ଜିଲା ପରିଷଦ ଅଧ୍ୟକ୍ଷ ପଦ ଫେରିପାଇଲେ ପୁରୁଷୋତ୍ତମ

ରାୟଗଡ଼ା ଅଫିସ ,୧୯ା୯- ରାୟଗଡ଼ା ଜିଲା ଦୌରାଜଜ୍‌ଙ୍କ ଦ୍ୱାରା ଅସିଦ୍ଧ ଘୋଷଣା ହୋଇଥିବା ଜିଲାପରିଷଦ ଅଧ୍ୟକ୍ଷ ପଦକୁ ଗୁରୁବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମ ଗମାଙ୍ଗ ପୁଣି ଫେରି ପାଇଛନ୍ତିି। ଦୀର୍ଘ ୧୦ ମାସ ପରେ ନିଜ କାର୍ଯ୍ୟାଳୟକୁ ଫେରି କାର୍ଯ୍ୟ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଯେ , ୨୦୧୭ ମାର୍ଚ୍ଚ ୧୨ରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ଏବଂ ବିଜେଡ଼ିର ଗଙ୍ଗାଧର ପୁଆଲା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ୨୨ ଜିଲାପରିଷଦ ସଭ୍ୟଙ୍କ ମଧ୍ୟରୁ ଭାଜପା ସପକ୍ଷରେ ୩ ଟି ଭୋଟ ପଡ଼ିଥିବାବେଳେ ବିଜେଡ଼ିକୁ ମିଳିଥିଲା ୯ ଟି ଭୋଟ। କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ୧୦ଟି ଭୋଟ ପାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗୁପ୍ତ ମତଦାନରେ ବ୍ୟାହତ ସାଙ୍ଗକୁ ସରକାର ନିର୍ବାଚନର ଖିଲାପ ଦର୍ଶାଇ ରାୟଗଡ଼ା ଜୋନ -୨ ର ବିଜେଡ଼ି ଜିଲା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲା ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ତତ୍କାଳୀନ ନିର୍ବାଚନ ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରଥ ଏବଂ ଗଙ୍ଗାଧର ପୁଆଲାଙ୍କ ବୟାନ ରେକର୍ଡ କରି ପୁରୁଷୋତ୍ତମଙ୍କୁ ନୋଟିସ କରିଥିଲେ। ମାତ୍ର ନୋଟିସ ସ଼ତ୍ତ୍ୱେ ପୁରୁଷୋତ୍ତମ କୋର୍ଟରେ ହାଜର ନ ହେବାରୁ ଜିଲା ଦୈରାଜଜ୍‌ ତାଙ୍କର ଜିଲା ପରିଷଦ ଅଧ୍ୟକ୍ଷ ପଦ ରଦ୍ଦ କରିଥିଲେ। ଏନେଇ ପୁରୁଷୋତ୍ତମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ନିଜ ରାୟରେ ତଳ କୋର୍ଟର ରାୟକୁ ଖାରଜ କରିବା ସହ ଆସନ୍ତା ୨୫ ରେ ନିଜ ପକ୍ଷ ତଳ କୋର୍ଟରେ ରଖିବାକୁ ନିର୍ଦ୍ଦେଶ ଦେଇଥିବା ପୁରୁଷୋତ୍ତମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଅନିୟମିତତା ଅଭିଯୋଗ

ଢେଙ୍କାନାଳ,୩୦।୯(ରତନ ନାୟାର): ବଲାଙ୍ଗୀର ଠାରେ ଗତ ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଢେଙ୍କାନାଳ ଦଳରେ ୧୭ବର୍ଷରୁ କମ୍‌ ବିଭାଗରେ ଚୟନ...

ପୁଣି ଅଲୋଡ଼ା ଶିଶୁକନ୍ୟା

ଜଗନ୍ନାଥପ୍ରସାଦ,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କଣ୍ଡରସିଂ ନିକଟରେ ଥିବା ନାଳ ନିକଟରେ ବୁଧବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ନବଜାତକକୁ କେହି...

ପିପିଲି ଉପନିର୍ବାଚନ: ସରିଲା ନାମାଙ୍କନ

ପୁରୀ ଅଫିସ/ପିପିଲି(ସ୍ବ.ପ୍ର.),୩୧ା୩: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ଶେଷ ହୋଇଛି। ଶେଷ ଦିନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୨ଜଣ...

୩୪ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ଶେଷ

କେନ୍ଦୁଝର, ୧୫।୪(ସ୍ବ.ପ୍ର.)-କେନ୍ଦୁଝର ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତିି। ସେମାନଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୩୪ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଛି। ଜିଲାରେ ବର୍ତ୍ତମାନ...

ଘାତକ ସାଜିଛି କିଡ୍‌ନୀ ରୋଗ: ୫ ବର୍ଷରେ ୧୦ ମୃତ

ନୟାଗଡ଼ ଅଫିସ,୧୫।୫: ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଚଢ଼େୟାପଲ୍ଲୀ ପଞ୍ଚାୟତର ଚଢ଼େୟାପଲ୍ଲୀ ଏବଂ ଓଷାମସ୍କା ଗାଁ ଦଳିତସାହିରେ କିଡ୍‌ନୀ ଜନିତ ରୋଗ ଘାତକ ସାଜିଛି। ୫...

ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଗଞ୍ଜାମ, ୧୦।୨(ଡି.ଏନ.ଏ.): ଗଞ୍ଜାମ ଥାନା ଦୁର୍ଗାଦେବୀ ସାହି ସ୍ଥିତ ଷ୍ଟେଟବ୍ୟାଙ୍କ ଏଟିଏମଠାରେ ଲାଇଟ ଏଣ୍ଡ ସାଉଣ୍ଡ ମାଲିକ ବାଳକୃଷ୍ଣ ପଣ୍ଡାଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାପଡିଛି...

ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ; କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟର ସମୀକ୍ଷା

ଅନୁଗୋଳ ଅଫିସ, ୧୨।୧୨:  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ହରପ୍ରସାଦ ପଟ୍ଟନାୟକ, ନର୍ସିଂ ନିର୍ଦ୍ଦେଶକ ଡାକ୍ତର ସୁଶୀଲ କୁମାର କର ଓ...

ବଜ୍ରପାତରେ ଜଳିଗଲା ବାସଗୃହ

ରୂପସା, ୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ କୁଡ଼ିଆ ଗ୍ରାମରେ ବଜ୍ରପାତ ହୋଇ ଅଗ୍ନିକାଣ୍ଡ ଘଟି ଗୋପାଳ ଜେନାଙ୍କ ବାସଗୃହ ଜଳିଯାଇଛି। ଶୁକ୍ରବାର ସାରେ କାଳବୈଶାଖୀ...

Advertisement
Archives

Model This Week