ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜିଲାପାଳ, ଏସ୍‌ପିଙ୍କ ପରିଦର୍ଶନ

ବାଲେଶ୍ୱର ଅଫିସ, ୩୧।୧୦-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ବ୍ୟବସ୍ଥା ଓ ରୋଗୀଙ୍କ ଚିକିତ୍ସା କିପରି ଭାବେ ଚାଲିଛି ତାହାର ତଦାରଖ କରିବା ପାଇଁ ଗୁରୁବାର ଅପରାହ୍ନରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର ଅଚାନକ ଭାବେ ପରିଦର୍ଶନ କରିଛନ୍ତି।
ସେମାନେ ବିଭିନ୍ନ ବିଭାଗକୁ ଯାଇ ପ୍ରକୃତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କର୍ମଚାରୀ ଓ ଡାକ୍ତରମାନେ ଠିକ୍‌ ଭାବରେ କାମ କରୁଛନ୍ତି କି ନାହଁି ତାହା ତଦାରଖ କରିବା ସହ ବିଭିନ୍ନ ୱାର୍ଡ଼ରେ ବୁଲି ରୋଗୀମାନେ କିଭଳି ସେବା ପାଉଛନ୍ତି ସେମାନଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ। ଏହି ସମୟରେ ବହୁ କର୍ମଚାରୀ ଓ ଡାକ୍ତର ଅନୁପସ୍ଥିତ ଥିବା ଅଭିଯୋଗ ହୋଇଥିଲା। ସଙ୍ଗେ ସଙ୍ଗେ ସେ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କୁ ଅବଗତ କରାଇବା ସହ କାରଣ ଦର୍ଶାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ସମୟରେ ଫକୀରମୋହନ ମେଡ଼ିକାଲ କଲେଜର ସୁପରିଣ୍ଡେଣ୍ଡେଣ୍ଟ ଡା. ପ୍ରତାପ ଚନ୍ଦ୍ର ରଥ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ଲଜ୍ଜା: ଆମ୍ବଗଛରେ ରଶି ଲଗାଇ ବିବାହିତ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ବନ୍ତଳା,୧୬।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା କୋଠଭୂଇଁ ପଞ୍ଚାୟତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। କୁମୁରି ଗ୍ରାମ ମୁଣ୍ଡରେ ଥିବା ଏକ...

ରାଉରକେଲାକୁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ସୁନ୍ଦରଗଡ଼,୧୦ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସୁନ୍ଦରଗଡ଼ ଜିଲାରେ ପୁଣି ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଜିଲା...

ଖତ ଖାଉଛି ଉଦ୍ଧାରକାରୀ ବୋଟ୍‌

ବରୀ,୧୦ା୮(ଡି.ଏନ.ଏ): ବନ୍ୟା ସମୟରେ ଲୋକମାନଙ୍କୁ ଉଦ୍ଧାର କରିବାକୁ ବ୍ୟବହୃତ ସରକାରୀ ବୋଟ୍‌ଗୁଡ଼ିକ ରାସ୍ତାକଡ଼ରେ ଦୀର୍ଘ ଦିନ ଧରି ଅଯତ୍ନ ଭାବେ ପଡ଼ିରହିଛି। ବରୀ ବ୍ଲକ ଅଞ୍ଚଳ...

ହାତ ଧୋଇଲା ପରେ ଗାଁକୁ ପ୍ରବେଶ ଅନୁମତି

ବଲାଙ୍ଗୀର ଅଫିସ/ଟିକ୍ରାପଡା, ୨୭ା୩ (ଡି.ଏନ୍‌.ଏ.): କରୋନା ମହାମାରୀକୁ ନେଇ ଗାଁ  ଗାଁରେ ଏବେ ଆତଙ୍କ ସ୍ଥିତି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କୌଣସି...

ହାତୀ ଖାଇଗଲେ ପରିବା ଫସଲ

ପାଟଣା,୨୦।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ କେନ୍ଦେଇପଶି ବିଟ୍‌ ଅନ୍ତର୍ଗତ ସାନ ଗମ୍ଭାରିଆ ଗ୍ରାମରେ ବୁଧବାର ରାତିରେ ୧୩ଟିକିଆ ବଣୁଆ ହାତୀ ଚାଷୀଙ୍କ ବାଡ଼ିରେ ପଶି ବ୍ୟାପକ...

କଟକରେ କାୟା ବିସ୍ତାର କରୁଛି କରୋନା: ଆଜି ୬୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୭-କଟକରେ କାୟା ବିସ୍ତାର କରୁଛି କରୋନା। ସୋମବାର ସହରରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ଜଣ କ୍ୱାରାଣ୍ଟାଇନରେ...

ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆଜିଠାରୁ ଅନ୍‌ଲାଇନ୍‌ ଆବେଦନ

କଟକ ଅଫିସ,୫ା୭: ଆଜିଠାରୁ ମାଟ୍ରିକ ଅଫ୍‌ଲାଇନ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହେଉଛି। ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ର ଏହାର ସୁଯୋଗ ନେଇପାରିବେ।...

ଅନିଶ୍ଚିତତାରେ ସିଟି ବସ୍‌ଷ୍ଟାଣ୍ଡ ପୁନଃ ନିର୍ମାଣ

ବ୍ରହ୍ମପୁର ଅଫିସ,୯ା୧୨-ବ୍ରହ୍ମପୁର ସିଟି ବସଷ୍ଟାଣ୍ଡର ମରାମତି ତଥା ପୁନଃନିର୍ମାଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଗତ ୨୬ ତାରିଖରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)...

Advertisement


Archives

Model This Week