Posted inଖେଳ

ଜୁନିୟର ହକି : ସଞ୍ଜୟଙ୍କ ଡବଲ ଗୋଲ୍‌, ଅଷ୍ଟ୍ରିଆକୁ ହରାଇଲା ଭାରତ

ମାଡ୍ରିଡ୍‌, ୧୫ା୬ (ପି.ଟି.): ସଞ୍ଜୟଙ୍କ ଡବଲ୍‌ ଗୋଲ ସହାୟତାରେ ଭାରତୀୟ ଜୁନିୟର ପୁରୁଷ ଦଳ ଏଠାରେ ଚାଲିଥିବା ୮-ରାଷ୍ଟ୍ରୀୟ ୨୧ ବର୍ଷରୁ କମ୍‌ ଆମନ୍ତ୍ରଣୀୟ ହକି ଟୁର୍ନାମେଣ୍ଟରେ ଅଷ୍ଟ୍ରିଆକୁ ୪-୨ ଗୋଲରେ ପରାସ୍ତ କରିଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମରୁ ଆକ୍ରମଣାତ୍ମକ ଖେଳିଥିଲା। ପ୍ରଥମ କ୍ୱାର୍ଟର ଖେଳରେ ଭାରତକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ଚମତ୍କାର ଡ୍ରାଗ୍‌ ଫ୍ଲିକ୍‌ ଦ୍ୱାରା ସଞ୍ଜୟ ଏହାକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ସଞ୍ଜୟ ତାଙ୍କ ଦ୍ୱିତୀୟ ଗୋଲ ମଧ୍ୟ ପେନାଲ୍ଟି କର୍ନର ଜରିଆରେ ୨୩ତମ ମିନିଟ୍‌ରେ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୦ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟର ଖେଳରେ ଅଲିଭର କେରନ (୩୪ତମ ମିନିଟ)ଙ୍କ ଗୋଲ ସହାୟତାରେ ଅଷ୍ଟ୍ରିଆ ଗୋଲ ବ୍ୟବଧାନକୁ ହ୍ରାସ କରିଥିଲା। ମାତ୍ର ଏହାର ୧ ମିନିଟ୍‌ ପରେ ରାହୁଲ ରାଜୀବ ଏକ ଗୋଲ ସ୍କୋର କରି ଭାରତକୁ ୩-୧ ଗୋଲ୍‌ରେ ଆଗୁଆ କରିଥିଲେ। ଏହି କ୍ୱାର୍ଟରରେ ଦୁଇ ଦଳ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଥିଲେ। ପରେ ୪୯ତମ ମିନିଟ୍‌ରେ ଫିଲିପ୍‌ ସ୍କିପାନ୍‌ ଅଷ୍ଟ୍ର୍ରିଆ ତରଫରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ତେବେ ୫୧ତମ ମିନିଟ୍‌ରେ ପ୍ରଭଜୋତ ସିଂଙ୍କ ଗୋଲ ଯୋଗୁ ଭାରତ ପୁଣି ୨ ଗୋଲ ବ୍ୟବଧାନରେ ଆଗୁଆ ରହିଥିଲା। ଭାରତ ରବିବାର ୫ ଓ ୬ଷ୍ଠ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ କ୍ରିକେଟର୍ସଙ୍କ ଅନ୍ଧବିଶ୍ୱାସ:କେମିତି ବାଛନ୍ତି ଜର୍ସି ନଂ ଜାଣନ୍ତୁ

କେବଳ ଭାରତୀୟମାନେ ନୁହେଁ, ଦେଶର କ୍ରିକେଟ ଖେଲାଳିମାନେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥାନ୍ତି। ଏହାର ନମୁନା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳେ। କେତେବେଳେ ଖେଳାଳିମାନେ...

ପ୍ରଥମ ଥର ଦିନିକିଆ ଟିମ୍‌ରେ ସୁଯୋଗ ମିଳିବା ପରେ ଏହି ଦୁଇ କ୍ରିକେଟରଙ୍କ ଖୁସି କହିଲେ ନ ସରେ: କହିଲେ…

ନୂଆଦିଲ୍ଲୀ,୨୦।୩: ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ କିଛି ନୂଆ ମୁହଁକୁ ଦେଖିବାକୁ ମିଳିଛି। ପ୍ରଥମ...

୭ ବର୍ଷ ପରେ ଆରମ୍ଭ ହେଲା ଲଜ୍ଜାଜନକ ବିପର୍ଯ୍ୟୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ ହାରିବା ପରେ ବିରାଟ କୋହଲି ପ୍ରବଳ ଚାପରେ ଅଛନ୍ତି। ଏଥିରୁ ଜଣାପଡୁଛି ଯେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସମ୍ମୁଖରେ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଦୂତୀ ଭାଗନେବେ

ଭୁବନେଶ୍ୱର, ୧୩।୯(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦଙ୍କ ପାଇଁ ଆସିଛି ଆଉ ଏକ ବଡ଼ ସୁଯୋଗ। ଦୋହାରେ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ୍ସ...

ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାର ୧୦ ବର୍ଷ ପରେ ବିବାହ ବନ୍ଧନରେ ଏହି ବ୍ୟାଡ୍‌ମିଣ୍ଟନ ତାରକା, ତାମିଲ ଅଭିନେତାଙ୍କ…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତର ଜଣେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ୟାଡ୍‌ମିଣ୍ଟନ୍‌ ତାରକା ଜ୍ୱାଲା ଗୁଟ୍ଟା। ତାଙ୍କ କ୍ୟାରିୟରରେ ଭାରତ ପାଇଁ ଅନେକ ପଦକ...

ଭାଇ ଡେବ୍ୟୁ କରିବାକୁ ନେଇ ଖୁସିରେ ଆତ୍ମହରା ହେଲେ ଏହି କ୍ରିକେଟର୍‌

କୋଲକତା,୨୮।୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଭାଇ ମହମ୍ମଦ କୈଫ ବଙ୍ଗଳା ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ଡେବ୍ୟୁ କରୁଛନ୍ତି। ସେ ଜମ୍ମୁ-କଶ୍ମୀର ବିରୋଧରେ...

ବାପା ହେବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର, ଏଭଳି ହେଉଛି ଚର୍ଚ୍ଚା

ଗତ ଫେବୃୟାରୀ ୨୮ରେ ବଲିଉଡ୍‌ ଅଭିନେତ୍ରୀ ହେଜେଲ କିଚ ୩୪ ବର୍ଷର ହୋଇଥିଲେ। ଏହି ଜନ୍ମଦିନକୁ ପାଳନ କରିବା ପାଇଁ ହେଜେଲଙ୍କ ସ୍ବାମୀ ତଥା କ୍ରିକେଟର...

କୋଚ୍‌ଙ୍କ ଅଧୁରା ପ୍ରେମ କାହାଣୀ

କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସଂଯୋଗ ବହୁତ ପୁରୁଣା। ଶର୍ମିଳା ଟାଗୋର-ମନସୁର ଖାନ ପଟୌଦିଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ...

Advertisement
Archives

Model This Week