ଜିଲା ପ୍ରଶାସନ, ବିଡିସିସି ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ବଲାଙ୍ଗୀର ଅଫିସ, ୩୦ା୩: କରୋନା ସଂକ୍ରମଣ ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ (ବିଡିସିସି) ପକ୍ଷରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫାଣ୍ଠିକୁ ପ୍ରଦାନ କରାଯାଇଛି । କୋଭିଡ୍‌-୧୯ ମୁକାବିଲା ସକାଶେ ଜିଲା ପ୍ରଶାସନର ବିଭିନ୍ନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସ୍ବେଚ୍ଛାକୃତ ଭାବେ ୧୫ ଲକ୍ଷ ୪ ହଜାର ୪୩୫ ଟଙ୍କାରର ସହାୟତା ପ୍ରଦାନ କରିଛନ୍ତି । ଜିଲାପାଳ ଅରିନ୍ଦମ ଡାକୁଆ ଏହି ଚେକ୍‌କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରେରଣ କରିଥିଲେ । ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଜାଗୁରୀ, ତହସିଲଦାର ଲଲାଟ କୁମାର ଲୁହା, ଜିଲା ଜୁରରୀକାଳୀନ ଅଧିକାରୀ ଶଙ୍କର୍ଷଣ ପ୍ରଧାନ ନିଜାରତ ଅଧିକାରୀ ଗୁରେଶ୍ୱର ଭୋଇ ଉପସ୍ଥିତ ଥିଲେ ।
ବିଡିସିିସି ବ୍ୟାଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଚେକ୍‌କୁ ସିଧାସଳଖ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଆକାଉଣ୍ଟରେ ଜମା କରାଯାଇଛି ବୋଲି ବ୍ୟାଙ୍କ ସଭାପତି ଲକ୍ଷ୍ମଣ କୁମାର ମେହେର ଜଣାଇଛନ୍ତି । ଏହି ଅବସରରେ ବ୍ୟାଙ୍କ ସିଇଓ ବାଙ୍କାନିଧି ରାୟଗୁରୁ ଉପସ୍ଥିତ ଥିଲେ । ବ୍ୟାଙ୍କ ପକ୍ଷରୁ ଅର୍ଜିତ ଲାଭାଂଶ ଅର୍ଥରୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ସଭାପତି ମେହେର ଜଣାଇଛନ୍ତି । ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ସରକାର ଯେଉଁ ସବୁ କଟକଣା ଲାଗୁ କରିଛନ୍ତି ତାକୁ କଡାକଡି ପାଳନ କରିବା, ସାମାଜିକ ଦୂରତା ରକ୍ଷା କରିବା ଓ ନିୟମିତଭାବେ ହାତ ଧୋଇବା ପାଇଁ ମେହେର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନରେ ଗରମ, ଅପରାହ୍ନରେ ଝଡ଼ତୋଫାନ

ଭଞ୍ଜନଗର,୧।୬(ଡି.ଏନ.ଏ.)-ଶୁକ୍ରବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୪୨ ଡ଼ିଗ୍ରୀ ଥିଲା। ପ୍ରବଳ ଗରମ ଯୋଗୁ ମଧ୍ୟାହ୍ନରେ ରାସ୍ତାଘାଟ ଶୁନଶାନ୍‌ ହୋଇପଡ଼ିଥିଲା। ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡୁଥିବାବେଳେ...

ଉପାଧ୍ୟକ୍ଷାଙ୍କ ମାଡ଼ରେ ଛାତ୍ରୀ ଆହତ: ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ

ବାଲେଶ୍ୱର ଅଫିସ, ୨।୯-ବାଲେଶ୍ୱର ଟାଉନ ଥାନା ଅଧୀନ ଚୁନଭାଟି ଅଞ୍ଚଳରେ ଥିବା ବେସିକ ସାଇନ୍ସ କଲେଜରେ ଗଣେଶ ପୂଜା ଚାଲିଥିବା ବେଳେ ଛାତ୍ର ଅଶାନ୍ତି ଦେଖାଦେଇଛି।...

ଭାଇଙ୍କ ଆଗରେ ଗଲା ଭଉଣୀଙ୍କ ଜୀବନ

ଚିକିଟି,୨୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ମୁଖ୍ୟ ବଜାର ନିକଟରେ ଶନିବାର ଏକ ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିକିଟି ବ୍ଲକ...

ରାଶନ ଦୋକାନ ସିଲ୍‌ କଲା ପୋଲିସ: ୨ କୋର୍ଟ ଚାଲାଣ

ଦିଗପହଣ୍ଡି,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ମୌଳାଭଣଞ୍ଜା ରାଧାନଗର ଗ୍ରାମର ରାଶନ ଦୋକାନୀ କବିରାଜ ବିଷୋୟୀଙ୍କୁ ଦିଗପହଣ୍ଡି ପୋଲିସ ଶୁକ୍ରବାର କେସ୍‌ ନଂ. ୭୫/୨୦ ଅନୁଯାୟୀ...

କଳାହାଣ୍ଡି ଜିଲାପାଳ, ଏସ୍‌ପିଙ୍କୁ ହାଇକୋର୍ଟଙ୍କ ଆଦେଶ: ଛତର ଯାତ୍ରାରେ ବଳି ବନ୍ଦ ପାଇଁ ପଦକ୍ଷେପ ନିଅ

କଟକ ଅଫିସ, ୯ା୧: କଳାହାଣ୍ଡି ଜିଲାର ପ୍ରସିଦ୍ଧ ଛତର ଯାତ୍ରାରେ ବଳି ବନ୍ଦ ପାଇଁ ଜିଲାପାଳ, ଏସ୍‌ପି ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଏଥିପାଇଁ...

ଚାନ୍ଦବାଲିରେ ଶ୍ରମିକ, କୃଷକ ସମାବେଶ

ଚାନ୍ଦବାଲି,୧୭ା୧୧(ଡି.ଏନ.ଏ.)-ଶୋଷଣମୁକ୍ତ ଭାରତ ଗଠନ ଦିଗରେ କମ୍ୟୁନିଷ୍ଟମାନଙ୍କ ସଂଗ୍ରାମର ଶତବାର୍ଷିକୀ ପାଳନ ଅବସରରେ ରବିବାର ଭଦ୍ରକ ଜିଲା ଚାନ୍ଦବାଲି ବିଜୁସ୍ମୃତି ଭବନରେ ଶ୍ରମିକ ଓ କୃଷକଙ୍କ ସମାବେଶ...

ଯୁକ୍ତ ୩ ବ୍ୟାକ ଫଳ ପ୍ରକାଶ ବିଳମ୍ବ ଘଟଣା: ପୁଣି ଧାରଣାରେ ବସିଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ, ୮ା୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ମହାବିଦ୍ୟାଳୟରେ ଅଧ୍ୟୟନ ଛାତ୍ରୀଛାତ୍ରଙ୍କ ଯୁକ୍ତ ୩ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବକୁ...

ଭଦ୍ରକରେ ପହଞ୍ଚିଲା ଦ୍ୱିତୀୟ ଶ୍ରମିକ ସ୍ପେଶାଲ ଟ୍ରେନ: ଓହ୍ଲାଇଲେ ୩୨୬ଜଣ

ଭଦ୍ରକ ଅଫିସ, ୧୩।୫: ଭଦ୍ରକ ଷ୍ଟେଶନରେ ବୁଧବାର ସକାଳେ ଦ୍ୱିତୀୟ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଥାନେଗଡ଼ରୁ ଆସିଥିବା ଏହି ଟ୍ରେନ ଭଦ୍ରକ ଷ୍ଟେଶନରେ ୩୨୬ଜଣଙ୍କୁ...

Advertisement
Archives

Model This Week