ଜୁଲାଇରୁ ଆରମ୍ଭ ହେବ ‘ନିର୍ଭୟ କଢି’

ଛତ୍ରପୁର,୨୯।୬(ଡି.ଏନ.ଏ.)-ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଶୁକ୍ରବାର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜିଲା ଶିଶୁ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଯେପରି ଗୋଟିଏ ବି ବାଲ୍ୟବିବାହ ହେବନି ଏବଂ ଶିଶୁ ଶ୍ରମିକ ରହିବେନି ତାହା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ ା ଜିଲାର ମହିଳା ସଂଘ ସଦସ୍ୟାମାନେ ଏଥିପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ ବୋଲି ଜିଲାପାଳ କହିଥିଲେ। ଆଗାମୀ ଦିନରେ ଏସବୁକୁ ରୋକିବା ପାଇଁ ଜିଲା, ବ୍ଲକ ଓ ପଞ୍ଚାୟତସ୍ତରୀୟ କମିଟି ଗଠନ କରିବାକୁ କୁହାଯାଇଛି ା ଜୁଲାଇ ପ୍ରଥମ ସପ୍ତାହରୁ ଜିଲାରେ ପ୍ରଥମଥର ପାଇଁ ଜିଲା ପ୍ରଶାସନ ପକ୍ଷରୁ ‘ନିର୍ଭୟ କଢି’ ନାମକ କାର୍ଯ୍ୟକ୍ରମ ଆରମ୍ଭ ହେବ ା ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ରୋକିବା ଏବଂ ଶିଶୁମାନଙ୍କ ସୁରକ୍ଷା ଓ ସେମାନଙ୍କ ବିକାଶ ଉପରେ ସଚେତନ କରାଯିବ। ଯେ କୌଣସି ବିବାହ ସମୟରେ ବରକନ୍ୟାଙ୍କ ଆଧାର କାର୍ଡ ଯାଞ୍ଚ କରାଯାଇ ସେମାନଙ୍କର ବିବାହଯୋଗ୍ୟ ବୟସ ହୋଇଛି କି ନାହିଁ ସେ ସମ୍ପର୍କରେ କମିଟି ତଦାରଖ କରିବ ବୋଲି କୁହାଯାଇଛି ା ବୟସ କମ୍‌ ହୋଇଥିଲେ ଉକ୍ତ ଅଞ୍ଚଳର ଜନପ୍ରତିନିଧି, ଗାଁ ମୁଖିଆ, କୌଳିକ ସଙ୍ଗଠନର କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଆପୋସ ବୁଝାମଣାରେ ବିବାହ ବନ୍ଦ ନ ହେଲେ ଆଇନଗତ ପନ୍ଥା ଗ୍ରହଣ କରାଯିବ ।
ପ୍ରତି ମାସରେ ପଞ୍ଚାୟତସ୍ତରରେ ବାଲ୍ୟ ବିବାହ ରୋକିବା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ବାହାଘର ସମୟରେ ଅଯଥା ଅଧିକ ଟଙ୍କା ଖର୍ଚ୍ଚ ନ କରିବା ଉପରେ ସଚେତନ କରାଯାଇ ଆଗାମୀ ଦିନରେ ସମୂହ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ବର ଓ କନ୍ୟାପକ୍ଷ ବଳକା ଟଙ୍କା କୌଣସି ସ୍କୁଲ, ମେଡିକାଲ କିମ୍ବା ଭଲ କାର୍ଯ୍ୟରେ ବିନିଯୋଗ କରିପାରିବେ । ଓଡିଶାରେ ବାଲ୍ୟବିବାହ ୨୧ ପ୍ରତିଶତ ଥିବାବେଳେ ଗଞ୍ଜାମ ଜିଲାରେ ଏହା ୨୯ ପ୍ରତିଶତ ରହିଛି। ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ସିଡବ୍ଲ୍ୟୁସି ସଦସ୍ୟ ହରିହର ପାଢୀ, ଚାଇଲ୍ଡ ଲାଇନର ସୁଧୀର ସାବତ, ଜ୍ୟୋତିକୃଷ୍ଣ ବେହେରା, ଶ୍ରୀକୃଷ୍ଣ ପଣ୍ଡା, ଡିପିସି ମିଶନ ଶକ୍ତିର ଶାଶ୍ୱତ କୁମାର ସାହୁ, ଆକଶନ୍‌ ଏଡ୍‌ର ଜିଲା ସଂଯୋଜକ ଦେବବ୍ରତ ମହନ୍ତ, ସାମାଜିକ କର୍ମୀ ଶିବପ୍ରସାଦ ରଥଙ୍କ ସମେତ ବିଭିନ୍ନ ମହିଳା ସଂଘର ସଭାନେତ୍ରୀ ଓ ସମ୍ପାଦିକାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri