Posted inଖେଳ

ଜେଲ୍‌ରେ ଫୁଟବଲ ଟୁର୍ନାମେଣ୍ଟ ଖେଳିବେ ରୋନାଲ୍ଡିନୋ

କ୍ଲୋରିଣ୍ଡା,୧୪।୩- ପୂର୍ବତନ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ୍‌ ପାସ୍‌ପୋର୍ଟ ବ୍ୟବହାର କରି ଏବେ ପାରାଗୁଏର ଏକ ଜେଲ୍‌ରେ ଅଛନ୍ତି। ଏହି ଘଟଣା ସମ୍ପର୍କରେ ପ୍ରାୟତଃ ଫୁଟବଲ ପ୍ରଶଂସକଙ୍କୁ ଜଣା ଥିବ। ତାଙ୍କ ଜାଜ୍ୱଲ୍ୟମାନ କ୍ୟାରିୟରରେ ଆଉ ଏକ ଟ୍ରଫି ସାମିଲ ହୋଇପାରେ। ଜେଲ୍‌ରେ ଖେଳାଯିବାକୁ ଥିବା ଏକ ଫୁଟ୍‌ବଲ ପ୍ରତିଯୋଗିତାରେ ବ୍ରାଜିଲ ଷ୍ଟାର ଖେଳିପାରନ୍ତି ବୋଲି ଏବିସି ଟିଭି ପାରାଗୁଏ ପକ୍ଷରୁ କୁହାଯାଇଛି। ଏହି ଟୁର୍ନାମେଣ୍ଟରେ ଚାମ୍ପିୟନ ଦଳକୁ ମିଳିବାକୁ ଥିବା ପୁରସ୍କାର ସମ୍ପର୍କରେ କଦାପି କଳ୍ପନା କରିହେବ ନାହିଁ। ଚାମ୍ପିୟନ ଦଳକୁ ୧୬ କେଜିର ଏକ ଘୁଷୁରି ପୁରସ୍କାର ବାବଦକୁ ମିଳିବ। ମିଳିଥିବା ସୂଚନା ମୁତାବକ ଦଳର ଅଧିନାୟକ ରୋନାଲ୍ଡିନୋଙ୍କ ସହ ଆଲୋଚନା କରିସାରିଛନ୍ତି। କିନ୍ତୁ ମ୍ୟାଚ୍‌ରେ ସେ ଗୋଲ ନ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାଡାଲଙ୍କ ପରେ ଥିଆଗୋ ସର୍ବକନିଷ୍ଠ

ସାଣ୍ଟିଆଗୋ, ୨ା୩ (ଏଏଫ୍‌ପି)-୨୦୦୫ରେ ରାଫାଲ ନାଡାଲଙ୍କ ପରେ ଲାଟିନ୍‌ ଆମେରିକାର କ୍ଲେ କୋର୍ଟ ‘ଗୋଲ୍‌ଡେନ ସୁଇଙ୍ଗ୍‌’ ଟେନିସ ଟୁର୍ନାମେଣ୍ଟରେ ଚାମ୍ପିୟନ ହେବାରେ ବ୍ରାଜିଲର ଥିଆଗୋ ସିବୋଥ୍‌...

ରୋନାଲ୍ଡୋଙ୍କ ହ୍ୟାଟ୍ରିକ: ଫାଇନାଲରେ ପର୍ତ୍ତୁଗାଲ

ମାଡ୍ରିଡ୍‌, ୬।୬- ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ହ୍ୟାଟ୍ରିକ ଗୋଲ ବଳରେ ପର୍ତ୍ତୁଗାଲ ୩-୧ ଗୋଲରେ ସୁଇଜରଲାଣ୍ଡକୁ ହରାଇ ଦେଇଛି। ଏହି ବିଜୟ ସହ ପର୍ତ୍ତୁଗାଲ...

ଭାରତୀୟ ମହିଳା କମ୍ପାଉଣ୍ଡ ତୀରନ୍ଦାଜ ଦଳକୁ ବ୍ରୋଞ୍ଜ ପଦକ

ଡେନ ବୋସ୍କ(ଦ ନେଦରଲାଣ୍ଡ୍ସ),୧୫।୬(ପିଟି): ଏଠାରେ ଚାଲିଥିବା ତୀରନ୍ଦାଜ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ବ୍ରୋଞ୍ଜ ପଦକ ଜିତିଛି। ଜ୍ୟୋତି ସୁରେଖା ଭେନ୍ନାମ, ମୁସ୍କାନ...

‘ମୁଁ ଖେଳାଳିଙ୍କୁ ଭିକ ମାଗିପାରିବି ନାହିଁ’

ପୋର୍ଟ ଅଫ୍‌ ସ୍ପେନ୍‌,୧୦।୮: ୱେଷ୍ଟଇଣ୍ଡିଜ ଅପେକ୍ଷା କାରିବିଆନ ଦେଶଗୁଡିକର ଖେଳାଳିମାନେ ଫ୍ରାଞ୍ଚାଇଜ ଲିଗ ଖେଳିବାକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ୱେଷ୍ଟଇଣ୍ଡିଜ ମୁଖ୍ୟ କୋଚ ଫିଲ...

ରେସଲର ସୁମିତ ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୫ା୬ (ପି.ଟି.): ଟୋକିଓ ଅଲିମ୍ପିକ୍ସ ହେବାକୁ ଆଉ କିଛି ସପ୍ତାହ ବାକି ରହିଥିବାବେଳେ ଏଥିରେ ଭାଗ ନେବାକୁଥିବା ଭାରତୀୟ ରେସ୍‌ଲର ସୁମିତ୍‌ ମଲିକ ଡୋପ୍‌...

କରୋନା ସଂଘର୍ଷରେ ହାରିଗଲେ କୌଶିକ

ନୂଆଦିଲ୍ଲୀ, ୯ା୫(ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ତଥା କୋଚ୍‌ ଏମ୍‌.କେ. କୌଶିକ୍‌ଙ୍କର ଶନିବାର ଦେହାନ୍ତ ହୋଇଯାଇଛି। କରୋନାରେ ପୀଡ଼ିତ ହେବା ପରେ ସେ ଗତ ୩...

ଅଶ୍ୱିନ୍‌ ଆଉଟ୍‌ ହେବାପରେ ଏମିତି କହିଦେଲେ ସ୍ତ୍ରୀ

ସାଉଥାମ୍ପଟନ୍‌,୨୩।୬:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ସାଉଥାମ୍ପଟନ୍‌ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। କିନ୍ତୁ ସାଉଥାମ୍ପଟନରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍‌ରେ...

ଫର୍ମୁଲା ଓ୍ବାନ୍‌ ଷ୍ଟାର ଡ୍ରାଇଭର ଲୌଡ଼ାଙ୍କ ପରଲୋକ

ଲଣ୍ଡନ, ୨୧ା୫- କିମ୍ବଦନ୍ତୀ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର ନିକି ଲୌଡ଼ାଙ୍କ ମୃତ୍ୟୁ ଘଟିଛି। ଅଷ୍ଟ୍ରିଆ ଡ୍ରାଇଭରଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ସଦସ୍ୟ ମଙ୍ଗଳବାର ସୂଚନା...

Advertisement
Archives

Model This Week