ଜୁଲାଇ ୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ଷଷ୍ଠ ସେମିଷ୍ଟର

ଭୁବନେଶ୍ୱର, ୯।୬(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଡିଗ୍ରୀ କଲେଜର ଯୁକ୍ତ୩ ଷଷ୍ଠ ସେମିଷ୍ଟର ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୭ରୁ ପରୀକ୍ଷା ଆରମ୍ଭ ହୋଇ ୨୩ରେ ତାରିଖରେ ଶେଷ ହେବ। ପ୍ରାକ୍ଟିକାଲ ପରୀକ୍ଷା ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଥିଓରି ପରୀକ୍ଷା ଜୁଲାଇ ୧୪ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବ। ଜୁଲାଇ ୨୮ ସୁଦ୍ଧା ପ୍ରୋଜେକ୍ଟ ପେପର ଓ ମାର୍କ ବିଶ୍ୱବିଦ୍ୟାଳୟରେ ଦାଖଲ କରିବାକୁ ପଡ଼ିବ। ଏନେଇ ସୋମବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପରୀକ୍ଷା ସମୟରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ପାଳନ ହେବ। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ ପରୀକ୍ଷାଗାରକୁ ସାନିଟାଇଜ କରାଯିବ। ସେହିପରି ପରୀକ୍ଷାକୁ ଆସିବା ବେଳେ ମାସ୍କ ଲଗାଇବା ସହିତ ସାନିଟାଇଜର ଓ ପାଣି ବୋତଲ ଆଣିବା ପାଇଁ ଛାତ୍ରୀଛାତ୍ରଙ୍କୁ ଜଣାଇ ଦେବା ପାଇଁ କଲେଜଗୁଡ଼ିକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ପରିକ୍ଷାର୍ଥୀ ଓ ପରୀକ୍ଷକଙ୍କ ଶରୀର ତାପମାତ୍ରା ମପାଯିବ। ଏଥିପାଇଁ ଯଦି ଜିଲା ପ୍ରଶାସନ କିମ୍ବା ଅର୍ବାନ ଲୋକାଲ ଅଥରିଟି କିମ୍ବା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ଥର୍ମାଲ ସ୍କାନର ଦିଆଯାଇ ନ ଥାଏ ତେବେ କଲେଜ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କ ସାମ୍ନାରେ ଭାସିଗଲେ ବାପା, ୨୪ ଘଣ୍ଟା ପରେ ବି ମିଳିନି ପତ୍ତା

କେନ୍ଦୁଝର,୧୦ା୯(ସ୍ବ.ପ୍ର.): ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାଂଶପାଳ ବ୍ଲକ କେନ୍ଦୁଘାଟି ନିକଟ ବୈତରଣୀରେ ଶୁକ୍ରବାର ଅପରାହ୍ନରେ ଭାସି ଯାଇଥିବା ବ୍ୟକ୍ତିଙ୍କ ପତ୍ତା ମିଳିନାହିଁ। ପୋଲିସ...

ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର, ବିଷମିଶା କ୍ଷୀର ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

ସୁନ୍ଦରଗଡ଼,୧୧।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅଧୀନ ଆଇଟି କଲୋନୀର ଏକ କ୍ୱାର୍ଟର୍ସରୁ ଶନିବାର ଗୋଟିଏ ପରିବାରର ୪ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ...

ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ ନାରାୟଣଙ୍କୁ ଭେଟ କରାଇଲେ ଗଜପତି ମହାରାଜା

ପୁରୀ ଅଫିସ,୧୩।୭: ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେପଟେ ଶ୍ରୀମନ୍ଦିର ଚାହାଣି ମଣ୍ଡପରେ...

କାମ ଚାଲିଥିବାବେଳେ ଦବିଗଲା ସୁକତେଲ ବ୍ରିଜ, ୨ ଶ୍ରମିକଙ୍କ ଜୀବନ ଗଲା

ପାଟଣାଗଡ, ୨୯।୪ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ଅଧୀନ ଟମିଆ ଗାଁ ନିକଟରେ ଥିବା ସୁକତେଲ ବ୍ରିଜ ବୁଧବାର ସକାଳ ୯ଟାରେ କାମ ଚାଲିଥିବାବେଳେ...

୨ ଦିନରେ ୨ ହଜାର ହୋମ ଡେଲିଭରି କଲେ ମଲ୍‌

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ସାରା ଦେଶରେ ଲକଡାଉନ ହେବା ପରେ ଲୋକଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ନେଇ ବିଭିନ୍ନ ମଲ, ଦୋକାନରେ ଲମ୍ବାଲାଇନ ଓ ଭିଡ ହେବାରେ...

ଆଗକୁ ବର୍ଷା: ଉପକୂଳବାସୀଙ୍କ ବଢ଼ୁଛି ଚିନ୍ତା

ପଟ୍ଟାମୁଣ୍ଡାଇ,୩ା୬(ସ୍ବ.ପ୍ର.): ଜୁନ ମାସ ଦ୍ୱିତୀୟ ସପ୍ତାହରେ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରାକ୍‌ ଆକଳନ କରିବା ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କ...

ସ୍ବାସ୍ଥ୍ୟ ବିଭାଗ ଅଧୀନରେ ହେବ ଜନ୍ମ ମୃତ୍ୟୁର ଇ-ପଞ୍ଜୀକରଣ

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ଏଣିକି ଜନ୍ମ ମୃତ୍ୟୁର ଇ-ପଞ୍ଜୀକରଣ କାର୍ଯ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଆସିବ। ପୂର୍ବରୁ ଏହା ଗୃହ ନିର୍ମାଣ ଓ...

ଲୋପପାଉଛି ପାରଳାର ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ କହିଲେ ମନକୁ ଆସିଯାଉଥିଲା ଗଜପତି ଜିଲା ପାରଳାଖେମୁଣ୍ଡି ସହର। ସହରର ରାଜଦାଣ୍ଡ ସାହିରେ ମାଳ ମାଳ ଶିଙ୍ଗ ଦୋକାନ ସବୁ...

Advertisement
Archives

Model This Week