ଜୁଆଡ଼ି ଧରପଗଡ଼ ଅଭିଯାନ : ୯୩ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୩।୧୦: ବ୍ରହ୍ମପୁର ପୋଲିସ ଜିଲାରେ ଜୁଆଡ଼ି ଧରପଗଡ଼ ଅଭିଯାନରେ ୭ଟି ଥାନା ପକ୍ଷରୁ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୯୩ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ ଲକ୍ଷ ୨୪ ହଜାର ୨୧୫ ଟଙ୍କା ଜବତ ହୋଇଛି। ଏପରିକି ୨୪ଟି ମୋବାଇଲ ଓ ୪ଟି ବାଇକ୍‌ ମଧ୍ୟ ଜବତ ହୋଇଛି ବୋଲି ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ରବିବାର ସୂଚନା ଦେଇଛନ୍ତି। ଶନିବାର ରାତିରେ ବଡ଼ବଜାର ଥାନା ପୋଲିସ ୨ଟି ଜୁଆଆଡ୍ଡାରେ ଚଢ଼ାଉ କରି ୨୬ ଜୁଆଡ଼ିଙ୍କୁ ଗିରଫ କରିବା ସହ ୧ ଲକ୍ଷ ୨୧ ହଜାର ୭୬୫ ଟଙ୍କା ଓ ୧୬ଟି ମୋବାଇଲ ଜବତ କରିଛି। ସେହିପରି ଟାଉନ ଥାନା ପୋଲିସ ୨ଟି ଜୁଆଅଡ୍ଡାରୁ ୨୨ ଜଣ ଜୁଆଡ଼ିଙ୍କୁ ଧରିବା ସହ ୫୨ ହଜାର ୫୨୦ ଟଙ୍କା ଜବତ କରିଛି। ଗୋଷାଣି ନୂଆଗାଁ ଥାନା ପୋଲିସ ଗୋଟିଏ ଜୁଆଆଡ୍ଡାରେ ଚଢ଼ାଉ କରି ୧୦ଜୁଆଡ଼ିଙ୍କୁ ଗିରଫ କରିବା ସହ ୭୦ ହଜାର ୬୭୦ ଟଙ୍କା, ୮ ଟି ମୋବାଇଲ, ୪ ଟି ବାଇକ ଜବତ କରିଛି । ଗୋଳନ୍ଥରା ଥାନା ପୋଲିସ ୨ଟି ଜୁଆଆଡ୍ଡାରେ ଚଢ଼ାଉ କରି ୮ ଜୁଆଡ଼ିଙ୍କୁ ଗିରଫ କରିଛି। ଏପରିକି ଘଟଣାସ୍ଥଳରୁ ୨୧ ହଜାର ୨୦୦ ଟଙ୍କା ମଧ୍ୟ ଜବତ କରିଛି। ସେହିପରି କେ. ନୂଆଗାଁ ଥାନା ପୋଲିସ ୩ଟି ଜୁଆଆଡ୍ଡାରେ ଚଢ଼ାଉ କରି ୯ ଜୁଆଡ଼ିଙ୍କୁ ଗିରଫ କରିବା ସହ ୧୮ ହଜାର ୨୬୦ ଟଙ୍କା ଜବତ କରିଛି। ଦିଗପହଣ୍ଡି ଥାନା ପୋଲିସ ୩ଟି ଜୁଆଆଡ୍ଡାରେ ଚଢ଼ାଉ କରି ୧୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ୩୮ ହଜାର ୧୦୦ ଟଙ୍କା ଜବତ କରିଛି। ସେହିପରି ଜରଡ଼ା ଥାନା ପୋଲିସ ଗୋଟିଏ ଜୁଆଆଡ୍ଡାରେ ଚଢ଼ାଉ କରି ୩ ଜୁଆଡ଼ିଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୧ଲକ୍ଷ ୧ ହଜାର ୭୦୦ ଟଙ୍କା ଓ ଖେଳ ପ୍ରସ୍ତୁତି ସରଞ୍ଜାମ ମଧ୍ୟ ଜବତ କରିଛି । ଗିରଫ ହୋଇଥିବା ସମସ୍ତ ୯୩ ଜୁଆଡ଼ିଙ୍କୁ ୧୪ଟି ମାମଲାରେ ରବିବାର କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?