ଜୁଆ ନିଶାରେ ମସ୍‌ଗୁଲ ଧରାକୋଟ ଥାନା ପୋଲିସ: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ଧରାକୋଟ, ୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍‌ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍‌ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ ୫ଜଣ କର୍ମଚାରୀ ଖାକି ଓ ସାଦା ପୋଷାକରେ ନଗଦ ଟଙ୍କା ଏବଂ ମୋବାଇଲ ରଖି ଜୁଆ ଖେଳିବା ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଓଡ଼ିଶା ପୋଲିସର ଏଭଳି କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଗୋଟିଏପଟେ ପୋଲିସ ଅପରାଧ ନିୟନ୍ତ୍ରଣ କରିବାକୁ ଯାଇ ଜୁଆଅଡ୍ଡା ଉପରେ ଚଢ଼ାଉ କରୁଥିବା ବେଳେ ନିଜେ ଉକ୍ତ କାର୍ଯ୍ୟରେ ଲିପ୍ତ ରହିବା ବାଡ଼ ଫସଲ ଖାଇବା ଭଳି ଲୋକେ ପ୍ରକାଶ କରୁଛନ୍ତି। ଏ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଜାଣିବା ପରେ ସେ ଅତିରିକ୍ତ ଏସ୍‌ପିଙ୍କୁ ଘଟଣାର ତନଦନ୍ତ କରି ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ବାରାକ୍‌ ମଧ୍ୟରେ କର୍ମଚାରୀମାନେ ଜୁଆନିଶାରେ ମସ୍‌ଗୁଲ ହୋଇ ତାସ୍‌ ଖେଳୁଥିବା ଘଟଣାର ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଗ ଦଖଲରେ ଜବରଦଖଲକାରୀ: ଖଜଣା ଭରୁଛନ୍ତି ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର, ୨୩ା୨(ଡି.ଏନ.ଏ.): ଏକାମ୍ର ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ସୌନ୍ଦର୍ଯ୍ୟକରଣ ନେଇ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ମାପଚୁପ ଚାଲିଛି। ହେଲେ ପ୍ରଭାବଶାଳୀ ବ୍ୟକ୍ତିଙ୍କ...

ବିପର୍ଯ୍ୟୟ ମୁକାବିଲା: ଓଡ଼ିଶାକୁ ମିଳିବ ୨୧ ଶହ କୋଟି

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁଯାୟୀ ରାଜ୍ୟକୁ ୨୦୨୦-୨୧ ଆର୍ଥ୍‌ତ୍କବର୍ଷ ପାଇଁ ୨୧ ଶହ କୋଟି ଟଙ୍କା ପ୍ରଦାନ କରିବାକୁ କେନ୍ଦ୍ର ସରକାର ସବୁଜ...

ଜମି ଅଡ଼ୁଆ: ଆଗେଇପାରୁନି ମେଗା ତୈଳବୀଜ ବିହନ ହବ୍‌

ଭୁବନେଶ୍ୱର, ୩।।୯ (ବ୍ୟୁରୋ): ଡାଲିଜାତୀୟ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଓଡ଼ିଶାରେ ଏକ ମେଗା ତୈଳବୀଜ ବିହନ ହବ୍‌ ସ୍ଥାପନ କରିବାକୁ ରାଜ୍ୟ ସରକାର କେନ୍ଦ୍ର...

୧୬ ନଂ. ଜାତୀୟ ରାଜପଥରେ ସ୍କୁଟି ପଛକୁ ପିଟିଲା କାର୍‌: ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ଯଁ।ଳା/ଜଟଣୀ,୨୫।୭(ଡି.ଏନ.ଏ.): ୧୬ ନଂ. ଜାତୀୟ ରାଜପଥର ଯଁ।ଳା ଫାଣ୍ଡି ଅନ୍ତର୍ଗତ ମହୁରା ଛକ ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ସ୍କୁଟି ପଛକୁ କାର ଧକ୍କା...

ଦୋଳ କଟକଣା ଆହୁରି କଡ଼ା କଲା ବିଏମ୍‌ସି: ଜାଣନ୍ତୁ କ’ଣ କରାଗଲା…

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଓଡ଼ିଶାରେ କରୋନା ଗ୍ରାଫ୍‌ ଧୀରେ ଧୀରେ ଉପରମୁହାଁ ହେବାରେ ଲାଗିଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି...

ସମଲୀଙ୍ଗି ସମ୍ପର୍କ: ପରିବାର ପକ୍ଷରୁ ଅଭିଯୋଗ ପରେ ସାଥି ଗିରଫ

ହରଭଙ୍ଗା,୬।୧୦(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କ ସହ ସମଲୀଙ୍ଗି ସମ୍ପର୍କ ରଖିଥିବା ଅଭିଯୋଗରେ ପୁରୁଣାକଟକ ଅଞ୍ଚଳର ଜଣେ ଯୁବତୀଙ୍କୁ କନ୍ଧମାଳ ଜିଲା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା...

ସବୁଜ ସୁନ୍ଦର କୋରାପୁଟ ପାଇଁ ପରିବାର ପିଛା ୨ ଚାରା ବାଣ୍ଟୁଛି ବନ ବିଭାଗ

ସେମିଳିଗୁଡ଼ା,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରଥମ ପଦକ୍ଷେପ ଭାବେ ପ୍ରତି ପରିବାରକୁ ମାଗଣାରେ ୨ଟି ଲେଖାଏଁ ଚାରା ବଣ୍ଟାଯାଉଛି। କୋରାପୁଟ ବନ...

ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଧାରଣା : ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଗଞ୍ଜାମ,୨୯ା୧୦(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ସାନରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ-ଶିକ୍ଷୟିତ୍ରୀ ଭାଗ୍ୟବତୀ ବେହେରାଙ୍କୁ ବଦଳି ନ କରିବାକୁ ଗ୍ରାମବାସୀ ସୋମବାର ବିଇଓ କାର୍ଯ୍ୟାଳୟରେ ତାଲା...

BGU
Play 250+ Trending Games
Archives

Model This Week

Why Dharitri