ଜୋନାଲ୍‌ସ୍ତରୀୟ ଲିଗାଲ ଲିଟ୍ରେସି ଫେଷ୍ଟିଭାଲ: ‘ଆମ ଅଧିକାର ଆମେ ପାଇବୁ’ ଶ୍ରେଷ୍ଠ ବିବେଚିତ

ଅନୁଗୋଳ ଅଫିସ, ୯।୯ : ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜୋନ୍‌ସ୍ତରୀୟ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସେହିପରି ଅନୁଗୋଳ କୋର୍ଟ ପରିସରରେ ପ୍ରାଧିକରଣ ପକ୍ଷରୁ ଜୋନ୍‌ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ଦୌରାଜଜ୍‌ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟ ନ୍ୟାୟିକ ଅଧିକାରୀ ସୌମ୍ୟକ ପାତ୍ର, ରେଜିଷ୍ଟ୍ରାର ବାସୁଦେବ ଆଚାର୍ଯ୍ୟ, ଅନୁବିଭାଗୀୟ ଦଣ୍ଡଧିକାରୀ ବିଶ୍ୱଜିତ ନାୟକ ଓ ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସଞ୍ଜୀବ କୁମାର ପଣ୍ଡା ଅତିଥିଭାବେ ଯୋଗଦେଇଥିଲେ।
ଜିଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଥିବା ଜୋନ୍‌ସ୍ତରୀୟ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଜବାହର ନବୋଦୟ ବିଦ୍ୟାଳୟ ଚମ୍ପତିମୁଣ୍ଡା ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ ‘ଆମ ଅଧିକାର ଆମେ ପାଇବୁ’ ଶ୍ରେଷ୍ଠ ବିବେଚିତ ହୋଇଥିଲା। ପାରାଲିଗାଲ ଭଲ୍ୟୁଣ୍ଟର ଲିପିକା ମହାପାତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଝାରସୁଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ ‘ନ୍ୟାୟ ଆମ ଅଧିକାର’ ଓ ଦେବଗଡ଼ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୁଢ଼ାପାଳର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ ‘ପ୍ରାପ୍ୟ’ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ବିବେଚିତ ହୋଇଥିଲା। ସେହିଭଳି ଜୋନ୍‌ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରୀ ସମୀକ୍ଷା ମହାନ୍ତି ପ୍ରଥମ, ରାକ୍ଷୀ କାଣ୍ଟା ଦ୍ୱିତୀୟ ଓ ଛାତ୍ର ଜିବିତେଶ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ବକ୍ତୃତାରେ ଛାତ୍ରୀ ଈପ୍‌ସିତା ପ୍ରଧାନ ପ୍ରଥମ, ଛାତ୍ର ଉମେଶ ମେହେର ଦ୍ୱିତୀୟ ଓ ଛାତ୍ରୀ ସସ୍ମିତା ସାହୁ ତୃତୀୟ ହୋଇଥିଲେ। ଚିତ୍ରାଙ୍କନରେ ଛାତ୍ର ମନିଷ କୁମାର ରାଉତ ପ୍ରଥମ, ତନୁଜ କହଁର ଦ୍ୱିତୀୟ ଓ ଛାତ୍ରୀ ଦେବସ୍ମିନ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବେ ଅଭିନେତା ଅଶୋକ କୁମାର ଦାସ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରଦୀପ କୁମାର ଦାସ, ଅବସରପ୍ରାପ୍ତ ପ୍ରଫେସର ଡ. ଇନ୍ଦିରା ଦାଶ, ଅବସରପ୍ରାପ୍ତ ଅଧ୍ୟାପିକା ଡ. ମଞ୍ଜୁଲତା ମହାପାତ୍ର, ସରକାରୀ ଓକିଲ ପରମାନନ୍ଦ ମିଶ୍ର, ଅବସରପ୍ରାପ୍ତ କଳା ଶିକ୍ଷକ ରବୀନ୍ଦ୍ର ନାଥ ସାହୁ, ସାମାଜିକ କର୍ମୀ ପର୍ଶୁରାମ ଦାଶ ପ୍ରମୁଖ ପ୍ରତିଯୋଗିତା ଗୁଡ଼ିକର ମୂଲ୍ୟାୟନ କରିଥିଲେ। ଶେଷରେ ବିଜେତାମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଜିଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଅଭିନନ୍ଦିତା ପଣ୍ଡା ଏହାକୁ ପରିଚାଳନା କରିଥିଲେ। ପ୍ରାଧିକରଣର ସମସ୍ତ କର୍ମକର୍ତ୍ତା ଓ ପାରାଲିଗାଲ୍‌ ଭଲ୍ୟୁଣ୍ଟରମାନେ ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେତୁବାଦୀ, ପରମ୍ପରାବାଦୀ ପିଟାପିଟି

ବ୍ରହ୍ମପୁର ଅଫିସ,୯ା୧୧: ବ୍ରହ୍ମପୁର ସହର ହନୁମାନ ବଜାର ଛକରେ ହେତୁବାଦୀ ସଂଗଠନ ପକ୍ଷରୁ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ଯୋଗୁ ଏକ ସଭା ଓ ସାମୂହିକ ଭୋଜନ...

ନିର୍ବାଚିତ ପରେ ନୀରବଦ୍ରଷ୍ଟା

ଅନୁଗୋଳ ଅଫିସ,୧୬ା୭ ଅନୁଗୋଳ ସହରରୁ ହଟାଯିବ ଜବରଦଖଲ। ବିଶେଷକରି ବର୍ଷା ଜଳ ନିଷ୍କାସନ ପଥରେ ଥିବା ସମସ୍ତ ଅବରୋଧକୁ ଉଚ୍ଛେଦ କରାଯିବ। ସହରକୁ ବର୍ଷାଦିନେ ଜଳବନ୍ଦୀରୁ...

ପିପିଲିରେ ଲୋକେ ମାନୁ ନାହାନ୍ତି ସାମାଜିକ ଦୂରତ୍ୱ

ପିପିଲି,୧୧ା୫(ଡି.ଏନ.ଏ): ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପିପିଲି ଅଞ୍ଚଳରେ ଲୋକମାନେ ସାମାଜିକ ଦୂରତ୍ୱକୁ ମାନୁ ନ ଥିତ୍ବାବେଳେ ବିନା ମାସ୍କରେ...

ବଜ୍ରପାତରେ କୃଷକଙ୍କ ଜୀବନଗଲା

ବାଲେଶ୍ୱର ଅଫିସ,୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଗୋବରଘାଟା ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ମହାନ୍ତି...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ,୧୨।୭: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ନିମାପଡ଼ା ସବ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ...

ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର

ପୁରୀ ଅଫିସ,୨୧।୧:ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମତ୍ସ୍ୟ ବ୍ୟବସାୟୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶ ରପ୍ତାନି...

ଦେବୀଘାଟରେ ବରଯାତ୍ରୀ ବସ୍‌-ଟ୍ରେଲର ମୁହାଁମୁହିଁ : ୨ ମୃତ, ୫ରୁ ଊର୍ଦ୍ଧ୍ୱ ଗୁରୁତର

କୋରାପୁଟ,୧୧।୫(ସ୍ବ.ପ୍ର.): କୋରାପୁଟ ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ଦେବୀଘାଟ ନିକଟରେ ବୁଧବାର ସକାଳେ ଏକ ଘରୋଇ ବସ୍‌ ଓ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା...

କେନ୍ଦୁଝରରେ ୨ କରୋନା ପଜିଟିଭ୍‌ ଚିହ୍ନଟ: ଶତକ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୨ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ପୁଣି ଦୁଇ କରୋନା ରୋଗୀ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଜଣେ ଘଷିପୁରା ଓ ଅନ୍ୟ...

Advertisement
Archives

Model This Week