ଜିଲା ପାଠାଗାରରେ ଅବ୍ୟବସ୍ଥା: ଆସୁଛନ୍ତି ହାତଗଣତି ପାଠକ

ନୟାଗଡ଼ ଅଫିସ,୨୮ା୧୧: ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲା ପାଠାଗାର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଭିତ୍ତିଭୂମି ସୁଦୃଢ଼ ଥିବା ସତ୍ତ୍ୱେ ଆଶାତୀତ ପାଠକ ଆସୁନାହାନ୍ତି। ପ୍ରତିଦିନ ହାତଗଣତି ୭ରୁ ୧୦ ଜଣ ପାଠକ ଆସୁଥିବା ଦେଖିବାକୁ ମିଳୁଛି। ବହି ରଖିବା ପାଇଁ ଆଲମିରା ନ ଥିବାରୁ ଏଣେତେଣେ ରଖିବାକୁ ପଡୁଛି। ଖଣ୍ଡପଡ଼ା ରୋଡ଼ସ୍ଥିତ ନିୟନ୍ତ୍ରିତ ବଜାର କମିଟି ନିକଟରେ ପାଠାଗାର ରହିଥିଲେ ମଧ୍ୟ ଅଧିକାଂଶ ଲୋକ ଜାଣିପାରୁ ନାହାନ୍ତି। ପ୍ରତିଦିନ ଏଠାକୁ ଦୈନିକ ପ୍ରକାଶିତ ହେଉଥିବା ୨୦ ଖଣ୍ଡ ଖବରକାଗଜ ଆସୁଛି। ସେହିପରି ପ୍ରତି ମାସରେ ପ୍ରକାଶ ପାଉଥିବା କରେଣ୍ଟ ଆଫାୟାର୍ସ ମାଗାଜିନ୍‌ ଓ ନିଯୁକ୍ତି ଖବର ମଧ୍ୟ ଆସୁଛି। ଯୁବତୀଯୁବକ ଓ ବୁଦ୍ଧିଜୀବୀ ପାଠାଗାରକୁ ଯାଇ ସୂଚନା ପାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତାହା ଯେପରି ଦୂରେଇଯାଉଛି। ଅନ୍ୟପକ୍ଷେ ପାଠାଗାରଠାରୁ କଲେଜର ଦୂରତା ୨ କିଲୋମିଟର ହେଉଥିବାରୁ କଲେଜ ଛାତ୍ରୀଛାତ୍ର ଯାଉ ନ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଜିଲାରେ ଥିବା ଏହି ଏକମାତ୍ର ସରକାରୀ ପାଠାଗାରରେ ୧୦ ହଜାରରୁ ଊର୍ଦ୍ଧ୍ୱ ବହି ରହିଛି। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଠାରୁ ଆରମ୍ଭ କରି ବିଭିନ୍ନ ବହି ଏଠାରେ ଉପଲବ୍ଧ। ପ୍ରତିଦିନ ସକାଳ ୮ଟାରୁ ୧୧ଟା ଓ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ପାଠାଗାର ଖୋଲା ହେବାର ନିୟମ ରହିଛି। ହେଲେ ସନ୍ଧ୍ୟା ସମୟରେ ଅଧିକାଂଶ ସମୟ ବନ୍ଦ ରହୁଥିବା ଦେଖାଯାଉଛି। ପାଠାଗାରରେ ବର୍ତ୍ତମାନ ୧୩୫ ଜଣ ସଦସ୍ୟ ରହିଛନ୍ତି। ଅନ୍ୟପଟେ ଦିନକୁ ଦିନ ବହି ପ୍ରତି ଲୋକଙ୍କ ଆକର୍ଷଣ କମିଯାଉଥିବାରୁ ଲୋକମାନେ ଆସୁ ନ ଥିବା କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଠାଗାର କିପରି ସୁବ୍ୟବସ୍ଥିତ ହେବ ଓ ପାଠକମାନେ ଆକୃଷ୍ଟ ହୋଇ ଆସିବେ ସେ ଦିଗରେ ପ୍ରଶାସନ ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଲାଇବ୍ରେରିଆନ ସୁରେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ପୂର୍ବରୁ କୋର୍ଟ ପାଖରେ ଥିବା ସମୟରେ ପାଠକମାନେ ଆସୁଥିଲେ, ବର୍ତ୍ତମାନ ଏହା ଦୂର ହୋଇଯାଉଥିବାରୁ ଅଧିକାଂଶ ପାଠକ ଆସିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ଅନୁପମା ବିଜୟୀ

ଅନୁଗୋଳ ଅଫିସ,୮।୪ ଅନୁଗୋଳ ପୌରପାଳିକା ଉପାଧ୍ୟକ୍ଷା ପଦ ପ୍ରଥମ ଥର ପାଇଁ ଭାଜପା ଅକ୍ତିଆର କରିଛି। ଗୁରୁବାର ଏହି ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ...

ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ

ମାଲକାନଗିରି, ୨୨।୪: (ଡି.ଏନ୍‌.ଏ.) ମାଲକାନଗିରି ଜିଲାରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ଏବେ ୪୩ ଡିଗ୍ରୀ ତାପମାତ୍ରା ରହୁଛି। ଏନେଇ ସାଧାରଣ...

ସ୍ଥାଣୁ ପାଲଟିଲାଣି ଜିଲା ଅବକାରୀ ବିଭାଗ : ୧୧ ପଦବୀ ଖାଲି, ଅନିଶ୍ଚିତତାରେ ଅବକାରୀ ଥାନା

ଜଗତ୍‌ସିଂହପୁର ଅଫିସ,୧୨ା୬: ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗ ଏକ ପ୍ରକାର ସୁପ୍ତ ଅବସ୍ଥାରେ ରହିଛି। ଅନୁମୋଦିତ ୪୧ ପଦବୀରୁ ୧୧ଟି ଖାଲିପଡିଛି। ସେହିପରି ଜିଲାରେ ହେବାକୁ...

ଶ୍ରୀମନ୍ଦିର ଚାରିପଟୁ ଘର ଉଚ୍ଛେଦ ପ୍ରସଙ୍ଗ: ଅଧିକ ୭ଦିନ ସମୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶ୍ରୀମନ୍ଦିର ଚାରି ପାଖରୁ ୭୫ମିଟର ବଳୟ ମଧ୍ୟରେ ଯେତେସବୁ ଘର ଅଛି ତାକୁ ଭାଙ୍ଗିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଜିଲା...

ଦିନରେ ତତେଇବ, ସନ୍ଧ୍ୟାରେ ଭିଜେଇବ

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ତାତି ବଢ଼ିଚାଲିଛି। କେତେକ ସ୍ଥାନରେ ପାରଦ ୩୯ ଡିଗ୍ରୀ ଉପରେ ଓ ଆଉ କେତେକ ସ୍ଥାନରେ ୪୦ ଡିଗ୍ରୀ ସେଲସିୟସକୁ ଛୁଇଁଛି। ଦିନରେ...

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାମରେ କ୍ୟାପିଟାଲ ଥାନାରେ ହତ୍ୟା ଅଭିଯୋଗ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ରବିବାର ଅପରାହ୍ନରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଗତ ଅକ୍ଟୋବର ୮ରେ ମୁର୍ଶିଦାବାଦରେ ଜଣେ ସାମାଜିକ କର୍ମୀ,...

୨୪ ଘଣ୍ଟିଆ ହେଲ୍ପଲାଇନ‌ ନମ୍ବର ଜାରି କଲା ଗଞ୍ଜାମ ଜିଲା ପ୍ରଶାସନ

ଛତ୍ରପୁର,୯ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ, ପାରଳା ମହାରାଜା, ଭଞ୍ଜନଗର ଓ ହିଞ୍ଜିଳି କୋଭିଡ୍‌ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହେଉଛି।...

ଯାଜପୁର ଗ୍ରାମକୁ ୭୨ ଘଣ୍ଟା ଶଟ୍‌ଡାଉନ ଘୋଷଣା: ସମ୍ପୂର୍ଣ୍ଣ ଗ୍ରାମକୁ କରାଗଲା ବିଶୋଧନ

ନିରାକରପୁର,୭ା୬(ଡି.ଏନ.ଏ.): ଖୋର୍ଦ୍ଧା ଉପଖଣ୍ଡ ଲେଣ୍ଡୋ ପଞ୍ଚାୟତ ଅଧୀନ ଯାଜପୁର ଗ୍ରାମରେ ଏବେସୁଦ୍ଧା ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ...

Advertisement
Archives

Model This Week