ ଘଣ୍ଟା, ୨ ମିଲ୍ସ ଓ ପରେ ଏକ କେକ୍‌’ ବୋଲି କ୍ୟାପସନ୍‌ ଲେଖିବା ସହ ଏକ ମୁଦି ଓ ହାର୍ଟଚିତ୍ର ଛାଡ଼ିଛନ୍ତି। ତେବେ ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ଏହି ବାମହାତୀ ସୌରାଷ୍ଟ୍ର ଦ୍ରୁତ ବୋଲର ତାଙ୍କ ଭାବି ପତ୍ନୀଙ୍କ ନାମ ଏଥିରେ ଉଲ୍ଲେଖ କରିନାହାନ୍ତି। କିନ୍ତୁ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇଥିବା ସାଥୀ ସୌରାଷ୍ଟ୍ର ଖେଳାଳି ତଥା ଭାରତୀୟ ଟେଷ୍ଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଜୟଦେବଙ୍କ ଭାବିପତ୍ନୀଙ୍କ ନାମ ପ୍ରକାଶ କରିଛନ୍ତି। ପୂଜାରା ତାଙ୍କ ଟୁଇଟର୍‌ ଆକାଉଣ୍ଟରେ ନିର୍ବନ୍ଧ ଉତ୍ସବର ଏକ ଫଟୋ ଛାଡ଼ିଛନ୍ତି, ଯେଉଁଥିରେ ପତ୍ନୀ ପୂଜା ପବରୀଙ୍କ ସହ ପୂଜାରା ଠିଆ ହୋଇଛନ୍ତି ଏବଂ ପାଖରେ ଉନାଡକଟ୍‌ ଓ ତାଙ୍କ ଭାବି ପତ୍ନୀ ମଧ୍ୟ ରହିଛନ୍ତି। ଏହି ଫଟୋରେ ପୂଜାରା ଲେଖିଛନ୍ତି ‘ପରିବାରରେ ତୁମକୁ ସ୍ବାଗତ କରୁଛୁ ରିନ୍ନି। ମୋତେ ବହୁତ ଖୁସି ଲାଗୁଛି କି ମୋ ଭାଇକୁ ତା’ର ଜୀବନ ସାଥୀ ମିଳିଯାଇଛି’। ପ୍ରକାଶଯୋଗ୍ୟ, ନିଜର ପ୍ରଭାବୀ ବୋଲିଂ ବଳରେ ଉନାଡକଟ୍‌ ସୌରାଷ୍ଟ୍ରକୁ ପ୍ରଥମଥର ରଣ୍‌ଜୀ ଚାମ୍ପିୟନ କରାଇବାରେ ସଫଳ ହୋଇଛନ୍ତି। ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ସୌରାଷ୍ଟ୍ର ଚାମ୍ପିୟନ ହୋଇଥିଲା। ଚଳିତ ରଣ୍‌ଜୀ ସିଜନରେ ସେ ୧୩.୨୩ ଆଭରେଜରେ ମୋଟ୍‌ ୬୭ ଉଇକେଟ୍‌ ଅକ୍ତିଆର କରିଥିଲେ। ଏଥିସହ ଗୋଟିଏ ସିଜନରେ ରଣ୍‌ଜୀ ଟ୍ରଫିରେ ଦ୍ରୁତ ବୋଲର ଭାବେ ସର୍ବାଧିକ ଉଇକେଟ୍‌ ହାସଲ କରିବାରେ ସେ ୨୧ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ୧୯୯୮-୯୯ ସିଜନରେ କର୍ନାଟକର ଡୋଡ୍ଡା ଗଣେଶ ୬୫ ଉଇକେଟ୍‌ ନେଇ ଏହି ରେକର୍ଡର ଅଧିକାରୀ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାମିଙ୍କ ନିବେଦନ

କିଙ୍ଗଷ୍ଟନ,୨।୬(ପି.ଟି.): ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାରା କ୍ରିକେଟ ଜଗତକୁ ନିବେଦନ କରିଛନ୍ତି ବିଶ୍ୱକପ୍‌ ବିଜୟୀ ପୂର୍ବତନ ଅଧିନାୟକ ଡାରେନ ସାମି। ଅନ୍ତର୍ଜାତୀୟ କ୍ରିକେଟ...

‘ଦ୍ୱିତୀୟ ଟେଷ୍ଟରେ ପରାସ୍ତ ହେଲେ ବଡ଼ ନିଷ୍ପତ୍ତି ନେଇପାରନ୍ତି କୋହଲି’

ଚେନ୍ନାଇ, ୧୦ା୨- ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବୃହତ୍‌ ପରାଜୟ ବରଣ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ...

ଫିଫା ଫୁଟ୍‌ବଲ ଫର୍‌ ସ୍କୁଲ୍ସ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ୧୨।୧୦ (କ୍ରୀଡ଼ା ପ୍ରତିନିଧି): ଫିଫା ଫୁଟବଲ ଫର ସ୍କୁଲ୍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ...

ଦ୍ୱିତୀୟ ଆଶେସ ଟେଷ୍ଟରୁ ଆଣ୍ଡରସନ ବାଦ୍‌

ଲଣ୍ଡନ, ୬।୮ (ଏଏଫ୍‌ପି)- ଇଂଲଣ୍ଡର ବରିଷ୍ଠ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଡାହାଣ ଗୋଡ଼ର...

ଏହି କ୍ରିକେଟର୍‌ଙ୍କୁ ସାଲ୍ୟୁଟ୍‌ କଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

କୋଲକତା,୨୨।୧୧: ତୃତୀୟ ତଥା ଶେଷ ଟି -୨୦ ମ୍ୟାଚରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୭୩ ରନ୍ରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଭାରତୀୟ ଅଧିନାୟକ...

କରୋନା ପ୍ରଭାବ: ଡେନର୍ବିଙ୍କ ପାଇଁ ବିମାନ ବ୍ୟବସ୍ଥା କଲେ ସ୍ବିଡେନ ସରକାର

ନୂଆଦିଲ୍ଲୀ, ୧ା୪ (ପି.ଟି.)- କରୋନା ଭାଇରସ ସଂକ୍ରମଣ ଜନିତ କାରଣ ଯୋଗୁ ଏବେ ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଅନ୍ୟ କ୍ରୀଡ଼ା...

କୋହଲିଙ୍କ ବିନା ଭାରତ ଯଦି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ବିଜୟ ହୁଏ ତେବେ…

କାନବେରା,୧।୧୨: ଅଷ୍ଟ୍ରେଲିଆ ଗସ୍ତରେ ଏକଦିବସୀୟ ଏବଂ ଟି-୨୦ ସିରିଜ ପରେ ଟିମ ଇଣ୍ଡିଆକୁ ୪ଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡି। ଏହି ସିରିଜ ଟିମ ଇଣ୍ଡିଆ...

ଧୋନୀଙ୍କୁ ନେଇ ବଡ଼ ଖୁଲାସା କଲେ ସେହ୍ବାଗ: ତାଙ୍କ ପାଇଁ ମୁଁ…..

ନୂଆଦିଲ୍ଲୀ,୨।୬: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୦୮...

Advertisement
Archives

Model This Week