ଜ୍ଞାନ ଆହରଣର ପୀଠ ସୂଚନା ଭବନ ପାଠାଗାର

ଭୁବନେଶ୍ୱର, ୧-୧(ବ୍ୟୁରୋ):ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ପରିଚାଳିତ ସୂଚନା ଭବନରେ ଥିବା ପାଠାଗାର ୧୯୭୬ ଅଗଷ୍ଟ ୧୫ରେ ପ୍ରତିଷ୍ଠା ହୋଇଥିଲା। ସ୍ବଳ୍ପ ସଂଖ୍ୟକ ପୁସ୍ତକକୁ ନେଇ ଆରମ୍ଭ ହୋଇଥିବା ଏହି ପାଠାଗାର କାଳକ୍ରମେ ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳର ସାଧାରଣ ପାଠିକା ପାଠକ, ଜ୍ଞାନ ପିପାସୁ, ଉଚ୍ଚତର ଶିକ୍ଷା ଅନୁସନ୍ଧିତ୍ସୁ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନରେ ପରିଣତ ହୋଇଛି। ବୃତ୍ତିଗତ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରୁଥିବା ପରୀକ୍ଷାର୍ଥୀ, ଶିକ୍ଷା ଓ ଗବେଷଣାରତ ଉଦୀୟମାନ୍‌ ଯୁବପିଢ଼ିଙ୍କ ମାର୍ଗଦର୍ଶକ ଓ ଜ୍ଞାନ ଆହରଣର କେନ୍ଦ୍ରବିନ୍ଦୁ ଭାବେ ଏହି ପାଠାଗାର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଦୀର୍ଘ ୪ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ମଧ୍ୟରେ ଏହି ପାଠାଗାର ଓଡ଼ିଶା ତଥା ଦେଶର ବହୁ ସୁନାମଧନ୍ୟ ବିଦ୍ୱାନ୍‌, ସୁପ୍ରତିଷ୍ଠିତ, ସୁଲେଖକ, ସାହିତି୍ୟକ, ବକ୍ତା ଆଦି ବିଶିଷ୍ଟ ବ୍ୟକ୍ତିତ୍ୱ ସୃଷ୍ଟି କରିଛି। ସାମ୍ପ୍ରତିକ ପରିସ୍ଥିତିରେ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ବହୁ ଦୁର୍ମୂଲ୍ୟ ତଥା ବିରଳ ପୁସ୍ତକ ଗୋଟିଏ ସ୍ଥାନରେ ପାଇବା ଅତ୍ୟନ୍ତ ସୌଭାଗ୍ୟର ବିଷୟ, ଯାହାକି ରାଜ୍ୟ ସରକାରଙ୍କ ଏହି ପାଠାଗାର ମାଧ୍ୟମରେ ସମ୍ଭବ ହୋଇପାରିଛି। କେବଳ ପାଠ୍ୟକ୍ରମ ପୁସ୍ତକରେ ସୀମିତ ନ ରହି, ବାହ୍ୟ ଜ୍ଞାନର ବିକାଶ ସାଧନ ନିମନ୍ତେ ଅନୂ୍ୟନ ୨୦,୦୦୦ରୁ ଊର୍ଦ୍ଧ୍ୱ ସଂଖ୍ୟକ ପୁସ୍ତକର ଗନ୍ତାଘର ଭାବେ ଏହା ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିପାରିଛି। ପ୍ରତ୍ୟହ ଅନୂ୍ୟନ ୧୫୦ରୁ ଊର୍ଦ୍ଧ୍ୱ ସଂଖ୍ୟକ ଛାତ୍ରୀଛାତ୍ର ସକାଳ ୮ ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ଏହି ପାଠାଗାରରେ ଅଧ୍ୟୟନ କରୁଛନ୍ତି। ପାଠିକା ପାଠକଙ୍କ କ୍ରମବର୍ଦ୍ଧିଷ୍ଣୁ ଉପସ୍ଥିତିକୁ ନଜରରେ ରଖି ପୁରାତନ ପାଠାଗାରକୁ ୧୪ ଅକ୍ଟୋବର ୨୦୧୯ରୁ ଗୀତଗୋବିନ୍ଦ ସଦନର ଉପର ମହଲାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ପାଠାଗାରର ମହତ୍ତ୍ବ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ଅଧିକ ସଂଖ୍ୟକ ପତ୍ରପତ୍ରିକା ମହଜୁଦ୍‌ ରଖାଯିବା, ନିୟମିତ ପାଠିକା ପାଠକଙ୍କ ଲାଇବ୍ରେରିକୁ ପ୍ରବେଶ ସୁଗମ ନିମନ୍ତେ ଅତ୍ୟାଧୁନିକ ବାରକୋଡ୍‌ ଯୁକ୍ତ ପ୍ରବେଶପତ୍ର ବା ପରିଚୟପତ୍ର ଲାଗୁ କରାଯିବା, ପାଠାଗାରରେ ସିସିଟିଭିର ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା, ଇ-ଲାଇବ୍ରେରିର କ୍ୟାଟଲଗିଙ୍ଗ୍‌ ଓ କମ୍ପ୍ୟୁଟରୀକରଣ ବ୍ୟବସ୍ଥା ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଅନ୍ତର୍ଗତ ରାଜ୍ୟରେ ଥିବା ସମସ୍ତ ଲାଇବ୍ରେରିରେ ଇ-ଲାଇବ୍ରେରିର ଅତିରିକ୍ତ ସୁବିଧା ଉପଲବ୍ଧ ନିମନ୍ତେ ପଦକ୍ଷେପ ନିଆଯାଉଛି। ଫଳରେ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ପୁସ୍ତକ ଅଧ୍ୟୟନର ଏକ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ। ଏହି ଅନନ୍ୟ ପାଠାଗାରର ସୁବିଧା ଉପଯୋଗ କରି ଦେଶ ତଥା ରାଜ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଏକ ଡାଇରେକ୍‌ଟୋରି ପ୍ରସ୍ତୁତି ପ୍ରସ୍ତାବ ଉପରେ ବିଭାଗୀୟ ଶାସନ ସଚିବ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ଆଗାମୀ ଦିନରେ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

କିଛି ଦେଶକୁ ନ ଯିବା ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୫: ଆଫ୍ରିକାରେ ଇବୋଲା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ବା ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି,…

ରେଲଓ୍ବେ ଟ୍ରାକରେ ଜବରଦସ୍ତ ବିସ୍ଫୋରଣ, ୨୩ରୁ ଅଧିକ ମୃତ୍ୟୁ ଆଶଙ୍କା

ଇସଲାମାବାଦ,୨୪।୫: ପୁଣିଥରେ ଦୋହଲି ଯାଇଛି ପାକିସ୍ତାନ। କ୍ୱେଟା ସହରରେ ଏକ ଟ୍ରେନରେ ବିସ୍ଫୋରଣ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସ୍ଫୋରଣରେ ଅନେକ ମୃତାହତ ହୋଇଥିବା ଆଶଙ୍କା…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri