ଜୁନ୍‌ ୩୦ ଯାଏ ଧାର୍ମିକ ସ୍ଥଳ ବନ୍ଦ ରହିବ

ଭୁବନେଶ୍ୱର,୯।୬(ବ୍ୟୁରୋ) :କେନ୍ଦ୍ର ସରକାର ଧାର୍ମିକ ସ୍ଥଳ, ଶପିଂମଲ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ରାଜ୍ୟ ସରକାର କରୋନା ସ୍ଥିତିକୁ ଦେଖି କଟକଣା ଜାରି କରିପାରିବେ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଥିଲା। ରାଜ୍ୟ ସରକାର ଦ୍ୱନ୍ଦ୍ୱ ଦୂର କରିବାକୁ ପୂର୍ବରୁ ଜୁନ ମାସ ପାଇଁ ଜାରି କରାଯାଇଥିବା ଗାଇଡଲାଇନରେ ସାମାନ୍ୟ ସଂଶୋଧନ କରିଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ ୩୦ ତାରିଖ ଯାଏ ସମସ୍ତ ଧାର୍ମିକ ସ୍ଥଳରେ ଉପାସନା ବନ୍ଦ ରହିବ। ସମସ୍ତ ଶପିଂ ମଲ, ସିନେମା ହଲ, ଜିମ୍ନାସିୟମ, ସୁଇମିଂ ପୁଲ, ଆମୋଦପ୍ରମୋଦ ପାର୍କ, ଥିଏଟର, ବାର, ଅଡି ଟୋରିୟମ, ଆସେମ୍ବ୍ଲି ହଲ ଇତ୍ୟାଦି ମଧ୍ୟ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ହୋଟେଲ ଓ ରେଷ୍ଟୁରାଣ୍ଟ ପାଇଁ ସରକାର ୨୦୨୦ ଜୁନ ପହିଲାରେ ଜାରି କରିଥିବା ଗାଇଡଲାଇନ ବଳବତ୍ତର ରହିବ। ଏଥିସହିତ ଉକ୍ତ ବିଜ୍ଞପ୍ତିରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପୂର୍ବ ଭଳି ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୋଷ ଲୁଚାଇବା ପାଇଁ ନୂଆ ଫନ୍ଦି

ଯାଜପୁର ଅଫିସ,୧୮।୧: ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ସିହା ଗ୍ରାମପଞ୍ଚାୟତରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାମରେ...

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼: ୧୦୦ରୁ ଅଧିକ କଂଗ୍ରେସ କର୍ମୀ ଅଟକ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଉତ୍ତର ପ୍ରଦେଶର ଲଖିମପୁର ଖେରି ଘଟଣା ପରେ ବିବାଦୀୟ ହୋଇପଡ଼ିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ କଂଗ୍ରେସ ପକ୍ଷରୁ...

ଗତବର୍ଷ ଅପେକ୍ଷା ବଢ଼ିଛି ଧାନ ସଂଗ୍ରହ: ଧାର୍ଯ୍ୟ ଲକ୍ଷ୍ୟର ୭୯% ଧାନ ସଂଗ୍ରହ ସରିଛି

ଭୁବନେଶ୍ୱର,୪।୨(ବ୍ୟୁରୋ): ସାରା ରାଜ୍ୟରେ ଚଳିତ ଖରିଫ୍‌ ଧାନ ସଂଗ୍ରହ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲିଛି। ଫେବୃୟାରୀ ୩ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ବାରା ୩୯ ଲକ୍ଷ...

ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ଘଟଣା, ମୃତକଙ୍କ ପରିବାରକୁ ଦିଆଯିବ ୨ଲକ୍ଷ: ବିଧାୟକ

ଭଦ୍ରକ ଅଫିସ,୩।୧: ଭଦ୍ରକ ଜିଲା ୧୬ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଶୁକ୍ରବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ ବସ୍‌-ଟ୍ରକ୍‌...

ବ୍ୟାଙ୍କ ଲକରରୁ ଲୁଟିନେଲେ କୋଟିଏ ଟଙ୍କାର ସୁନାଗହଣା

ରାସୋଳ,୧୨ା୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ବଜାର ନିକଟରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଅପରାହ୍ନରେ ସଶସ୍ତ୍ର ଡକାୟତି ହୋଇଛି। ୪ଜଣ ଦୁର୍ବୃତ୍ତ...

ଓଡ଼ିଶାର ଆକ୍ସନ ପ୍ଲାନ୍‌କୁ କେନ୍ଦ୍ରର ମଞ୍ଜୁରୀ

ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୨୦ରୁ ୨୦୩୦ ପର୍ଯ୍ୟନ୍ତ ଏକ ୧୦ ବର୍ଷିଆ ରାଜ୍ୟ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି। ଏହାକୁ କେନ୍ଦ୍ର...

ବର୍ଷା ସାଙ୍ଗକୁ କୁଆପଥର ମାଡ଼

ଅମ୍ବାଭୋନା,୨୮।୧୨(ଡି.ଏନ.ଏ): ବରଗଡ଼ ଜିଲା ଅମ୍ବାଭେନା ବ୍ଲକରେ ମଙ୍ଗଳବାର ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ଏଥିରେ ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି ।...

ପ୍ରେମିକା ଗର୍ଭବତୀ ଜାଣିବା ପରେ ପ୍ରେମିକ ଫେରାର

ଚଣ୍ଡିଖୋଲ,୨୩।୭(ଡି.ଏନ.ଏ): ପ୍ରେମ ସମ୍ପର୍କ। ବିବାହର ପ୍ରତିଶ୍ରୁତି। ଶାରୀରିକ ସମ୍ପର୍କ ପରେ ପ୍ରେମିକା ଗର୍ଭବତୀ। ପ୍ରେମିକାଙ୍କୁ ପ୍ରତାରଣା ଦେଇ ପ୍ରେମିକ ଫେରାର। ଏଭଳି ଅଭିଯୋଗ ହୋଇଛି ଯାଜପୁର...

Advertisement
Archives

Model This Week