ଜେଲ ଓ୍ବାର୍ଡରଙ୍କୁ ଚାପିଦେଲା ହାଇଓ୍ବା

କାମାକ୍ଷାନଗର,୮।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରିଡ଼ାମାଳି ଛକରେ ଶନିବାର ମଧ୍ୟାହ୍ନରେ ଲୋମଟାଙ୍କୁରା ଦୁର୍ଘଟଣା ଘଟିଛି। ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଏକ ହାଇଓ୍ବା ଧକ୍କାରେ ଜଣେ ଜେଲ ଓ୍ବାର୍ଡରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପ୍ରକାଶ ବେହେରା (୩୦) ଏବଂ ତାଙ୍କ ଘର କନ୍ତାରିପାଟରେ। ପ୍ରକାଶ କାମାକ୍ଷାନଗର ଉପକାରାଗାରରେ ଓ୍ବାର୍ଡର ଥିଲେ। ଡ୍ୟୁଟି ସାରି ବାଇକ୍‌ (ନଂ. ଓଡି ୧୯ ଏମ ୮୫୦୮)ରେ ଘରକୁ ଯାଉଥିବାବେଳେ ଉକ୍ତ ହାଇଓ୍ବା (ନଂ. ଓଡି ୧୯ ଡି ୫୯୫୬) ତାଙ୍କ ଉପରେ ଚଢ଼ିଯାଇଥିଲା। ଥାନାଧିକାରୀ ଅଭିନବ ଡାଳୁଆ ସଦଳବଳ ପହଞ୍ଚତ୍ ହାଇଓ୍ବାକୁ ଜବତ କରିଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ମୃତଦେହ ବ୍ୟବଚ୍ଛେଦ କରିବାକୁ ପଠାଯାଇଛି।
ଜାତୀୟ ରାଜପଥ ଦୋହରୀକରଣ କାର୍ଯ୍ୟରେ ନିୟୋଜିତ ଭାରିଯାନଗୁଡ଼ିକ ବେପରୁଆ ଭାବେ ଚଳାଚଳ କରୁଛି। ଫଳରେ ଦିନକୁ ଦିନ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ସପ୍ତାହକ ମଧ୍ୟରେ ଏହା ହେଉଛି ୩ୟ ଘଟଣା। ଗତ ୪ ତାରିଖରେ ରଙ୍ଗମାଟିଆ ନିକଟରେ ଅନୁରୂପ ଦୁର୍ଘଟଣା ଘଟିଥିଲା। ଏଥିରେ ସିଆରିମାଳିଆ ଗ୍ରାମର ସୁଧାକର ପଧାନଙ୍କ ୫ବର୍ଷର ପୁଅ ବିନୟଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ସୁଧାକରଙ୍କ ଭାଇ ନିରଞ୍ଜନ ଡାହାଣ ଗୋଡ଼ ହରାଇଥିବାବେଳେ ସ୍ତ୍ରୀ କନକ ବର୍ତ୍ତି ଯାଇଥିଲେ। ସେହିପରି ଗତ ଶୁକ୍ରବାର କାଦୁଆ ଗ୍ରାମରୁ ୮ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଆସୁଥିବା ଏକ ଅଟୋରିକ୍ସାକୁ ଆଳତୁମା ନିକଟରେ ଠିକାସଂସ୍ଥାର ହାଇଓ୍ବା ଧକ୍କା ଦେଇଥିଲା। ବେପରୁଆ ଗାଡ଼ିଚାଳକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ନେଇ ଥାନାଧିକାରୀ କୁହନ୍ତି, ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ପ୍ରଶାସନର ନିଷ୍ପତ୍ତିକ୍ରମେ ଗାଡ଼ିଗୁଡ଼ିକୁ ଦିନବେଳା ଛାଡ଼ିଦିଆଯାଉଛି। ପ୍ରଶାସନ ସହ ଆଲୋଚନା କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri