Posted inଖେଳ

ଜୋତା ପଲିସ୍‌ କରୁଛନ୍ତି ଧୋନୀ

ଶ୍ରୀନଗର, ୧।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ପ୍ରତିଦିନ ଧୋନୀଙ୍କ ଫଟୋ କିମ୍ବା ଭିଡିଓ ଭାଇରାଲ ହେଉଛି। ସେନା କ୍ୟାମ୍ପରେ ଧୋନୀଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଫଟୋରେ ଧୋନୀ ସେନା ପୋଷାକ ପିନ୍ଧି ଜୋତା ପଲିସ୍‌ କରୁଥିବାର ଦେଖାଯାଇଛି। ବୋଧହୁଏ ରୁମ୍‌ରେ ବସି ନିଜ ଜୋତା ପଲିସ୍‌ କରୁଛନ୍ତି। ପାଖରେ ଏକ ଛୋଟ ଖଟ ପଡିଥିବାର ଫଟୋରେ ଦେଖାଯାଉଛି। ବର୍ଷକୁ ୨୦୦କୋଟି ଉର୍ଦ୍ଧ୍ୱ ଟଙ୍କା କମାଉଥିବା ଧୋନୀଙ୍କୁ ସାଧାରଣ ସେନାଙ୍କ ଭଳି କାମ କରିବାକୁ ୟୁଜର୍ସ ପସନ୍ଦ କରିଛନ୍ତି। ଧୋନୀ ଏବେ ଜମ୍ମୁ-କଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳ ସୋପିୟାଂ ଏବଂ ଅନନ୍ତନାଗରେ ଅନ୍ୟ ସୈନ୍ୟଙ୍କ ଭଳି ପାଟ୍ରୋଲିଂ, ଗାର୍ଡ ଏବଂ ପୋଷ୍ଟ ଡ୍ୟୁଟିରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍‌ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା

କଟକ ଅଫିସ,୨୬।୧୨-  ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶା ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍‌...

ଜେଲ୍‌ ଗଲେ ସେଲ୍ଫି ଫ୍ୟାନ

ମୋହାଲି, ୨୨।୯- ମ୍ୟାଚ୍‌ ମଝିରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସେଲଫି ଉଠାଇବାକୁ ଚେଷ୍ଟା କରିଥିବା ୩ଜଣ କ୍ରିକେଟ୍‌ ପ୍ରଶଂସକଙ୍କୁ ଶେଷରେ ଜେଲ୍‌...

ଜାଫର ଉତ୍ତରାଖଣ୍ଡ ହେଡ୍‌ କୋଚ୍‌ ନିଯୁକ୍ତ

ମୁମ୍ବାଇ,୨୩।୬(ପି.ଟି.): ପୂର୍ବତନ ଭାରତୀୟ ଓପନର ତଥା ଡେମୋଷ୍ଟିକ୍‌ ହେଭିଓ୍ବେଟ୍‌ ଓ୍ବାସିମ୍‌ ଜାଫର ଉତ୍ତରାଖଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଆଗାମୀ ଘରୋଇ ସେସନ୍‌ରେ...

ଜାତୀୟ ଜୁନିୟର ହକି କ୍ୟାମ୍ପ୍‌ ପାଇଁ ଓଡ଼ିଶାରୁ ୫

ନୂଆଦିଲ୍ଲୀ, ୧୨।୫(ପି.ଟି.)- ବେଙ୍ଗାଲୁରୁଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ଜୁନିୟର ପୁରୁଷ ହକି କୋଚିଂ କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ୩୩...

ସେହ୍ବାଗଙ୍କୁ ପଡିଆରେ ପିଟିଥାନ୍ତି, କାହିଁକି ଏମିତି କହିଲେ ପାକିସ୍ତାନୀ ବୋଲର୍‌

ବିଶ୍ୱର ପ୍ରସିଦ୍ଧ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ ଶୋଏବ ଅଖତର ଏବଂ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗଙ୍କୁ ନେଇ ଚର୍ଚ୍ଚା...

ଜେକେଏସ ରାଜ୍ୟ କରାଟେ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଓକିନଓ୍ବା କରାଟେ ସ୍କୁଲ ଆନୁକୂଲ୍ୟରେ ଜାପାନ କରାଟେ ସୋତୋକାଇ(ଜେକେଏସ) କରାଟେ ଚାମ୍ପିୟନଶିପ୍‌ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ସଫଳତାର ସହିତ ସମ୍ପନ୍ନ ହୋଇଛି।...

ସାଇ ପ୍ରଣିଥ ଦେଲେ ୪ଲକ୍ଷ

ନୂଆଦିଲ୍ଲୀ,୮ା୪ (ପି.ଟି.): କୋଭିଢ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣିଥ୍‌ ବୁଧବାର ୪ ଲକ୍ଷ...

ଛୁରି ଦେଖାଇ ପ୍ରିମିୟର ଲିଗ୍‌ ଖେଳାଳିଙ୍କ ଘର ଲୁଟିଲେ ଦୁର୍ବୃତ୍ତ

ଲାହୋର,୧୬।୩- ଟୋଟେନହାମ ହଟସ୍‌ପର ଡିଫେଣ୍ଡର ଜାନ ଭର୍ଟଘେନଙ୍କ ପରିବାରକୁ କିଛି ଦୁର୍ବୃତ୍ତ ଛୁରି ଦେଖାଇ ଲୁଟିଛନ୍ତି। ୪ ଜଣ ଦୁର୍ବୃତ୍ତ ମାସ୍କ ପିନ୍ଧି ଭର୍ଟଘେନଙ୍କ ଘରେ...

Coronavirus Update


Archives

Model This Week

Why Dharitri