ଜିଲା ପରିଷଦ ବୈଠକ: ଜିଲାର ବିବିଧ ସମସ୍ୟା ଉପରେ ଆଲୋଚନା

ନୂଆପଡା ଅଫିସ,୨୧ା୯
ନୂଆପଡା ଜିଲା ଗଠନ ହେବାଠାରୁ ପଚିଶ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ବାର୍ଷିକ କୋଟି କୋଟି ଟଙ୍କାର ଯୋଜନାରେ ଟଙ୍କା ଖର୍ଚ୍ଚ ହେଉଛି। ତଥାପି ସମସ୍ୟା ଯଥା ପୂର୍ବଂ ତଥା ପର ହୋଇ ରହିଛି। ଏହାକୁ ନେଇ ବିଭିନ୍ନ ସମୟରେ ଯୋଜନା ପ୍ରସ୍ତୁତ ହେଉଛି, ହେଲେ ପରବର୍ତ୍ତି ସମୟରେ କାର୍ଯ୍ୟାନ୍ବୟନ ହେଉ ନ ଥିବାରୁ ଜନପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ। ଶୁକ୍ରବାର ସ୍ଥାନୀୟ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲା ପରିଷଦ ବୈଠକରେ ଯୋଗଦେଇ ପ୍ରତିନିଧିମାନେ ଏହା କହିଛନ୍ତି ।
ପୂର୍ବାହ୍ନ ୧୧ଟାବେଳେ ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲାପାଳ ମଧୁସ୍ମିତା ସାହୁ, କଲାହାଣ୍ଡି ଏମପି ବସନ୍ତ କୁମାର ପଣ୍ଡା, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ଏଥିରେ କ୍ରମାନ୍ବୟରେ ଜିଲାର ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇଥିଲା। ଜିଲାରେ ଗତ ଦିନରେ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ପ୍ରତିନିଧିମାନେ ଯୋଗାଣ ବିଭାଗ ଉପରେ ବର୍ଷିଥିଲେ। ବିଭାଗୀୟ ଅଧିକାରୀ ଏବଂ ମିଲର୍ସଙ୍କ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ହରଡଘଣାରେ ପଡୁଥିବା ନେଇ ଚର୍ଚ୍ଚା ହୋଇଥିଲା। ତଥାପି ବିଭାଗ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହିଭଳି ଜିଲାରେ ୟୁରିଆ ସାରର କଳାବଜାରୀ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରତିନିଧିମାନେ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପ୍ରାଣୀ ଚିକିତ୍ସା, ଜଙ୍ଗଲ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ସେହିଭଳି ଆଗାମୀ ଦିନରେ ଜିଲା ପାଇଁ କଅଣ ସବୁ ବ୍ୟବସ୍ଥା କରାଯିବ ସେ ଉପରେ ମଧ୍ୟ ପ୍ରସ୍ତାବ ଆସିଥିଲା। ଜିଲ୍ଲାପାଳ ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ତପତ୍ରତା ପ୍ରକାଶ କରି ତୃଣମୂଳସ୍ତରକୁ ଯାଇ କାମ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କୃଷି ଉପନିର୍ଦ୍ଦେଶକ ଜାହିଦ ଖାନ, ଜିଲା ଖାଦ୍ୟ ଯୋଗାଣ ଅଧିକାରୀ ଅଶୋକ ଦାସ, ଜିଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ଅଭିଯାନ ଆଦିକନ୍ଦ ଦାସ, ଜିଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝି ପ୍ରମୁଖ ଯୋଗଦେଇଥିବାବେଳେ ସମସ୍ତ ବିିଡିଓ, ତହସିଲଦାର, ପଞ୍ଚାୟତିରାଜ ପ୍ରତିନିଧିମାନେ ଯୋଗଦେଇଥିଲେ। ଜିଲାପାଳ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ୨ ଶିଶୁଙ୍କୁ ଉଦ୍ଧାର କଲା ପ୍ରଶାସନମୁକ୍ତ ଆଶ୍ରୟ ସ୍ଥଳରେ ଥଇଥାନ

ନୂଆପଡା ଅଫିସ,୩୧ା୭- ନୂଆପଡା ଜିଲା ସିନାପାଲି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ସଦର ଗାଁର ମା’ବାପାଙ୍କ ମୃତ୍ୟୁ ପରେ ଅସହାୟ ଭାବେ ଜୀବନ କାଟୁଥିବା ୨ ଶିଶୁଙ୍କୁ...

କରୋନା ପାଇଁ ସୀମାନ୍ତ ସିଲ୍‌ କଲା ପ୍ରଶାସନ

ସିନାପାଲି,୨୮।୩ (ଡି.ଏନ.ଏ): କରୋନା ସଂକ୍ରମଣ ରୋକିବା ପାଇଁ ସିନାପାଲି ବ୍ଲକ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ଛତିଶଗଡ ସୀମାକୁ ସିଲ୍‌ କରିବା...

ଗାଁରେ ବାଘ: ଗାଈ ବେକକୁ ଟାଣି ନେଇ ପିଇଗଲା ରକ୍ତ

ନୂଆପଡା ଅଫିସ,୧୬।୧: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା କୁଟରେଙ୍ଗା ପଡା ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ରବିବାର ସକାଳେ ଏଭଳି ଅଘଟଣ ଘଟିଛି।...

ଅନ୍ଧାରରେ ୩ ନାବାଳକଙ୍କ ଭବିଷ୍ୟତ

ଖଡ଼ିଆଳ,୬।୧୨(ଡି.ଏନ.ଏ.): ମା’ ମାନସିକ ରୋଗୀ। ୩ ନାବାଳକ ପୁଅଙ୍କ ଭବିଷ୍ୟତ କିପରି ଗଠନ କରିବେ ସେ ନେଇ ଚିନ୍ତାରେ ବାପା। ଏପରି ଏକ ଦୁଃଖଦ ଘଟଣାରେ...

ଖଟିଆରେ ବୃଦ୍ଧାଙ୍କୁ ଟାଣି ଟାଣି ବ୍ୟାଙ୍କ ନେବା ଘଟଣା: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବରଗାଁ ମ୍ୟାନେଜର ନିଳମ୍ବିତ

ନୂଆପଡ଼ା ଅଫିସ,୧୫ା୬-ନୂଆପଡା ଜିଲା ଖଡିଆଳ ବ୍ଲକ ବରଗାଁ ରାସ୍ତାରେ ଜନଧନ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଜଣେ ଶତାୟୁ ମହିଳାଙ୍କୁ ଖଟିଆରେ ଶୁଆଇ ଟାଣି ଟାଣି ବ୍ୟାଙ୍କ...

ବସୁଧା ଯୋଜନା ଫେଲ୍‌: ବାଲିଚୁଆଁ ଭରସା

ନୂଆପଡ଼ା ଅଫିସ,୧୮।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ବସୁଧା ଯୋଜନା ଫେଲ୍‌ ମାରିଛି।...

ଚାଷୀଙ୍କଠାରୁ ନେଉଥିଲେ ଲାଞ୍ଚ: ବନ୍ଧା ହେଲେ ଆର୍‌ଆଇ

ନୂଆପଡା ଅଫିସ/ଖଡିଆଳ,୪ା୭-ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ୍‌ ତୁକୁଲା ଆରଆଇ ଦୀନମଣି ରାଉତରାୟ ଲାଞ୍ଚ ନେଇ ଶନିବାର ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବାଲିଘାଟ କରାଇଦେବାକୁ...

ଓଷ୍ଟାର ବ୍ଲକସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ: ବ୍ଲକ ନୂତନ କର୍ମକର୍ତ୍ତା ମନୋନୀତ

ନୂଆପଡା ଅଫିସ,୬ା୯-ସ୍ଥାନୀୟ ଗୋଡଫୁଲା ହାଇସ୍କୁଲ ପରିସରରେ ଓଷ୍ଟା (ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ) ନୂଆପଡା ବ୍ଲକସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ...

Advertisement
Archives

Model This Week