ଜି ୧୧ରେ ସାମିଲ ହେବ ଭାରତ

ଓ୍ବାଶିଂଟନ, ୧।୬(ପି.ଟି/ଆଇଏଏନ୍‌ ଏସ୍‌): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜି ୭ ସମ୍ମିଳନୀକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇଦେଇଛନ୍ତି। ଏହାସହ ସେ ଏହି ପୁରୁଣା ବ୍ଲକ୍‌କୁ ଜି ୧୦ କିମ୍ବା ଜି ୧୧ ଯାଏ ବିସ୍ତାର କରି ଭାରତ ସମେତ ଆଉ ୩ଟି ଦେଶକୁ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଚାଇନା ବିରୋଧରେ ବିଶ୍ୱକୁ କରୋନା ଭାଇରସ୍‌ ପଠାଇଥିବା ଅଭିଯୋଗ ଆଣି ବେଜିଂକୁ ମାତ୍‌ ଦେବା ପାଇଁ ଟ୍ରମ୍ପ୍‌ ଏପରି ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି।
ଜି ୭ ହେଉଛି ବିଶ୍ୱର ସବୁଠୁ ବଡ଼ ୭ଟି ଅର୍ଥନୀତିକୁ ନେଇ ଗଠିତ ରାଷ୍ଟ୍ର ସମୂହ। ଏହି ଏଲିଟ୍‌ ଗ୍ରୁପ୍‌ରେ ବର୍ତ୍ତମାନ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ କାନାଡା ଅଛନ୍ତି। ଜି ୭ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମୁଖ୍ୟମାନେ ପ୍ରତିବର୍ଷ ଅନ୍ତର୍ଜାତୀୟ ଅର୍ଥନୀତି ଓ ଆର୍ଥିକ ପ୍ରସଙ୍ଗଗୁଡ଼ିକୁ ନେଇ ସମ୍ମିଳନୀ କରିଥାନ୍ତି। ଅଧ୍ୟକ୍ଷତା କରୁଥିବା ଦେଶ ସାଧାରଣତଃ ସ୍ବତନ୍ତ୍ର ନିମନ୍ତ୍ରଣ ଜରିଆରେ ଆଉ ଗୋଟିଏ କିମ୍ବା ଦୁଇଟି ରାଷ୍ଟ୍ରକୁ ସମ୍ମିଳନୀକୁ ଡାକିଥାନ୍ତି। ଗତବର୍ଷ ଆୟୋଜକ ରାଷ୍ଟ୍ର ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଉକ୍ତ ସମ୍ମିଳନୀକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। ଚଳିତବର୍ଷ ଆମେରିକା ଜି ୭ର ଅଧ୍ୟକ୍ଷତା କରୁଛି। କରୋନା ଭାଇରସ୍‌ ସଂକ୍ରମଣ ଦୃଷ୍ଟିରୁ ଏଥର ଏହି ସମ୍ମିଳନୀ ଭିଡିଓ କନ୍‌ଫରେନ୍ସ ଜରିଆରେ କରାଯିବ ବୋଲି ପୂର୍ବରୁ ଆଲୋଚନା ହେଉଥିଲା। କିନ୍ତୁ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକର ମୁଖ୍ୟମାନେ ବ୍ୟକ୍ତିଗତ ଭାବେ ଆସି ଏଥିରେ ଯୋଗଦିଅନ୍ତୁ ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଚାହୁଁଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ୍‌ ଶନିବାର ଫ୍ଲୋରିଡାରୁ ଓ୍ବାଶିଂଟନ ଡିସିକୁ ଏୟାରଫୋର୍ସ ଓ୍ବାନ୍‌ରେ ଯାତ୍ରା କରୁଥିବାବେଳେ ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ସେ ଜି ୭ ସମିଟକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି। ବିଶ୍ୱରେ ଯାହା ଚାଲିଛି ତାକୁ ନେଇ ଜି ୭ ଉପଯୁକ୍ତ ପ୍ରତିନିଧିତ୍ୱ କରିପାରୁ ନାହିଁ କି ସମାଧାନର ବାଟ ବାହାର କରି ପାରୁନାହିଁ। ଏହା ହେଉଛି ରାଷ୍ଟ୍ର ସମୂହର ପୁରୁଣାକାଳିଆ ଗୋଷ୍ଠୀ। ତେଣୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରେ ଏହାକୁ ଜି ୧୦ କିମ୍ବା ଜି ୧୧ରେ ପରିଣତ କରାଯାଇପାରିବ। ସେପ୍ଟେମ୍ବରରେ ୧୫ରେ ହେବାକୁ ଥିବା ଜାତିସଂଘ ସାଧାରଣ ସଭା ଅଧିବେଶନ ପୂର୍ବରୁ ଏହାର ସମ୍ମିଳନୀ ଆୟୋଜନ ସମ୍ଭବ। ବିଶ୍ୱ ଅର୍ଥନୀତିର ଏହି ୭ ସଦସ୍ୟ ବିଶିଷ୍ଟ ଗ୍ରୁପ୍‌କୁ ପୁନର୍ଗଠନ କରି ଏଥିରେ ରୁଷିଆ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ଭାରତକୁ ସାମିଲ ହେବା ପାଇଁ ନିମନ୍ତ୍ରଣ କରିବା ଯୋଜନା ରହିଛି। ଏନେଇ ସେ ୪ ରାଷ୍ଟ୍ରର ନେତାମାନଙ୍କ ସହ ଅନୌପଚାରିକ ଭାବେ ଆଲୋଚନା କରିଛନ୍ତି। ଆମେ ଅଷ୍ଟ୍ରେଲିଆ, ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଚାହୁଁଛୁ ବୋଲି କହିବାବେଳେ ଟ୍ରମ୍ପ୍‌ ରୁଷିଆର ନାମ ନେଇ ନ ଥିଲେ। ଏହା ପୂର୍ବରୁ ସେ ଏହି ରାଷ୍ଟ୍ରଗୋଷ୍ଠୀରେ ଯୋଗଦେବା ପାଇଁ ରୁଷିଆକୁ ନିମନ୍ତ୍ରଣ କରିଥିଲେ। କାରଣ ପୂର୍ବରୁ ଏହା ଜି ୮ ଥିବାବେଳେ ରୁଷିଆ ଏଥିରେ ସାମିଲ ଥିଲା। କିନ୍ତୁ ୨୦୧୪ରେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସମୟରେ ରୁଷିଆ ନିଜ ଭୂଖଣ୍ଡରେ କ୍ରିମେଆକୁ ଯୋଡ଼ିବା ପରେ ମସ୍କୋକୁ ବାହାର ବାଟ ଦେଖାଇ ଦିଆଯାଇଥିଲା। ଏବେ ରୁଷିଆକୁ ଏଥିରେ ପୁଣିଥରେ ସାମିଲ ପାଇଁ ଯୋଜନା ଚଳାଇଛନ୍ତି ଟ୍ରମ୍ପ୍‌। ସେହିପରି ହ୍ବାଇଟ୍‌ ହାଉସ୍‌ର ଷ୍ଟ୍ରାଟେଜିକ୍‌ କମ୍ୟୁନିକେଶନ୍ସ ନିର୍ଦ୍ଦେଶକ ଆଲିସା ଆଲେକ୍ସଜାଣ୍ଡ୍ରା କହିଛନ୍ତି, ଚାଇନାର ଭବିଷ୍ୟତ ନେଇ ରଣନୀତି ପ୍ରସ୍ତୁତ କରିବା ପାଇଁ ଜି ୭କୁ ବ୍ୟାପକ କରାଯାଇ ଏଥିରେ ଆମର ପାରମ୍ପରିକ ସହଯୋଗୀମାନଙ୍କୁ ସାମିଲ କରାଯିବ।
ପ୍ରକାଶ ଯେ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ୩ରେ ହେବ। ହ୍ବାଇଟ୍‌ ହାଉସ୍‌କୁ ପୁଣିଥିରେ ଯିବା ପାଇଁ ଟ୍ରମ୍ପ୍‌ ଦ୍ୱିତୀୟ ଥର ଏହି ନିର୍ବାଚନ ଲଢ଼ୁଛନ୍ତି।

ଏଭଳି ସମୟରେ କରୋନା ଭାଇରସ୍‌ ଚାଇନାର ଉହାନ ସହରରୁ ବାହାରି ସାରା ବିଶ୍ୱକୁ କବଳିତ କରିଛି। ହୋପ୍‌କିନ୍ସ ୟୁନିଭର୍ସିଟି ତଥ୍ୟାନୁସାରେ କରୋନାରେ ଅଦ୍ୟାବଧି ବିଶ୍ୱର ୬ ନିୟୁତରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ୩,୬୯,୦୦୦ରୁ ଅଧିକ ଜୀବନ ଯାଇସାରିଲାଣି।
ଏହି ଘାତକ ଭୂତାଣୁରେ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୧.୭ ନିୟୁତ ସଂକ୍ରମିତ ଥିବାବେଳେ ୧,୦୩,୦୦୦ ଜଣଙ୍କ ମୃତ୍ୟୁ ଘଟିଛି। ବେଜିଂ ବେଳ ଥାଉ ଥାଉ ମହାମାରୀ କୋଭିଡ୍‌-୧୯ ସମ୍ପର୍କରେ ବିଶ୍ୱକୁ ଅବଗତ କଲା ନାହିଁ। ଫଳରେ ଏହା ସବୁ ରାଷ୍ଟ୍ରକୁ ବ୍ୟାପିଲା ବୋଲି ଆମେରିକା ଅଭିଯୋଗ ଆଣୁଛି। ଏଥିସହ ଏହି ଭାଇରସ୍‌ର ଉତ୍ପତ୍ତି ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ଦାବି କରିଆସୁଛି। ଅନ୍ୟପକ୍ଷେ ଆମେରିକାର ସମସ୍ତ ଅଭିଯୋଗକୁ ଚାଇନା ଖଣ୍ଡନ କରିଛି। ତେଣୁ ଚାଇନାକୁ ବୁଦ୍ଧି ଶିଖାଇବା ପାଇଁ ଟ୍ରମ୍ପ୍‌ ଜି ୭ର ସମ୍ପ୍ରସାରଣ ଯୋଜନା କରିଥିବା କୂଟନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

୧ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭବିଷ୍ୟବାଣୀ! ସାମ୍ନାକୁ ଆସିଥିବା ଭିଡିଓ ଉଡ଼ାଇଦେବ ହୋସ୍‌!

ନୂଆଦିଲ୍ଲୀ,୨୬।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ, ଯାହା…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri