ଜେଲରେ ମୋବାଇଲ ଫୋନ୍‌ ଉପରେ ଲାଗିଲା କଟକଣା: ୯୧ ଜେଲରେ ଲାଗିବ ମୋବାଇଲ ଡିଟେକ୍ଟର

ଭୁବନେଶ୍ୱର, ୮।୧(ବ୍ୟୁରୋ): ଜେଲ୍‌ ଭିତରକୁ ଯାଉଛି ମୋବାଇଲ୍‌ ଫୋନ୍‌। ଏହି ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଜେଲ୍‌ରେ ରହି ଅପରାଧୀମାନେ ବାହାରେ ଘଟାଉଛନ୍ତି ଅପରାଧ, ବଢ଼ାଉଛନ୍ତି ସେମାନଙ୍କ ନେଟ୍‌ଓ୍ବର୍କ। ନିକଟରେ ଚୌଦ୍ୱାର ଜେଲ୍‌ ଭିତରୁ ଦୁର୍ଦ୍ଦାନ୍ତ ସକିଲଙ୍କର ଏକ ସେଲ୍‌ଫି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏଭଳି ସାଂଘାତିକ ଘଟଣା ପଦାକୁ ଆସିଥିଲା। ଖୋଳତାଡ଼ ପରେ ସକିଲ ଜେଲ୍‌ ଭିତରୁ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ୩ଜଣ ଗର୍ଲଫ୍ରେଣ୍ଡ୍‌ଙ୍କ ଦ୍ୱାରା ଅପରାଧ ଘଟାଉଥିବା ଜଣାପଡିଥିଲା। ପୂର୍ବରୁ ମଧ୍ୟ ଏଭଳି ଘଟଣାର ଅନେକ ନଜିର ରହିଛି। ତେଣୁ ଏହାକୁ ଜେଲ୍‌ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଗୁରୁତ୍ୱର ସହ ଗ୍ରହଣ କରିବା ସହ ମୋବାଇଲ୍‌ ଫୋନ୍‌ ଉପରେ କଟକଣା ଜାରି କରିଛନ୍ତି। ଜେଲ୍‌ରେ କଏଦୀମାନେ ଲୁଚାଇ ରଖୁଥିବା ମୋବାଇଲ୍‌ ଫୋନ୍‌କୁ ଧରିବା ପାଇଁ ପଦକ୍ଷେପ ନିଆଯିବ। ଅପରାଧୀଙ୍କ ସଂଖ୍ୟା ଆଧାରରେ ରାଜ୍ୟର ୯୧ ଜେଲରେ ପ୍ରାୟ ୩ଶହ ଫୋନ୍‌ ଡିଟେକ୍ଟର ଲଗାଯିବ। ଏଥିଲାଗି ୭୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଓ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ସରିବ। ଅନ୍ୟପକ୍ଷରେ ଜେଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି। ଏଣିକି ସେମାନେ ଆଉ ଜେଲ ଭିତରକୁ ମୋବାଇଲ୍‌ ନେଇ ପାରିବେ ନାହିଁ। ପ୍ରବେଶ ସମୟରେ ଫାଟକରେ ସୁରକ୍ଷାକର୍ମୀଙ୍କୁ ମୋବାଇଲ୍‌ ଫୋନ୍‌ ହସ୍ତାନ୍ତର କରିବେ। ଡ୍ୟୁଟି ସରିବା ପରେ ନିଜର ମୋବାଇଲ୍‌ ଫୋନ୍‌ ଧରି ବାହାରକୁ ବାହାରିବେ। ଏହାକୁ କଡାକଡି ପାଳନ କରିବା ପାଇଁ ରାଜ୍ୟର ସମସ୍ତ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିଜି ଉପାଧ୍ୟାୟ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଜେଲରେ ରହିଥିବା ଫୋନ୍‌ରେ କଏଦୀମାନେ ସେମାନଙ୍କ ସମ୍ପର୍କୀୟଙ୍କ ସହ କଥାହେବା ସମୟରେ ତାହା ଉପରେ କଡ଼ା ନଜର ରଖାଯାଉଛି। ସେମାନେ କାହାସହ କଥା ହେବାକୁ ଚାହୁଛନ୍ତି ଓ ସେ ବ୍ୟକ୍ତି ଜଣକ କିଏ, ତାହାକୁ ଦାୟିତ୍ୱରେ ଥିବା ଅଧିକାରୀ ଯାଞ୍ଚ କରିବା ପରେ ହିଁ ସୁଯୋଗ ଦେବେ। ଚୌଦ୍ୱାର ଜେଲ୍‌ରେ ଥିବା ସକିଲଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ଆବଶ୍ୟକ ପଡିଲେ ତାଙ୍କୁ ସ୍ବତନ୍ତ୍ର ସେଲ୍‌ରେ ରଖାଯିବ। ସେହିଭଳି ଆଗକୁ ଜେଲରେ ଅପରାଧୀଙ୍କ ଉପରେ ଅଧିକ ନଜର ରଖିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଆପଣାଯିବ। ଏହାସହ ଜାମୁଝରି ମୁକ୍ତାକାଶ ଜେଲ୍‌ ପରିସରରେ ହୋଇଥିବା ଜେଲ୍‌ ଏକାଡେମୀରେ ଜେଲ୍‌ କର୍ମଚାରୀଙ୍କୁ ଏହା ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ଡିଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri