ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଟଙ୍କା ଲୁଟ୍‌

ରାଜନଗର, ୭ା୬(ଡି.ଏନ.ଏ.) :କେନ୍ଦ୍ରାପଡା ଜିଲାର ରାଜନଗର ଅଞ୍ଚଳରେ ଜଣେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଟଙ୍କା ଲୁଟି ନିଆଯାଇଛି। ସୂଚନା ଅଧିକାର ଆଇନରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅପରପକ୍ଷରେ ବଞ୍ଚତ୍ ଥାଉ ଥାଉ ମୃତ ବୋଲି ଦର୍ଶାଯିବା ଖବର ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତି ଏକ ଭିଡିଓରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ା ଏହି ଭିଡିଓରେ ସେ ଜୀବିତ ଥିବା ବେଳେ ତାଙ୍କୁ କିପରି ସରପଞ୍ଚ ଓ ସରକାରୀ କର୍ମଚାରୀମାନେ ମାରି ଦେଇ ହରିଶ୍ଚନ୍ଦ୍ର ଯୋଜନା ବାବଦ ଅର୍ଥ ହଡପ କରିଛନ୍ତି ତାହା ନିଜେ ବଖାଣିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଏପଟେ ଉକ୍ତ ଘଟଣାକୁ ନେଇ ବିଭାଗୀୟ ଅଧିକାରୀମାନେ ପରସ୍ପର ଉପରେ ଦୋଷ ଲଦୁଥିବା ଖବର ମିଳିଛି ା
ମିଳିଥିବା ସୂଚନା ଅନୁଯାୟୀ, ରାଜନଗର ବ୍ଲକ ଈଶ୍ୱରପୁର ପଞ୍ଚାୟତ ଶିଳପୋଖରୀ ଗାଁର ବଂଶୀଧର ସ୍ବାଇଁ (୭୦) ଜୀବିତ ଅଛନ୍ତି। କିନ୍ତୁ ଈଶ୍ୱରପୁର ପଞ୍ଚାୟତର ହରିଶ୍ଚନ୍ଦ୍ର ଯୋଜନା ଭାଉଚର ଓ କ୍ୟାସବୁକରେ ବଂଶୀଧରଙ୍କ ୨୦୧୮ ମସିହା ସେପ୍ଟେମ୍ବର ୧୮ରେ ପରଲୋକ ଘଟିଥିବା ଉଲ୍ଲେଖ ରହିଛି। ଏପରି କି ପଞ୍ଚାୟତର ସରପଞ୍ଚ ପର୍ଶୁରାମ ବାରିକ ବଂଶୀଧରଙ୍କ ଘରେ ପହଞ୍ଚତ୍ ହରିଶ୍ଚନ୍ଦ୍ର ଯୋଜନାରେ ମୃଦଦେହ ସକତ୍ାର ପାଇଁ ୨ହଜାର ଟଙ୍କା ସରକାରୀ ସହାୟତା ଯୋଗାଇ ଦେଇଥିବା ଦର୍ଶାଯାଇଛି ା ରେକର୍ଡରେ ବଂଶୀଧରଙ୍କ ପୁଅ ଗଜେନ୍ଦ୍ର ସ୍ବାଇଁ ସରପଞ୍ଚଙ୍କଠାରୁ ୨ ହଜାର ଟଙ୍କା ସରକାରୀ ରାଶି ଗ୍ରହଣ କରିଛନ୍ତି ଓ ଏହି ଭାଉଚରରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ରହିଛି। କିନ୍ତୁ ବଂଶୀଧରଙ୍କର ଗଜେନ୍ଦ୍ର ନାମରେ କେହି ପୁଅ ନାହାନ୍ତି ା ତାଙ୍କର ଏକମାତ୍ର ପୁଅ ବାବୁରାମ କେରଳରେ କାମ କରନ୍ତି ।
ସୂଚନା ଅଧିକାର ଆଇନରେ ସେହି ଗାଁର ଜଣେ ବ୍ୟକ୍ତି ଏହି ତଥ୍ୟ ପାଇବା ପରେ ହରିଶ୍ଚନ୍ଦ୍ର ଯୋଜନାରେ ହେଉଥିବା ଦୁର୍ନୀତି ଏବେ ପଦାକୁ ଆସିଛି। ଜୀବିତ ଥିବା ବଂଶୀଧର ଏବେ ତାଙ୍କ ନାଁରେ ହୋଇଥିବା ହରିଶ୍ଚନ୍ଦ୍ର ଯୋଜନା ଭାଉଚରକୁ ଧରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ା ସେ ଏକ ଭିଡିଓରେ ଏହି କେଳେଙ୍କାରୀରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମଲ୍ଲିକଙ୍କୁ ପଚାରିବାରେ ଏହା ମୋ ସମୟର ଘଟଣା ନୁହେଁ ପୂର୍ବରୁ ଦାୟିତ୍ୱରେ ଥିବା ସାଧୁଚରଣ ସ୍ବାଇଁଙ୍କ ସମୟରେ ହୋଇଛି ବୋଲି କହିଛନ୍ତି ା ଏବେ ଘଡିଆମାଳ ପଞ୍ଚାୟତରେ କାର୍ଯ୍ୟ କରୁଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁଚରଣଙ୍କୁ ପଚାରିବାରେ କହିଛନ୍ତି ,ବିଡିଓ ସରପଞ୍ଚଙ୍କୁ ଟଙ୍କା ବାଣ୍ଟିବା ପାଇଁ ଦିଅ ବୋଲି କହନ୍ତି, ମୁଁ ଟଙ୍କା ଦେଇଛି। କାହା ନାଁରେ ଭାଉଚର ହୋଇଛି, ମୁଁ ଜାଣିନି ବୋଲି କହିଛନ୍ତି। ସରପଞ୍ଚ ପର୍ଶୁରାମଙ୍କୁ ପଚାରିବାରେ ମୁଁ ନୁହେଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ବାଣ୍ଟିଥାନ୍ତି ବୋଲି କହିଛନ୍ତି। ତେବେ ଜଣେ ଜୀବିତ ଥିବା ବ୍ୟକ୍ତିଙ୍କୁ କାଗଜପତ୍ରରେ ମାରି ଦେବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri