Posted inଖେଳ

ଜୁନ୍‌ରେ ଟେନିସ୍‌କୁ ଫେରିବେ ମୁରେ

 

ଲଣ୍ଡନ, ୩୦ା୫ (ଏଏଫ୍‌ପି)-ଇଞ୍ଜୁରି ସମସ୍ୟାରୁ ମୁକ୍ତି ପାଇଛନ୍ତି ବ୍ରିଟିଶ ଟେନିସ୍‌ ଖେଳାଳି ଆଣ୍ଡି ମୁରେ। ୟୁନାଇଟେଡ୍‌ କିଙ୍ଗଡମ୍‌ ନ୍ୟାଶନାଲ ହେଲ୍‌ଥ ସର୍ଭିସ ଚ୍ୟାରିଟି ପାଇଁ ତାଙ୍କ ଭାଇ ଜେମି ଜୁନ୍‌ ୨୩ରେ ଏକ ଟୁର୍ନାମେଣ୍ଟ ଆୟୋଜନ କରିଛନ୍ତି। ରୁଦ୍ଧଦ୍ୱାରରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟର ନାମ ‘ସ୍କୋଡର୍ସ ବ୍ୟାଟଲ ଅଫ୍‌ ବ୍ରିଟ୍ସ’ ରଖାଯାଇଛି। ଇଭେଣ୍ଟ ଟି ଜୁନ୍‌ ୨୩ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ମୁରେ ବ୍ରଦର୍ସଙ୍କ ବ୍ୟତୀତ ଅନ୍ୟ ବ୍ରିଟିଶ ଖେଳାଳି ଯଥା କାଇଲ ଏଡ୍‌ମଣ୍ଡ୍‌ ଓ ଡାନ୍‌ ଇଭାନ୍ସ ପ୍ରମୁଖ ଭାଗ ନେବେ। ଏହା ଲଣ୍ଡନସ୍ଥିତ ଲନ୍‌ ଟେନିସ ଆସୋସିଏଶନର ରୋହାମ୍ପଟନ ବେସ୍‌ଠାରେ ଖେଳାଯିବ। ଆମାଜନ ପ୍ରାଇମ୍‌ ଏହାର ସିଧାପ୍ରସାରଣ କରିବ। ୟୁନାଇଟେଡ୍‌ କିଙ୍ଗଡମ୍‌ ନ୍ୟାଶନାଲ ହେଲ୍‌ଥ ସର୍ଭିସ ଚ୍ୟାରିଟି ପାଇଁ ଟୁର୍ନାମେଣ୍ଟରୁ ଅତି କମ୍‌ରେ ୧,୦୦,୦୦୦ ପାଉଣ୍ଡ (୧,୨୨,୦୦୦ ଆମେରିକୀୟ ଡଲାର) ପାଣ୍ଠି ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କରୋନାଭାଇରସ୍‌ ଯୋଗୁ ଏଟିପି ଡବ୍ଲ୍ୟୁଟିଏ ସିଜନ ସ୍ଥଗିତ ରଖାଯାଇଛି। ନଭେମ୍ବରରେ ଡେଭିସ୍‌ କପ୍‌ ଫାଇନାଲ ପରେ ମୁରେ ପ୍ରଥମ ଥର ଏକ ଟେନିସ ଟୁର୍ନାମେଣ୍ଟରେ ଖେଳିବେ। ତାଙ୍କ ସମର୍ଥକଙ୍କ ଲାଗି ଏହା ଏକ ଖୁସିର ଖବର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୮ ଫୁଟ୍‌ବଲ ଖେଳାଳି କରୋନା ପଜିଟିଭ୍‌

ମେକ୍ସିକୋ ସିଟି, ୨୨ା୫ (ଏଏଫ୍‌ପି)- ମେକ୍ସିକୋର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟିମ୍‌ ସାଣ୍ଟୋସ୍‌ ଲାଗୁନାର ୮ଜଣ ଖେଳାଳି କରୋନା ପଜିଟିଭ୍‌। ଫଳରେ ୨ ମାସ ସସ୍‌ପେଣ୍ଡ...

ଇଏ ଯୁବରାଜ ନା ବୁମ୍‌ରା: ସଚିନ

ନୂଆଦିଲ୍ଲୀ,୨।୭: ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିଥିବା ଟି-୨୦ ମ୍ୟାଚ୍‌ ଆଜି ବି ସ୍ମରଣୀୟ ହୋଇ ରହିଛି। ଏହି ମ୍ୟାଚ୍‌ରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ଯୁବରାଜ...

ଝିଅଙ୍କ ଲାଗି ପ୍ରାର୍ଥନା କରିବାକୁ କହିଲେ ଆସିଫ

ନୂଆଦିଲ୍ଲୀ,୮।୬: ପାକିସ୍ତାନ କ୍ରିକେଟର ଆସିଫ ଆଫ୍ରିଦିଙ୍କ ଝିଅ ଅସୁସ୍ଥ। ତାଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ସେ ଏକ ପୋଷ୍ଟ କରି...

ଲଢ଼ିବା ସତ୍ତ୍ୱେ ପରାଜୟରୁ ବର୍ତ୍ତି ପାରିଲା ନାହିଁ ହାଇଦ୍ରାବାଦ୍‌

ଚେନ୍ନାଇ, ୧୧ା୪- ମନୀଷ ପାଣ୍ଡେ ଓ ଜନ୍ନି ବେଆରଷ୍ଟୋଙ୍କ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍‌ରେ ହରାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ...

ଖୁସି ଖବର: ଭାରତୀୟ ଦଳର କୋଚ ହେବେ ରାହୁଲ ଦ୍ରାଭିଡ

ନୂଆଦିଲ୍ଲୀ,୨୦।୫:ଭାରତୀୟ କ୍ରିକେଟ ଦଳ ଆଗାମୀ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି। ଭାରତର ପୂର୍ବତନ ଭେଟେରାନ ରାହୁଲ ଦ୍ରାଭିଡ ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର କୋଚିଂ...

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାଗନେବ ପାକିସ୍ତାନ; ଚାଇନା ସଂକ୍ରାନ୍ତରେ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ,୧୭।୨(ପି.ଟି.)- ଏଠାରେ ଆସନ୍ତା ୧୮ରୁ ୨୩ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଯାଉଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ପାକିସ୍ତାନ ଅଂଶଗ୍ରହଣ କରିବା ନେଇ ଅନିଶ୍ଚିତତା ଦୂର...

ଭାରତକୁ ହରାଇବାକୁ ସଜ ହେଲାଣି ଆଫଗାନିସ୍ତାନ

ଦୁବାଇ,୩।୧୧: ଆଫଗାନିସ୍ତାନର ନଜର ସେମିଫାଇନାଲରେ ଅଛି ବୋଲି କହିଛନ୍ତି ଦ୍ରୁତ ବୋଲର ହାମିଦ ହସନ। ଏହାଛଡ଼ା ଦଳ ବୁଧବାର ଟି୨୦ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ...

ଏହି ପଦବୀ ହାତେଇବାକୁ ଚାହୁଁଛନ୍ତି ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୩।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହଓ୍ବାଗ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ମଜାକିଆ ପୋଷ୍ଟ କରି ସେ...

Advertisement
Archives

Model This Week