Posted inଫୁରସତ

ଜୀବଙ୍କ ଅଜବ ଦାନ୍ତ ରହସ୍ୟ

ପୃଥିବୀପୃଷ୍ଠରେ ଅନେକ ଜୀବଙ୍କ ବିଚିତ୍ର ଶାରୀରିକ ଗଠନ ମଣିଷକୁ ଆଶ୍ଚର୍ଯ୍ୟ କରିଥାଏ। ଆସନ୍ତୁ ଜାଣିବା କେତେକ ଜୀବଙ୍କ ଦାନ୍ତ ସମ୍ପର୍କରେ କିଛି ଅଜବ କଥା…
ଲୁହା ଦାନ୍ତ ଥିବା ଜୀବ: କ୍ରିପ୍ଟୋସିଟନ୍‌ ଷ୍ଟେଲେରି ବା ଓଣ୍ଡରିଂ ମିଟ୍‌ଲୋଫ୍‌ ନାମକ ଜୀବର ଦାନ୍ତ ଲୁହାରେ ତିଆରି। ସାଧାରଣତଃ ଦାନ୍ତ କ୍ୟାଲସିୟମ୍‌ରେ ତିଆରି ହୋଇଥିବା ବେଳେ ଏହି ଜୀବର ଦାନ୍ତ ଆଇରନ୍‌ ବା ଲୁହାରେ ତିଆରି ହୋଇଥିବା ଏକ ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି।
– ଏହି ଭୟଙ୍କର ଜୀବଟି ନିଜ ଦାନ୍ତ ଦ୍ୱାରା ଅତି କଠିନ ଶିକାର ମଧ୍ୟ କରିପାରେ। ଏମିତିକି ଏହା ପଥରକୁ ମଧ୍ୟ ସହଜରେ ଦାନ୍ତରେ ଚୋବାଇ ଖାଇପାରେ। କେବଳ ଏତିକି ନୁହେଁ, ନିଜର ଶକ୍ତ ଦାନ୍ତ ପାଇଁ ଏହା ବଡ଼ ବଡ଼ ପଥରରେ ସୁଡ଼ଙ୍ଗ ମଧ୍ୟ କରିପାରେ। ଏହା ଦେଖିବାକୁ ହାଲୁକା ଲାଲ୍‌ ଏବଂ ମାଟିଆ ରଙ୍ଗର ହୋଇଥିବା ବେଳେ ଏହାକୁ ହଠାତ୍‌ ଦେଖିଲେ ତଳେ ପଡ଼ିଥିବା ମାଂସ ପିଣ୍ଡୁଳାର ଭ୍ରମ ସୃଷ୍ଟି କରିଥାଏ।
ସାରା ଜୀବନ ବଢ଼େ ଦାନ୍ତ: ଗୁଣ୍ଡୁଚି ମୂଷା, ଠେକୁଆ ଆଦିଙ୍କର ଦାନ୍ତ ବଢିବା କେବେ ବନ୍ଦ ହୋଇ ନ ଥାଏ। ତେଣୁ ଏହାକୁ ସାଧାରଣ ଆକାର ରଖିବା ପାଇଁ ସେମାନେ ସବୁ ସମୟରେ କିଛି ନା କିଛି ଚୋବାଇଥାନ୍ତି।
ସବୁଠୁ ବଡ଼ ପ୍ରାଣୀର ଦାନ୍ତ ନାହିଁ: ପୃଥିବୀର ବୃହତ୍ତମ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ନୀଳ ତିମି ବା ବ୍ଲ୍ୟୁ ହ୍ବେଲ୍‌। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଶାଳକାୟ ପ୍ରାଣୀର ଦାନ୍ତ ନାହିଁ।
୧୪ ହଜାର ଦାନ୍ତ: ମଣିଷର ଦାନ୍ତ ସଂଖ୍ୟା ୩୨। ଅନ୍ୟ ଜୀବମାନଙ୍କ ଦାନ୍ତ ସଂଖ୍ୟା ଏହାଠାରୁ କମ୍‌ ବେଶୀ ହୋଇଥାଏ। ହେଲେ କ’ଣ ଗୋଟିଏ ଜୀବର ଦାନ୍ତ ସଂଖ୍ୟା ୧୪ ହଜାର ହୋଇପାରେ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଗେଣ୍ଡାମାନଙ୍କର ଏତେ ସଂଖ୍ୟାର ଦାନ୍ତ ଥିବାରୁ ସେମାନଙ୍କୁ ପୃଥିବୀର ସର୍ବାଧିକ ଦାନ୍ତ ଥିବା ପ୍ରାଣୀ ବୋଲି ଗ୍ରହଣ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଖରା, ସୁନ୍ଦରଗଡ଼ ଜିଲାରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ,୨୨ା୪(ଜୟ ନାରାୟଣ ମେଣ୍ଡୁଳି): ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସୁନ୍ଦରଗଡ ଜିଲାରେ ଜନ ଜୀବନ ଦୁର୍ବିସହ ହୋଇପଡିଛି । ଦିନର ତାପମାତ୍ରା ଏବେ ୪୧ଡିଗ୍ରୀ ଡେଇଁ ଲାଣି।…

ଦୁର୍ଘଟଣାଗ୍ରସ୍ତଙ୍କୁ ଆଣିବା ପାଇଁ ଯାଉଥିବା ଆମ୍ବୁଲାନ୍ସ ମଝି ରାସ୍ତାରେ ଘଟାଇଲା ଦୁର୍ଘଟଣା…

ମୁନିଗୁଡା,୨୧।୪ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତ ଅଧୀନ ଆଙ୍କୁଲପଦର ଗ୍ରାମ ନିକଟରେ ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ଆଣିବା ପାଇଁ ମୁନିଗୁଡ଼ାରୁ ଆମ୍ବୁଲାନ୍ସ…

ବଢ଼ିଲା ସ୍କୁଲ ଛୁଟି ଅବଧି

ସମ୍ବଲପୁର,୨୧।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।…

କେନ୍ଦ୍ରୀୟ ବିଦ୍ୟାଳୟର ଅଭିନବ ପ୍ରୟାସ: ଜନ୍ମଦିନରେ ଛାତ୍ର କଲେ ଏମିତି କାମ

ଭଞ୍ଜନଗର,୨୨/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ସମୟରେ କିଛି ନୂଆ ନୂଆ ପଦକ୍ଷେପ ନେଉଛନ୍ତି।…

ଯନ୍ତ୍ରୀଙ୍କ ‘ଠିକାଦାରୀ’ ରାଜ ବିରୋଧରେ ଜନଗର୍ଜନ: ମହାଘୋଟାଲା ଅଭିଯୋଗ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିକାଶ ନାଁରେ ଚାଲିଥିବା ‘ମହାଘୋଟାଲା’କୁ ନେଇ ଜନଅସନ୍ତୋଷ ଏବେ ଆଗ୍ନେୟଗିରିର ରୂପ ଧାରଣ…

ବଲାଙ୍ଗୀରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ, ଦେବଦମ୍ପତିଙ୍କ ମାତାପିତା ସ୍ଥିରୀକୃତ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ଆସନ୍ତା ୧୮ ଜୁନ୍‌ରୁ ୨୦ ଜୁନ୍‌ ପର୍ଯ୍ୟନ୍ତ ହେବ ଦେବଦମ୍ପତିଙ୍କ ଶୁଭ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ତିଥିରେ…

ବସ ଚକ ତଳେ ପଶିଗଲେ ବାଇକ ଆରୋହୀ: ଭୟଙ୍କର ଦୁର୍ଘଟଣା ସିସିଟିଭିରେ କଏଦ, ଜାଣନ୍ତୁ କ’ଣ ହେଲା

ବଲାଙ୍ଗୀର,୨୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସହରର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ହୋଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା।…

କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଟ୍ରେନ ଚଳାଚଳ ହେଉ: ୨୦ ଦଫା ଦାବି ନେଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଏମପି

କେସିଙ୍ଗା,୨୨।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଳବିକା ଦେବୀ ବିଭିନ୍ନ ୨୦ ଦଫା ଦାବି ନେଇ ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ବୁଧବାର ସାକ୍ଷାତ କରିଛନ୍ତି। ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri