ଜିଲା ଶ୍ରମ ଅଫିସ ଆଗରେ ବିକ୍ଷୋଭ ସମାବେଶ

ବ୍ରହ୍ମପୁର ଅଫିସ,୧୭ା୯-ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ୟୁନିୟନ ଗଞ୍ଜାମ ଜିଲା ଶାଖା ପକ୍ଷରୁ ସୋମବାର ବ୍ରହ୍ମପୁରସ୍ଥ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସମାବେଶ କରାଯାଇଥିଲା। କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ମୌଳିକ ସମସ୍ୟା ସମାଧାନ ଏବଂ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ମଜୁରି ପ୍ରଦାନ ସମେତ ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିଲା। ବହୁ ସଂଖ୍ୟକ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ ା ଦାବିପତ୍ର ଜିଲା ଶ୍ରମ ଅଧିକାରୀଙ୍କୁ ଦିଆଯାଇଥିଲା ।
ଦାବିଗୁଡ଼ିକ ମଧ୍ୟରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ସରକାର ଦେଉଥିବା ପ୍ରାପ୍ୟର ଏକ ପଞ୍ଚମାଂଶ ଅର୍ଥାତ୍‌ ୧୮% ଜିଏସ୍‌ଟି ବାବଦରେ ସମ୍ପୃକ୍ତ ଏଜେନ୍ସି କାଟି ଦେଉଛି। ତେଣୁ ଆଉଟସୋର୍ସିଂ ବ୍ୟବସ୍ଥାରୁ ଜିଏସ୍‌ଟିକୁ ବାଦ ଦେବା, ବର୍ତ୍ତମାନ ବଜାର ଦରକୁ ଦୃଷ୍ଟିରେ ରଖି ମଜୁରି ବୃଦ୍ଧି, ପ୍ରତି ମାସ ପ୍ରଥମ ସପ୍ତାହ ସୁଦ୍ଧା ମଜୁରି ପ୍ରଦାନକୁ ନିଶ୍ଚିତ କରାଯିବା ଇତ୍ୟାଦି ଅନ୍ତର୍ଭୁକ୍ତ। ସେହିପରି ଏଜେନ୍ସି ବଦଳିଲେ ପୂର୍ବ ଏଜେନ୍ସି ଦ୍ୱାରା କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ରଖାଯିବା, ଏଜେନ୍ସି ଦ୍ୱାରା ସଂଗୃହୀତ ଇପିଏଫ ଟଙ୍କା ନିୟମିତ ଓ ଠିକଣା ଭାବେ ଜମା ହେବାର ବ୍ୟବସ୍ଥା କରାଯିବା, ଇଏସ୍‌ଆଇ ସୁବିଧା ଉପଲବ୍ଧ ପାଇଁ ମଧ୍ୟ ଦାବି ପତ୍ରରେ ଦର୍ଶାଯାଇଛି।
ଆଦର୍ଶ ବିଦ୍ୟାଳୟଗୁଡିକରେ ରାତ୍ର ଜଗୁଆଳିଙ୍କୁ ଝାଡ଼ୁଦାର ଦାୟିତ୍ୱକୁ ସଂଘ ବିରୋଧ କରିଛି। ପୃଥକ କର୍ମଚାରୀ ନିୟୋଜିତ କରାଯିବା, ସରକାରୀ କର୍ମଚାରୀଙ୍କ ଭଳି ଛୁଟି ବ୍ୟବସ୍ଥା, ସାମାଜିକ ସୁରକ୍ଷା ବ୍ୟବସ୍ଥାନୁସାରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବୀମାଭୁକ୍ତ ସହ ପେନସନ ବ୍ୟବସ୍ଥା କରାଯିବା ଏବଂ ମହିଳା ଆଉଟସୋର୍ସିଂ କର୍ମଚାରୀଙ୍କୁ ସବେତନ ମାତୃତ୍ୱ ଛୁଟି ପାଇଁ ମଧ୍ୟ ସଂଘ ଦାବି କରିଛି । ଆନ୍ଦୋଳନର ନେତୃତ୍ୱ ଜିଲା ସଭାପତି ପୂର୍ଣ୍ଣପ୍ରିୟା ପାତ୍ର, ସମ୍ପାଦକ ପ୍ରଶାନ୍ତ ପରିଚ୍ଛା, ଯୁଗ୍ମ ସମ୍ପାଦକ ବଳରାମ ପାତ୍ର ଓ ଗଣେଶ ସାହୁ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri