ଜେଏସ୍‌ଡବ୍ଲ୍ୟୁ ଅଫିସରେ ଭଙ୍ଗାରୁଜା: ୧୦ କୋର୍ଟଚାଲାଣ

ପାରାଦୀପ,୨୫ା୧୨(ସ୍ବ.ପ୍ର.): ସହରର ପ୍ରଶାସନିକ ଭବନ ନିକଟରେ ଥିବା ପାରାଦୀପ ଭବନରେ ମଙ୍ଗଳବାର ତୁମୁଳକାଣ୍ଡ ଘଟିଛି। ଭବନର ତୃତୀୟ ଓ ଚତୁର୍ଥ ମହଲାରେ ଥିବା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଏବଂ ଜେଏସ୍‌ଡବ୍ଲ୍ୟୁ ପୋର୍ଟ ଟର୍ମିନାଲ ଅଫିସରେ ସୋବୁ (ଷ୍ଟୁଡେଣ୍ଟ ଅରଗାନାଇଜେଶନ୍‌ ଅଫ୍‌ ବିଜୁ ପଟ୍ଟନାୟକ ୟୁନିଭରସିଟି)ସଙ୍ଗଠନର ସଦସ୍ୟମାନେ ଭଙ୍ଗାରୁଜା କରିଛନ୍ତି। ପ୍ରାୟ ୬୦ରୁ ୭୦ ଯୁବକ ଉକ୍ତ ଅଫିସରେ ପଶି କମ୍ପ୍ୟୁଟର, କାଚକାନ୍ଥ, ଟେବୁଲ, ଚେୟାର ଆଦି ଭାଙ୍ଗି ଦେଇଛନ୍ତି। ମାତ୍ର ୫ ମିନିଟ୍‌ ମଧ୍ୟରେ ଘଟିଥିବା ଏହି ତୁମୁଳକାଣ୍ଡlରେ ଦୁଇଟି ଅଫିସରେ ପ୍ରାୟ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଛି। ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚତ୍ ୧୦ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଯୁଗଜ୍ୟୋତି ସ୍ବାଇଁ, ଶାରଦା ବେହେରା, ନୃସିଂହ ଚରଣ ସ୍ବାଇଁ, ମଣ୍ଟୁ ବରାଳ, ପୀତାମ୍ବର ଜେନା, ପଦୀପ ବାରିକ, ଲୋକନାଥ ଜେନା, ଶଶୀଭୂଷଣ ଦାସ, ସିପୁନ ନାୟକ ଓ ସମୀର ବର୍ମନ। ଜେଏସ୍‌ଡବ୍ଲ୍ୟୁ ଟର୍ମିନାଲ ପକ୍ଷରୁ ଆକାଶ ମଜୁମଦାରଙ୍କ ଅଭିଯୋଗ କ୍ରମେ ମାମଲା ନଂ-୨୨୭/୧୯ ଓ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ପକ୍ଷରୁ ଶୁଭାଷ ଚନ୍ଦ୍ର ପରିଡ଼ାଙ୍କ ଅଭିଯୋଗ କ୍ରମେ ମାମଲା ନଂ-୨୨୮/୧୯ ରୁଜୁ ହୋଇଛି। ଏହି ଘଟଣାପରେ କମ୍ପାନୀ କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି।
ସୋବୁ ସଂଗଠନ ଅକ୍ଟୋବର ୧୫ରେ ଜେଏସ୍‌ଡବ୍ଲ୍ୟୁ ଅଫିସ ଆଗରେ ନିଯୁକ୍ତି ଦାବି ନେଇ ସତ୍ୟାଗ୍ରହ କରିଥିଲା। ପରେ ସଂଗଠନର କର୍ମକର୍ତ୍ତା, କମ୍ପାନୀ ପ୍ରତିନିଧିଙ୍କୁ ନେଇ ସ୍ଥାନୀୟ ଏଡିଏମ୍‌ ଅଫିସରେ ଆଲୋଚନା ହୋଇଥିଲା ଏବଂ କମ୍ପାନୀରେ ନିଯୁକ୍ତି ସମ୍ପର୍କରେ ସୋବୁ ସଂଗଠନକୁ ଆଶ୍ୱାସନା ମିଳିଥିଲା। ଅର୍ଥାତ୍‌ ପ୍ରକଳ୍ପ ହେଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ମିଳିବ। ଏହି ଘଟଣା ୨ ମାସ ବିତିଥିଲେ ହେଁ ସୋବୁର କୌଣସି ସଦସ୍ୟଙ୍କୁ ନିଯୁକ୍ତି ନ ମିଳିବାରୁ ସେମାନେ ମଙ୍ଗଳବାର ଏପରି କରିଥିଲେ ବୋଲି କୁହାଯାଉଛି। ଏସମ୍ପର୍କରେ ସୋବୁର ପରାମର୍ଶଦାତା ପ୍ରତାପ ମିଶ୍ରଙ୍କୁ ପଚାରିବାରେ ସେ କହିଥିଲେ, ପିଲାମାନେ ଯାହା କରିଛନ୍ତି ତାହା ଗ୍ରହଣୀୟ ନୁହେଁ। କୌଣସି ମତେ ସମ୍ପତ୍ତି କ୍ଷତି କରିବା ଏବଂ ଆଇନକୁ ହାତକୁ ନେବା ଠିକ୍‌ ହୋଇନାହିଁ। କିନ୍ତୁ କମ୍ପାନୀ ମଧ୍ୟ ଠିକ୍‌ କରିନାହିଁ। ଜେଏସ୍‌ଡବ୍ଲ୍ୟୁ ପୋର୍ଟର ସ୍ଥାନୀୟ ପରିଚାଳକ ରଜତ ନାୟକ କହିଛନ୍ତି, ଏ ବିଷୟରେ ଆମ କମ୍ପାନୀର ଲ ସେକ୍ସନ୍‌ ଦେଖୁଛି। ବାକି ପୋଲିସ ପ୍ରଶାସନ ଯାହା କରିବ। ଥାନାଧିକାରୀ ରଜନୀକାନ୍ତ ସାମଲ କହିଛନ୍ତି, ସେମାନଙ୍କର ଯାହା କିଛି ଦାବି ଥିଲା ସେମାନେ ଉପଯୁକ୍ତ ବିଧି ବ୍ୟବସ୍ଥାରେ ଆଲୋଚନା କରିପାରିଥାନ୍ତେ। କିନ୍ତୁ ଆଇନକୁ ହାତକୁ ନେଇଥିବାରୁ ଆଇନ ତା ବାଟରେ ଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରଙ୍କ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ସଜନାଗଡ଼,୨୫।୨: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଖଡ଼ିପଦା ଗ୍ରାମରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଠାକୁରଙ୍କ ରୂପା ମୁକୁଟ ସହ ଅନ୍ୟାନ୍ୟ...

ରବିବାରଠାରୁ ଖୁଦୁରୁକୁଣୀ ଓଷା: ଭାଇର ଶୁଭ ମନାସି ମା’ ମଙ୍ଗଳାଙ୍କୁ ପୂଜା କରିବେ ଭଉଣୀ

କେନ୍ଦୁଝର.୧୭।୮(ସ୍ବ.ପ୍ର.): ରବିବାରଠାରୁ ଆରମ୍ଭ ହେଉଛି ମା’ ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା। ଭାଇର ଶୁଭ ମନାସି ଭଉଣୀମାନେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ବ୍ରତ ରଖିଥାନ୍ତି। ଏ...

ସରପଞ୍ଚ ଆସନ ପାଇଁ ସାନି ମତଦାନ ସୁପାରିଶ

କେନ୍ଦ୍ରାପଡା ଅଫିସ,୨୨।୨: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତର ୧୫ନଂ ବୁଥ୍‌ର ସରପଞ୍ଚ ଆସନ ପାଇଁ ପୁନର୍ବାର ମତଦାନ ହେବ । ଏନେଇ ରାଜ୍ୟ...

ଅଙ୍ଗନୱାଡି କର୍ମୀଙ୍କୁ ଦୁର୍ବ୍ୟବହାର, ଅଭିଯୁକ୍ତ ଗିରଫ

ଆସିକା,୬ା୪(ଡି.ଏନ୍‌.ଏ.): ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଡି. ସିଙ୍ଗିପୁର ଗ୍ରାମରେ ରବିବାର ସେହି ଗ୍ରାମର ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ...

ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମୃତଦେହ

ନିମାପଡା, ୩୦।୪(ଡି.ଏନ.ଏ.): ଭାରତୀୟ ସେନା ବାହାନୀର ରାଜସ୍ଥାନ ଯୋଧପୁରଠାରେ କାର୍ଯ୍ୟରତ ଓଡ଼ିଆ ଯବାନ ରାଜେଶ କୁମାର ସାହୁ(୨୯)ଙ୍କ ଗୁଳିମାଡରେ ଶନିବାର ମୃତ୍ୟୁ ଘଟିଥିଲା। ତାଙ୍କ ଘର...

ଫୁଲ ତୋଳିବାକୁ ଯାଇ ଫେରିଲେନି ମହିଳା

ନିରାକାରପୁର,୨୧ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଭୂଷଣ୍ଡପୁର ଫରେଷ୍ଟର ଅଧୀନରେ ଥିବା ଗୋଳବାଇ ପଞ୍ଚାୟତ କାୟା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ସେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ବୀଣାପାଣିଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ ଅଫିସ,୨୫।୪: ବିଶିଷ୍ଟ ସାହିତି୍ୟକା ତଥା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ସୋମବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କଟକ ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ...

ଗୃହିଣୀ ସାଜିଲେ ଅଟୋଚାଳକ

ଖୋର୍ଦ୍ଧା ଅଫିସ,୧୨।୭: କରୋନା ଯୋଗୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ଲୋକେ କାମଧନ୍ଦା ନ ପାଇ ଘରେ ବସି ରହିଛନ୍ତି। ଘରେ...

Advertisement
Archives

Model This Week