ଜିଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା ‘ସଖୀ’ ୱାନଷ୍ଟପ୍‌ ସେଣ୍ଟର: ଗୋଟିଏ ସ୍ଥାନରେ ମିଳିବ ଚିକିତ୍ସା, ଆଇନ ସୁବିଧା

ଅନୁଗୋଳ ଅଫିସ, ୨୮।୮-ନିର୍ଯାତିତା ମହିଳା ଓ ବାଳିକାମାନଙ୍କୁ ସମନ୍ବିତ ସୁବିଧା, ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ‘ସଖୀ’ର ୱାନଷ୍ଟପ୍‌ ସେଣ୍ଟର ଉଦ୍‌ଘାଟିତ ହୋଇଛି। ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଓ ଜିଲାପାଳ ମନୋଜ କୁମାର ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ।
ପୀଡ଼ିତାଙ୍କୁ ଗୋଟିଏ ସ୍ଥାନରେ ପୋଲିସ, ଡାକ୍ତର, ଆଇନଗତ ସହାୟତା ଯୋଗାଇ ଦେବା ଏବଂ ମନସ୍ତାତ୍ତ୍ବିକ ଓ ସାମାଜିକ ପରାମର୍ଶ ସହ ଆଶ୍ରୟ ଦିଆଯିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏପରି ପୀଡ଼ିତା ନଂ. ୯୦୭୮୦୭୬୪୦୦ରେ ଯୋଗାଯୋଗ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜଣାଇ ଦିଆଯାଇଛି। ଏହି କେନ୍ଦ୍ରରେ ବଳାତ୍କାର, ଅପହରଣ, ନିଖୋଜ, ପାରିବାରିକ ହିଂସା, ଏସିଡ୍‌ ଆକ୍ରମଣ, ଯୌନ ଉତ୍ପୀଡନ ଓ ଶୋଷଣ, ମହିଳା ଚାଲାଣ, ଶିଶୁ ଯୌନ ନିର୍ଯାତନା, ବାଲ୍ୟ ବିବାହ, ସାଇବର କ୍ରାଇମ୍‌, ଯୌତୁକ ନିର୍ଯାତନା ଆଦି ଘଟଣାରେ ପୀଡ଼ିତାଙ୍କୁ ସମସ୍ତ ସୁବିଧା ମିଳପାରିବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରତାପ କୁମାର ବେହେରା, ଏଡିଏମ୍‌ଓ (ମେଡିକାଲ) ଡାକ୍ତର ଲକ୍ଷ୍ମୀନାରାୟଣ ବିଶୋଇ, ଜିଲା ସମାଜ ମଙ୍ଗଳ ଅଧିକାରୀ ଆଲମା ବରୁଆ, ଡିପିଏମ୍‌ଏନ୍‌ଏଚ୍‌ଏମ୍‌ ବିଶ୍ୱରଞ୍ଜନ ରଥଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି କରୋନା କାୟା: ଆଜି ଚିହ୍ନଟ ହେଲେ ୪,୩୩୦ ଆକ୍ରାନ୍ତ; ମୋଟ ସଂଖ୍ୟା ୧,୭୯୮୮୦କୁ ବୃଦ୍ଧି

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ରାଜ୍ୟରେ ରବିବାର ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୨,୫୫୬ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧,୭୭୪...

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ ଛୁଇଁଲା

ଭୁବନେଶ୍ୱର,୧।୫ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି। ଆକ୍ରାନ୍ତ ବ୍ୟକ୍ତି ଜଣକ...

ପାରିବାରିକ ଶତ୍ରୁତା ନେଲା ଶିଶୁର ଜୀବନ

ମାଲକାନଗିରି,୩୧ା୭(ଡି.ଏନ୍‌.ଏ.): ପାରିବାରିକ ଶତ୍ରୁତା ପାଇଁ ଜଣେ କୋମଳମତି ଶିଶୁର ଜୀବନ ଯାଇଛି। ଏହାକୁ କେନ୍ଦ୍ରକରି ଏମ୍‌ଭି-୧୯ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ମୃତ ଶିଶୁ ଜଣକ ହେଲେ...

ଗାନ୍ଧୀ ବିଶେଷାଙ୍କ ଲୋକାର୍ପିତ କଲେ ରାଜ୍ୟପାଳ

ପୁରୀ ଅଫିସ,୨୯।୨: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ତ୍ରୈମାସିକ ସାହିତ୍ୟ ପତ୍ରିକା ସୁଲେଖା ପକ୍ଷରୁ ଗାନ୍ଧୀ ବିଶେଷାଙ୍କ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ବିଭିନ୍ନ କବି...

ଆଇପିଏଲ୍‌ ବେଟିଂ: ୬ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ୫ ଅଭିଯୁକ୍ତ

ବରଗଡ଼ ଅଫିସ,୩୦।୫: ଆଇପିଏଲ୍‌ କ୍ରିକେଟକୁ ନେଇ ବରଗଡ଼ରେ ବେଟିଂ ଚାଲିଥିବା ଘଟଣାର ସୋମବାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି।...

ରାଜ୍ୟରେ ୩୨୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ଯୁବକଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ସମ୍ବଲପୁର,୧୦ା୧୦(ବ୍ୟୁରୋ)-ସମ୍ବଲପୁର ଟାଉନ ଥାନା ଅଧୀନ ହାଟପଡା କଲ୍ୟାଣ ମଣ୍ଡପ ନିକଟସ୍ଥ ଏକ ପାନ ଦୋକାନରେ ଶନିବାର ଜଣେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ୪ ଜଣ...

ନୀଳଗିରିକୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

ସଜନାଗଡ଼, ୧।୧(ଡି.ଏନ.ଏ.) ରାଜାରାଜୁଡା ଅମଳରୁ ରେଳଧାରଣା ପଡ଼ିଥିଲେ ହେଁ ବାଲେଶ୍ୱର ଜିଲା ନୀଳଗିରିକୁ ପାସେଞ୍ଜର ଟ୍ରେନ ଚାଲିବାର ସ୍ବପ୍ନ ସାକାର ହୋଇଛି। ବାଲେଶ୍ୱର ଏମ୍‌ପି ତଥା...

Advertisement
Archives

Model This Week