ଜିଲା ଚିକିତ୍ସାଳୟରେ ଆରମ୍ଭ ହେଲା ‘ସଖୀ’: ଗୋଟିଏ ଛାତ ତଳେ ମହିଳାଙ୍କୁ ସମସ୍ତ ସହାୟତା

ଢେଙ୍କାନାଳ ଅଫିସ, ୨୩।୮-ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଷଷ୍ଠ ମହଲାରେ ୱାନ୍‌ ଷ୍ଟପ୍‌ ସେଣ୍ଟର ‘ସଖୀ’ ସହାୟତା କେନ୍ଦ୍ର ଗୁରୁବାର ଲୋକାର୍ପିତ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଜିଲା ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଶୋଭା’ର ମିଳିତ ସହଯୋଗରେ ଏହି କେନ୍ଦ୍ର ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଗୋଟିଏ ଛାତ ତଳେ ମହିଳାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଏଡିଏମ୍‌ଓ (ପରିବାର କଲ୍ୟାଣ) ଡ. ବିଦ୍ୟୁତ୍‌ କୁମାର ନନ୍ଦ ସୂଚନା ଦେଇ କହିଲେ, ଏହି ସହାୟତା କେନ୍ଦ୍ରରେ ଶାରୀରିକ ଏବଂ ମାନସିକ ରୋଗରେ ପୀଡ଼ିତ ମହିଳାଙ୍କୁ ଆବଶ୍ୟକ ସେବା ଯୋଗାଇ ଦିଆଯିବ। ସ୍ବାସ୍ଥ୍ୟ ସମେତ ୨୪ଘଣ୍ଟିଆ ଆଇନଗତ ସହାୟତା ଉପଲବ୍ଧ ହେବ। ନାବାଳିକାମାନେ ମଧ୍ୟ ଏହି କେନ୍ଦ୍ରରୁ ଅନୁରୂପ ସହାୟତା ପାଇପାରିବେ। ଜିଲା ସମାଜ ମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ କହିଲେ, ‘ସଖୀ’ ସହାୟତା କେନ୍ଦ୍ର ମାଧ୍ୟମରେ ବଳାତ୍କାର, ପାରିପାରିକ ହିଂସା, ଏସିଡ୍‌ ଆକ୍ରମଣ, ଅପହରଣ, ନିଖୋଜ, ଯୌନ ଉତ୍ପୀଡ଼ନ, ଶୋଷଣ, ମହିଳା ଚାଲାଣ ମାମଲାର ପୀଡ଼ିତାଙ୍କୁ ସହାୟତା ଯୋଗାଇ ଦିଆଯିବ। ମହିଳାମାନେ ନିର୍ଭୟରେ ଏଠାରେ ଅଭିଯୋଗ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି। ଜାତୀୟ ଜୀବିକା ମିଶନ ପ୍ରକଳ୍ପ ପରିଚାଳକ ସଞ୍ଜୀବ କୁମାର ମହାନ୍ତି ଆଲୋଚନାରେ ଭାଗନେଇ କହିଲେ, ହିଂସାର ଶିକାର ହୋଇଥିବା ମହିଳା, ନାବାଳିକା, ଯୁବତୀଙ୍କୁ ‘ସଖୀ’ କେନ୍ଦ୍ର ଜରିଆରେ ପୋଲିସ ସହାୟତା, ଚିକିତ୍ସା ସୁବିଧା, ଆଇନଗତ ସହାୟତା, ମନସ୍ତାତ୍ତ୍ୱିକ ଏବଂ ସାମାଜିକ ପରାମର୍ଶ ମିଳିପାରିବ। ଆବଶ୍ୟକସ୍ଥଳେ ସେମାନେ ୫ଦିନ ସେଠାରେ ରହିପାରିବେ। ଏ ନେଇ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିଛି। ପରିସ୍ଥିତିକୁ ସମୀକ୍ଷା କରାଯିବା ପରେ ପୀଡ଼ିତାଙ୍କୁ ଅନ୍ୟାନ୍ୟ ସହାୟତା ମଧ୍ୟ ମିଳିବ ବୋଲି ସେ କହିଥିଲେ।
ପ୍ରାରମ୍ଭରେ ‘ଶୋଭା’ର ନିର୍ଦ୍ଦେଶକ ଉଦୟେନ୍ଦୁ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଜିଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ନିବେଦିତା ରଥ, ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ଜିଲା ରେଡ୍‌କ୍ରସ୍‌ ଉପସଭାପତି ବିରଞ୍ଚତ୍ ନାରାୟଣ ପାଣିଙ୍କ ସମେତ ସମସ୍ତ ସିଡିପିଓ, ଆଇସିଡିଏସ୍‌ ସୁପରଭାଇଜର, ପ୍ରୋଗ୍ରାମ ଅଫିସର, ସ୍ବାସ୍ଥ୍ୟ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ ଅଫିସ, ୧ା୨: ହାଇକୋର୍ଟରେ ସୋମବାର ଢିଙ୍କିଆ ବିବାଦ ମାମଲାର ଶୁଣାଣି ହୋଇଛି। ଏ ନେଇ ହାଇକୋର୍ଟରେ ଦାଏର ହୋଇଥିବା ୩ଟି ଯାକ ମାମଲାରେ ରାଜ୍ୟ...

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୩ ଦିନ ବର୍ଷିବ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଆଗାମୀ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ...

ବିଧାୟକ, ଏମ୍‌ପି, ବିଚାରପତି ବିଦ୍ୟାଳୟକୁ ପୋଷ୍ୟ ଭାବେ ନିଅନ୍ତୁ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ସାମିଲ ହୋଇ ଅତି ବେଶିରେ ୩ଟି ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର...

ସମସ୍ୟା ବୁଝିଲେ ଜେଏମ୍‌ଏଫ୍‌ସି: ଦଳିତ ସାହିରେ ଜଳିବ ବିଜୁଳି

ଭୁବନ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ଗ୍ରାମର ଦଳିତ ସାହିରେ ଖୁବ୍‌ଶୀଘ୍ର ଜଳିବ ବିଜୁଳି। ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚତ୍ତ ୩୫ ଦଳିତ ପରିବାରର ଭାଗ୍ୟ...

ଗରମରେ ଛଟପଟ ହେଲେ ଜିଲାବାସୀ

ଅନୁଗୋଳ ଅଫିସ, ୨୭।୪- ଅନୁଗୋଳ ସହର ଓ ଏହାର ଉପକଣ୍ଠରେ ଅସହ୍ୟ ଗରମ ଏବଂ  ଗୁଳଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାର ଏଠାରେ ତାପମାତ୍ରା...

ଚୈତ୍ର ମଙ୍ଗଳବାର: କରୋନାରୁ ରକ୍ଷା ଲାଗି ମା’ତାରାତାରିଣୀଙ୍କ ପୀଠରେ ହେଲା ସ୍ବତନ୍ତ୍ର ପୂଜା

ପୁରୁଷୋତ୍ତମପୁର, ୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତି ପୀଠ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ଚୈତ୍ର ମଙ୍ଗଳବାର ଚତୁର୍ଥ ପାଳି ଯାତ୍ରା ଅବସରରେ ଜନଶୂନ୍ୟ ହୋଇପଡିଛି।...

୩ ଗୁହାଳ ଜଳିଗଲା : ୨୬ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ

ପଦ୍ମପୁର,୭।୯(ଡି.ଏନ୍‌.ଏ.) : ଭଦ୍ରକ ସଦର ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତର ଚଳପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ଗୁହାଳ ଜଳିଯାଇଛି। ଗ୍ରାମର...

ବିଶ୍ୱାସ,ପରମ୍ପରାର ଯାତ୍ରା ଝାମିଯାତ୍ରା

ଜୟପୁର, ୨୮ା୨ (ନି.ପ୍ର.):ବିଶ୍ୱାସର ଯାତ୍ରା ଝାମିଯାତ୍ରା ପାଇଁ ଜୟପୁର ଉତ୍ସବମୁଖର ହୋଇପଡିଛି। ଶିରଲୀ ଦେବୀ ପୂଜା ପାଉଥିବା ଏହି ଯାତ୍ରା ଶିବରାତ୍ରିଠାରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି...

Advertisement
Archives

Model This Week