ଜେଲ ଗଲେ ମୁଜାଗଡ଼ ସରପଞ୍ଚ

ଭଞ୍ଜନଗର,୯।୩(ଡି.ଏନ.ଏ) ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତରେ ସରକାରୀ ଚାଉଳ ଓ ଗହମ ହେରଫେର ନେଇ ଶନିବାର ରାତିରେ ବିଡ଼ିଓ ଅନିଲ କୁମାର ସେଠୀ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୋଲିସ ରବିବାର ଅପରାହ୍ନରେ ସରପଞ୍ଚ ଶିବ ଶଙ୍କର ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ମାମଲାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଜନୀ ପ୍ରଧାନ, ଯୋଗାଣ ସହାୟକ ସୋମନାଥ ବେହେରା ମଧ୍ୟ ଜଡ଼ିତ ଥିବା ବିଡ଼ିଓ ଅଭିଯୋଗ କରିଛନ୍ତି।
ପ୍ରକାଶଯେ ମୁଜାଗଡ଼ ପଞ୍ଚାୟତରେ ସରକାରୀ ଚାଉଳ ହେରଫେର ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ବ୍ଲକ ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ଗୋଦାମ ଘର ଯାଞ୍ଚ କରାଯାଇଥିଲା। ଏହି ସମୟରେ ୬୧.୦୩ କୁଇଣ୍ଟାଲ ଚାଉଳ ଓ ୪.୫୫ କୁଇଣ୍ଟାଲ ଗହମ ହେରଫେର ହୋଇଥିବା ଜଣାପଡ଼ିଥିଲା। ବ୍ଲକ ଯୋଗାଣ ଅଧିକାରୀଙ୍କ ସୂଚନାକୁ ଆଧାର କରି ବିଡ଼ିଓ ଅନିଲ କୁମାର ସେଠୀ ରାତିରେ ଥାନାରେ ଚାଉଳ ହେରଫେର ନେଇ ଉକ୍ତ ୩ ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ପୋଲିସ ରବିବାର ସରପଞ୍ଚଙ୍କୁ ଥାନାକୁ ଆଣିଥିଲେ। ପଚରାଉଚରା ପରେ ତାଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାରକୁ ପଠାଇ ଦିଆଯାଇଛି। ଉକ୍ତ ୩ଜଣଙ୍କ ନାମରେ ମାମଲା (ନଂ. ୯୯/୨୦) ରୁଜୁକରି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ଅପରପକ୍ଷେ ଭାଜପା ନେତା ରମେଶ ବେହେରା, ବଟକୃଷ୍ଣ ପଣ୍ଡା, ହର ଗୌଡ଼, ଲେଲିନ ରାଉତ ଏକ ବିବୃତିରେ କହିଛନ୍ତି ଯେ, ସରପଞ୍ଚ ଏହି ମାମଲାରେ ଜଡ଼ିତ ନାହାନ୍ତି ତାଙ୍କୁ ଫସାଇ ଦିଆଯାଇଛି। ପିଇଓ ଏବଂ ଯୋଗାଣ ସହାୟକ ଏଥିରେ ସମ୍ପୃକ୍ତ। ଅପରପକ୍ଷେ ଶିବଶଙ୍କରଙ୍କୁ ପୋଲିସ ନେଇ ଆସିବା ପରେ ମୁଜାଗଡ଼ ପଞ୍ଚାୟତ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ସରପଞ୍ଚଙ୍କ ଗିରଫ ପରେ ଏବେ ଭଞ୍ଜନଗର ରାଜନିତୀ ସରଗରମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କରେ ଉପସ୍ଥାନ – ଗୋପରେ ପାଠପଢ଼ା; ୪ ଛାତ୍ର ବେସରକାରୀ ଛାଡ଼ି ସରକାରୀ ସ୍କୁଲକୁ ଗଲେ

ଗୋପ,୩ା୧୨(ଡି.ଏନ.ଏ.): ଗୋପ ଅଞ୍ଚଳରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରାୟ ସମୟରେ ନାନା ଘଟଣା ଯୋଗୁ ପ୍ରଶାସନ ପକ୍ଷରୁ ତାଗିଦ ହେଉଥିବା କଥା ନଜରକୁ ଆସିଛି। ଏବେ ପୁଣି...

ଚିତ୍ରକୋଣ୍ଡାରେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ୭୭୦ ଭୋଟ୍‌ ପାଇଥିବା ବେଳେ ଭାଜପାର...

କରୋନା ମୁକାବିଲା ଲାଗି ବ୍ୟାପକ କାର୍ଯ୍ୟକ୍ରମ

କେନ୍ଦୁଝର, ୨୭ା୩(ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ କେନ୍ଦୁଝରଗଡ ପୌରପାଳିକା ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହରକୁ ସମ୍ପୂର୍ଣ୍ଣ ପରିମଳ ରଖିବା ସହ ବିଭିନ୍ନ ସ୍ଥାନରେ ବ୍ଲିଚିଂ...

ରଥ ନିର୍ମାଣ ଲାଗି ଆସିଲାନି ନିର୍ଦ୍ଦେଶ

ପୁରୀ ଅଫିସ,୬ା୫: ଚଳିତ ବର୍ଷ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ତିନିରଥ ଗଡ଼ିବା ନେଇ ସଂଶୟ ଦେଖାଦେଇଛି। ମଙ୍ଗଳବାର ଦିନତମାମ୍‌ର ଘଟଣା ଚିତ୍ର ସମସ୍ତଙ୍କ ମନରେ ଏଭଳି ଭାବିବାକୁ...

ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ମାମଲା: ଜେଲ ଗଲେ ବାପା, ଜେଜେବିରେ ପୁଅ ହାଜର

ଦିଗପହଣ୍ଡି,୨୪ା୪(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବୋମକେଇ ଗାଁରେ କରୋନା ଆର୍ଥିକ ସହାୟତା ବଣ୍ଟନବେଳେ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ନଂ.୯୦/୨୦ରେ...

ଖୋଲିଲା ସବୁ ଦିନିଆ ଅଭିଯୋଗ ପ୍ରକୋଷ୍ଠ

ବାରିପଦା ଅଫିସ,୭।୮- ଆୟତନ ଦୃଷ୍ଟିରୁ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ ଜିଲା। ଏହି ଜିଲାରେ ୨୬ଟି ବ୍ଲକ, ୨ଟି ମ୍ୟୁନିସିପାଲିଟି ଓ ୨ଟି ଏନଏସି ରହିଛି।...

ଟ୍ରେନ୍‌ରେ ଛାଡ଼ିଥିବା ୪ ଲକ୍ଷ ୫୦ ହଜାର ଟଙ୍କା ଫେରିପାଇଲେ ବ୍ୟକ୍ତି

ରାୟଗଡ଼ା ଅଫିସ,୧୯।୧: ବିଶାଖାପାଟନମ୍‌ରୁ ରାୟଗଡ଼ା ଅଭିମୁଖେ ଶେଖ୍‌ ୟାସୋଦିନ୍‌ ନାମକ ଜଣେ ବ୍ୟକ୍ତି ରବିବାର ସକାଳେ ସମତା ଏକ୍ସପ୍ରେସରେ ତାଙ୍କର ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ...

ନୟାଗଡ଼ ବ୍ଲକରେ ଉଦ୍ୟାନ ବିଭାଗର କେଳେଙ୍କାରୀ : ନଡ଼ିଆ ଚାଷରେ ହେରଫେର ଅଭିଯୋଗ

ନୟାଗଡ଼ ଅଫିସ,୧୫।୭: ନୟାଗଡ଼ ଉଦ୍ୟାନ ବିଭାଗର ନଡ଼ିଆ ଚାରା ପ୍ରଦାନରେ କେଳେଙ୍କାରୀ ସାମ୍ନାକୁ ଆସିଛି। ଅଧିକାରୀ ଓ କର୍ମଚାରୀମାନେ ଚାଷୀଙ୍କୁ ଭକୁଆ ବନାଇ ଶହ ଶହ...

Coronavirus Update

Archives

Model This Week

Why Dharitri