‘ଜୀବନରେ ଶାନ୍ତି ଆଣେ ସଙ୍ଗୀତ’

ରେମୁଣା, ୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣାସ୍ଥିତ କ୍ଷୀରଚୋରା ସଂଗୀତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ରବିବାର ସନ୍ଧ୍ୟାରେ ରେମୁଣା ମନ୍ଦିର ଛକ ନିକଟରେ ଅନୁଷ୍ଠିତ ହୋଇଛି ା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମାରୋହକୁ ଉଦ୍‌ଘାଟନ କରି ସଂଗୀତ ମଣିଷ ଜୀବନରେ ଶାନ୍ତି ଓ ସରସତା ଭରୁଥିବାର ଏହାକୁ କଳୁଷିତ ନ କରିବାକୁ ପରାମର୍ଶ ଦେଇଥିଲେ।
କ୍ଷୀରଚୋରା ସଙ୍ଗୀତ ମହାବିଦ୍ୟାଳୟର ସଭାପତି ଡ. ଭାଗବତ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଯର୍‌ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ମୁଖ୍ୟବକ୍ତା ଭାବେ କବି ପ୍ରଶାନ୍ତ ଦାସ ଭାରତୀୟ କବିତା ଓ ସଂଗୀତକୁ ପରମ୍ପରାର ଏକ ଅବିଛେଦ୍ୟ ଅଙ୍ଗ ବୋଲି କହିଥିଲେ। ଅତ୍ୟତମ ଅତିଥି ଭାବେ ରେମୁଣା ବ୍ଳକ ଚେୟାରମ୍ୟାନ ସୁଶାନ୍ତ ପଟ୍ଟନାୟକ, ଚଳଚ୍ଚିତ୍ର ନିର୍ଦେଶକ ସୁମନ୍ତ ଦେ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ପ୍ରଫେସର ଡ. ଜଗନ୍ନାଥ କୁଅଁର, ବରିଷ୍ଠ କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ, ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ବିଶ୍ୱାଳ, ଅଭ୍ୟର୍ଥନା କମିଟି ସଭାପତି ସରୋଜ କୁମାର ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରଜତ ଜୟନ୍ତୀ ବିଶେଷାଙ୍କ ‘ସଂଗୀତା’ ଉନ୍ମୋଚିତ ହୋଇଥିଲା ଏବଂ କୃତିତ୍ୱ ପାଇଁ ଅନେକ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ଅଧ୍ୟକ୍ଷ ଓ ସମ୍ପାଦକ ଗୁରୁ ବନମାଳୀ ଜେନା ପ୍ରାକ୍‌ କଥନ ରଖିଥିବା ବେଳେ ଉପସଭାପତି ପ୍ରଦୀପ କୁମାର ମିଶ୍ର ବିବରଣୀ ପାଠ କରିଥିଲେ ା ରୌପ୍ୟ ଜୟନ୍ତୀ ଅବସରରେ ୨୫ଟି ଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯାଇଥିଲା। ଯୋଗେଶ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ। ମନୋରଞ୍ଜନ ବାରିକ, ରମେଶ ଚନ୍ଦ୍ର ରଣା, ବିଶ୍ୱରଞ୍ଜନ ଜେନା, ରଶ୍ମିତା ଜେନା, ନରେନ୍ଦ୍ର ସେଠୀ, ଜ୍ୟୋତିରଞ୍ଜନ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସତ୍ୟଭାମା ମୁଦୁଲି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ପିଲାଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେଟଲ୍‌ ମିଟ୍‌ ଗ୍ରାଣ୍ଡ ଫିନାଲେ : ରାଉଣ୍ଡ ‘ଟିକ୍‌ଟାକ୍‌ଟୋ’ରେ ବାଜିମାରିଲା ୟୁନିଟ୍‌-୮ ଡିଏଭି

ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍‌ ମିଟ୍‌ ଜୁନିୟର ଗ୍ରୁପ୍‌ ଗ୍ରାଣ୍ଡ ଫିନାଲେ ଦ୍ୱିତୀୟ ରାଉଣ୍ଡ ତଥା ରାଉଣ୍ଡ୍‌ ‘ଟିକ୍‌ଟାକ୍‌ଟୋ’ରେ ବାଜି ମାରିଛି ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ୍‌। ସର୍ବାଧିକ...

ବାନ୍ଧକଳାକୁ ଗ୍ରାଫ ଡିଜାଇନ କରିବାରେ ସିଦ୍ଧହସ୍ତ ବିଦ୍ୟାବତୀ

ବରପାଲିି, ୧୫।୭ (ଡି.ଏନ.ଏ): ହସ୍ତତନ୍ତ ଓ ବିୟନଶିଳ୍ପରେ ଅନେକ କଳା ମଧ୍ୟରୁ ବାନ୍ଧକଳା ଅନ୍ୟତମ । ଏହି ଅନନ୍ୟ କଳାକୃତି ଓ ହସ୍ତତନ୍ତ ବୁଣା ସମ୍ବଲପୁରୀ...

ନବମ,ଦଶମ ପିଲାଙ୍କ ପାଇଁ ଲାଗୁ ହେବ ନୂଆ ବିଷୟ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଲାଗୁ ହେବ ନୂଆ ବିଷୟ । ଏ ନେଇ ବୋର୍ଡ କର୍ତ୍ତୃପକ୍ଷ ସୋମବାର ଖବରଦାତା ସମ୍ମିଳନୀରେ...

ଆଜିଠୁ ଓଜେଇଇ

ଭୁବନେଶ୍ୱର,୪।୭(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହେବ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଦୈନିକ ତିନୋଟି ଶିଫ୍ଟରେ ଏହି ପରୀକ୍ଷା ଚାଲିବ।...

ନାଲ୍‌କୋ ସ୍କୁଲରେ ପାତରଅନ୍ତର ଅଭିଯୋଗ: କ୍ଷତିଗ୍ରସ୍ତଙ୍କ ପିଲାଙ୍କୁ ଅଣଦେଖା

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଅନୁଗୋଳ ଜିଲାର ବଅଁରପାଳଠାରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପାଇଁ ବହୁ ଲୋକ ଚାଷ ଜମି ଓ ଭିଟା ମାଟି...

ନବମ ଶ୍ରେଣୀ ମାର୍କ ଅପଲୋଡ୍‌ ପାଇଁ ଲିଙ୍କ୍‌ ନାହିଁ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟର ସମସ୍ତ ମେଣ୍ଟର ସ୍କୁଲଗୁଡ଼ିକ ନବମ ଶ୍ରେଣୀର ଫର୍‌ମେଟିଭ ଆସେସ୍‌ମେଣ୍ଟ(ଏଫ୍‌ଏ) ପରୀକ୍ଷା ଫଳକୁ ଫେବୃୟାରୀ ୧୫ରୁ ୨୨ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଏକ...

ଗୁଳି କରିବା ପରେ ବୁଝିଲାନି ମନ, ପୁଣି ଯୁବକଙ୍କ ମୁଣ୍ଡକୁ କଟୁରିରେ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର ଅଫିସ,୩୧ା୧୦: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ମୁଣ୍ଡକୁ ଗୁଳି କରିବା...

ବାଲେଶ୍ୱରକୁ ଗଲେ ଆଉ ୧୦ ଉଦ୍ଧାରକାରୀ ଦଳ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବାତ୍ୟା ‘ୟାସ’ ଯୋଗୁ କ୍ଷତିଗ୍ରସ୍ତ ତଥା ପ୍ରଭାବିତ ଜିଲାଗୁଡ଼ିକରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୁଧବାର ଅଗ୍ନିଶମ ଡିଜି ଏମ....

Advertisement
Archives

Model This Week