ଜେଲ୍‌ କଲୋନୀ ମାର୍କେଟ କମ୍ପ୍ଲେକ୍ସ: ଖତ ଖାଉଛି, ନଜର ନାହିଁ

ବରଗଡ଼ ଅଫିସ,୧୫।୭:  ଆଶ୍ରୟ ନେବା ପାଇଁ ଜାଗାଟିଏ ମିଳୁନାହିଁ । ଫଳରେ ଲୋକେ ଖୋଲା ଆକାଶତଳେ ଜୀବନ ବିତାଉଛନ୍ତି । ଛୋଟ ବ୍ୟବସାୟ କରିବା ପାଇଁ ଦୋକାନଟିଏ ମଧ୍ୟ ମିଳୁ ନାହିଁ । ଏଥିପାଇଁ କାହାକୁ ହାତଗୁଞ୍ଜା ଦେବାକୁ ପଡ଼ୁଥିବାବେଳେ ଦୋକାନ ନ ମିଳିଲେ ଫୁଟ୍‌ପାଥ୍‌ରେ ବେପାର କରିବାକୁ ପଡ଼ୁଛି । ଅନ୍ୟପଟେ ବରଗଡ଼ ସବ୍‌ଜେଲ ସମ୍ମୁଖରେ ଦୀର୍ଘବର୍ଷ ହେଲା ଏକ ମାର୍କେଟ୍‌ କମ୍ପ୍ଲେକ୍ସ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାବେଳେ ସେଥିପ୍ରତି ଜନ ପ୍ରତିନିଧି କିମ୍ବା ପ୍ରଶାସନର ଦୃଷ୍ଟି ପଡୁନାହିଁ । ପୌର ଓ ଜେଲ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଚୁପ୍‌ ବସିଛନ୍ତି । କୁଆଡ଼େ ଏହି ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣକୁ ନେଇ ବିବାଦ ଉପୁଜିଥିଲା ଏବଂ ବିବାଦର ସମାଧାନ ନ ହେବା ଯୋଗୁ ନିର୍ମାଣ ହେବା ଦିନଠାରୁ ଉକ୍ତ ମାର୍କେଟ୍‌ କମ୍ପ୍ଲେକ୍ସ ଅକାମୀ ହୋଇ ପଡ଼ି ରହିଛି । ଅପରପକ୍ଷେ ସ୍ଥାନୀୟ ଟାଉନ ଥାନା ଓ ସବ୍‌ଜେଲ ମଝିରେ ରହିଥିବା ଏହି ମାର୍କେଟ୍‌ କମ୍ପ୍ଲେକ୍ସରେ ରାତିବେଳା ଆପରାଧିକ କାର୍ଯ୍ୟକଳାପ ଚାଲୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି ।
ସୂଚନା ଅନୁସାରେ, ଲୋକଙ୍କୁ ବ୍ୟବସାୟିକ ସୁଯୋଗ ଦେବା ଉଦ୍ଦେଶ୍ୟରେ ଜେଲ କଲୋନୀ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା । ଏଠାରେ ୧୨ଟି ଦୋକାନ ଗୃହ ନିର୍ମିତ ହୋଇଛି । ମାତ୍ର ଏବେ ସବୁ ଦୋକାନ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ୪ଟି ଦୋକାନ ଗୃହର କବାଟ ଚୋରି ହୋଇସାରି ଥିବାବେଳେ ଅନ୍ୟ ଗୃହର କବାଟରେ ମଧ୍ୟ କଳଙ୍କି ଲାଗି ତାହା ନଷ୍ଟ ହେବାରେ ଲାଗିଛି । କଥା ସେତିକିରେ ସରିନାହିଁ । ଅବ୍ୟବହୃତ ହୋଇ ପଡ଼ିଥିବା ଯୋଗୁ ଉକ୍ତ ମାର୍କେଟ୍‌ କମ୍ପ୍ଲେକ୍ସ ଅପରାଧୀଙ୍କ ଆଡ୍ଡାସ୍ଥଳ ପାଲଟିଛି । ଥାନା ସମ୍ମୁଖରେ ମାର୍କେଟ୍‌ କମ୍ପ୍ଲେକ୍ସ ଥିଲେ ସୁଦ୍ଧା ଗତ କିଛିବର୍ଷ ତଳେ ଉକ୍ତ ମାର୍କେଟ୍‌ କମ୍ପ୍ଲେକ୍ସର ଏକ ଦୋକାନ ଗୃହରେ ହତ୍ୟାକାଣ୍ଡ ଘଟିଥିଲା । ତଥାପି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶିନାହିଁ । ମାର୍କେଟ୍‌ କମ୍ପ୍ଲେକ୍ସର ପୁନରୁଦ୍ଧାର କଥା ଦୂରେ ଥାଉ, ଏପର୍ଯ୍ୟନ୍ତ ମାର୍କେଟ୍‌ କମ୍ପ୍ଲେକ୍ସକୁ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ ।
ଅନ୍ୟପଟେ ଏହି କମ୍ପ୍ଲେକ୍ସ ପାଖାପାଖି କେତେକ ସ୍ଥାନରେ ସଟ୍ଟା ଜୁଆ, ଗଞ୍ଜେଇ ଆଦି ନିଶା କାରବାର ଚାଲୁଥିବା ଅଭିଯୋଗ ହୋଇଛି । ଆଉ ଏଭଳି କାରବାର ଯୋଗୁ ସହରରେ ଆପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଥିବା ସ୍ଥାନୀୟ ଲୋକେ ମତପ୍ରକାଶ କରିଛନ୍ତି । ଅସୁରକ୍ଷିତ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏହି ମାର୍କେଟ୍‌ କମ୍ପ୍ଲେକ୍ସର କିଛି ଅଂଶକୁ କେତେକ ଛୋଟିଆ ବେପାରୀ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ତାହା ସେମାନଙ୍କୁ ରୋଜଗାର ଦେଉଛି ସତ, ମାତ୍ର ମାର୍କେଟ୍‌ କମ୍ପ୍ଲେକ୍ସଟି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନ ପାରି ତାହା ଆପରାଧିକ ଆଡ୍ଡାସ୍ଥଳ ପାଲଟିବା ଚିନ୍ତାର ବିଷୟ ପାଲଟିଛି । ଉକ୍ତ ମାର୍କେଟ୍‌ କମ୍ପ୍ଲେକ୍ସର ପୁନରୁଦ୍ଧାର ତଥା କାର୍ଯ୍ୟକ୍ଷମ ଦିଗରେ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ମଧ୍ୟ ଏଠାରେ ଅପରାଧ ଘଟିବା ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…

ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ,…

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲାରେ ବଢ଼ୁଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆହ୍ଲାବାଦ ହାଇକୋର୍ଟର…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri