ଜିଲା ମୁଖ୍ୟ ଚିକିତ୍ସାଳୟରେ ଏସ୍‌ପି କଲେ ଚଢ଼ାଉ

ନୟାଗଡ଼ ଅଫିସ,୨୭।୯- ଆସନ୍ତା ଅକ୍ଟୋବର ୨ ତାରିଖରେ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏଥିପାଇଁ ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆଲୋଚନା କରି ୧୫ ଦିନ ଭିତରେ ହସ୍ପିଟାଲଗୁଡ଼ିକ ଦଲାଲମୁକ୍ତ କରିବା ପାଇଁ କହିଥିଲେ। ଏହାର ପ୍ରଭାବ ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଥିଲା। ଏସ୍‌ପି ଶଶିଭୂଷଣ ଶତପଥୀ ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପହଞ୍ଚତ୍ ଚଢ଼ାଉ କରିଥିଲେ। ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଘରୋଇ ଆମ୍ବୁଲାନ୍ସ ଓ ଅଟୋଗୁଡ଼ିକୁ ବାହାରିଯିବା ପାଇଁ କହିଥିଲେ। ପୁନର୍ବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ରହିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଫଳରେ ସଙ୍ଗେ ସଙ୍ଗେ ସେମାନେ ମେଡ଼ିକାଲ୍‌ ପରିସରରୁ ସେମାନଙ୍କ ଗାଡ଼ି ନେଇ ପଳାଇ ଯାଇଥିଲେ। ଏହାପରେ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ଼ ବୁଲି ରୋଗୀମାନଙ୍କ ସର୍ମ୍ପକୀୟ ବସିବା ପାଇଁ କୌଣସି ସ୍ଥାନ ନ ଥିବା ଏସ୍‌ପି ଦେଖିବାକୁ ପାଇଥିଲେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କ ସହିତ ଆଲୋଚନା କରି ଏହାର ବନ୍ଦୋବସ୍ତ କରାଇବା ପାଇଁ କହିଥିଲେ। ମେଡ଼ିକାଲ୍‌ ପରିସର କିପରି ଦଲାଲ୍‌ମୁକ୍ତ କରାଯିବ ସେ ନେଇ ଆଲୋଚନା କରିଥିଲେ। ଦଲାଲ୍‌ମାନେ ଯେବେ ମେଡ଼ିକାଲ୍‌ ପ୍ରବେଶ କରିବେ ସେମାନଙ୍କୁ ଧରାଯାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା। ଏହିଭଳି ଚଢ଼ାଉ ଜାରି ରହିଲେ ରୋଗୀମାନେ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ସେବା ଭଲ ଭାବରେ ପାଇପାରିବେ ବୋଲି ଉପସ୍ଥିତ ବ୍ୟକ୍ତିମାନେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ତାର ଲାଗି ୨ ଗୋରୁଙ୍କ ଜୀବନ ଗଲା, ଅଳ୍ପକେ ବର୍ତ୍ତିଲେ ଚାଷୀ, ଘଟଣାସ୍ଥଳରେ ଉତ୍ତେଜନା

ବାଲେଶ୍ୱର ଅଫିସ,୨୧ା୫: ବାଲେଶ୍ୱର ଜିଲା ନୀଳଗିରି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚରକୁ ଶେରଗଡ଼ ଆଡୁ ଆସିଥିବା ୩୩ କେଭି ବିଦ୍ୟୁତ୍‌ତାର ବୁଧବାର ବାତ୍ୟାରେ ଓହଳି ପଡ଼ିଥିଲା। ଗୁରୁବାର ବିଦ୍ୟୁତ୍‌...

ପୁରୀ ବନ୍ୟପ୍ରାଣୀ ଡିଭିଜନ: ବର୍ଷା ସମ୍ଭାବନା ଯୋଗୁ ପକ୍ଷୀ ଗଣନା ଘୁଞ୍ଚିଲା

ପୁରୀ ଅଫିସ,୩ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶୁକ୍ରବାର ପକ୍ଷୀ ଗଣନା କରାଯିବ ଲାଗି ସ୍ଥିର ହୋଇଥିଲା। ଏଥିପାଇଁ ଗୁରୁବାର ପକ୍ଷୀ ଗଣନା ତାଲିମ ଶିବିର ମଧ୍ୟ...

ନାମ ସୁପାରିସରେ କାମ ଶେଷ

ଅନୁଗୋଳ ଅଫିସ, ୭ା୯ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାର ଯେପରି ଅନ୍ତ ନାହିଁ। ରୋଗୀଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ଯାଏ,...

୫ ବର୍ଷ ପରେ ଧରାପଡିଲେ କୁଖ୍ୟାତ ଅପରାଧୀ

ବାଲେଶ୍ୱର ଅଫିସ, ୧୮।୨: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଦୁର୍ଦ୍ଦାନ୍ତ ଡକାୟତ ନବକିଶୋର ଦେଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି। ତାଙ୍କ ନିକଟରୁ...

ଜନସେବା କେନ୍ଦ୍ରରେ ଛାପୁଥିଲେ ନକଲି ନୋଟ

ସମ୍ବଲପୁର/ଭୁବନେଶ୍ୱର, ୧୪ା୭(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନାର ଦୁର୍ଗମ ଅଞ୍ଚଳ ନୂଆ ଅଢ଼ାପଡା ଗ୍ରାମରେ ମଙ୍ଗଳବାର ରାତିରେ ଏସ୍‌ଟିଏଫ୍‌ ଚଢାଉ କରି ୧୫ଲକ୍ଷ ୧୨ ହଜାର...

ବର୍ଷେ ପରେ କମିନି ଭୟ

ଢେଙ୍କାନାଳ ଅଫିସ, ୯।୪ ୨୦୨୦ ଏପ୍ରିଲ ୯। ଏହି ଦିନ କରୋନା ମ୍ୟାପ୍‌ରେ ସାମିଲ ହୋଇଥିଲା ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା। ପୌରାଞ୍ଚଳରୁ ଚିହ୍ନଟ ହୋଇଥିଲେ ପ୍ରଥମ...

ଅସରାଏ ବର୍ଷାରେ ଆଣ୍ଠୁଏ ପାଣି

ଯୋଡ଼ା, ,୨୧।୬ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ସହରରେ ରବିବାର ମୌସୁମୀର ପ୍ରଥମ ବର୍ଷା ହୋଇଛି। ଫଳରେ ଲୋକେ ପ୍ରବଳ ଗରମରୁ ତ୍ରାହି ପାଇଥିବା ବେଳେ...

ବିଇଓଙ୍କ ଦ୍ୱାରସ୍ଥ ହେଲା ଶିକ୍ଷକ ସଂଘ

ଦେଓଗାଁ,୧୫ା୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ନିୟମିତ ଶିକ୍ଷକ ଓ ଜିଲା ପରିଷଦ ଶିକ୍ଷକ ଏ ଯାଏ ଜୁନ ମାସର ଦରମା ପାଇ ନାହାନ୍ତି। ଏଥିସହ...

Advertisement
Archives

Model This Week