ଜିଲା କାରାଗାର ସମସ୍ୟାର ଗନ୍ତାଘର

ଢେଙ୍କାନାଳ ଅଫିସ, ୨୩।୨ – ହୁଗୁଳି ଯାଇଛି ଢେଙ୍କାନାଳ ଜିଲା କାରାଗାର ସୁରକ୍ଷା ବ୍ୟବସ୍ଥା। କର୍ମଚାରୀ ଅଭାବଠାରୁ ଆରମ୍ଭ କରି ଭିତ୍ତିଭୂମି ଯାଏ ଯେଉଁଠି ଉଣ୍ଡିଲେ ବାରି ହୋଇପଡୁଛି ପୁଳାପୁଳା ସମସ୍ୟା। ଜେଲ ହାଜତକୁ ଅନାୟାସରେ ପ୍ରବେଶ କରୁଛି ନିଶାଦ୍ରବ୍ୟ। ସଙ୍ଗିନ ଅପରାଧରେ ଜଡ଼ିତ ଅପରାଧୀମାନେ ହୁଗୁଳା ଭିତ୍ତିଭୂମିର ଭରପୂର ଫାଇଦା ଉଠାଉଛନ୍ତି। ଫଳରେ ଇତିହାସର ମୂକସାକ୍ଷୀ ପାଲଟିଥିବା ୧୦୦ବର୍ଷର ଏହି ପୁରୁଣା ଜେଲ ଏବେ ସମସ୍ୟାର ଗନ୍ତାଘର ପାଲଟିଛି।
ରାଜ୍ୟର ଅନ୍ୟତମ ପୁରୁଣା କାରାଗାର ମଧ୍ୟରେ ଢେଙ୍କାନାଳ ଜିଲା ଜେଲ ଅନ୍ୟତମ।
ଏତେ ପୁରୁଣା ଜେଲର ଭିତ୍ତିଭୂମି ସୁଦୃଢ଼ କରିବାକୁ ଅନେକ ବ୍ୟବସ୍ଥା ଗ୍ରହଣ କରାଯିବା କଥା। ହେଲେ ଏହା ହୋଇପାରୁନାହିଁ। ଜେଲ ସୁରକ୍ଷା ଲାଗି ଖଞ୍ଜାଯାଇଥିବା ୩୨ ସିସିଟିଭି କ୍ୟାମେରା ମଧ୍ୟରୁ ୮ଟି ଅଚଳ ହୋଇଛି। ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ପାଲଟିଛି ଜେଲ୍‌ ପରିସର। ଗୁରୁତର ଅପରାଧରେ ଜଡ଼ିତ ଥିବା କଏଦୀଙ୍କ ପାଇଁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି। ସେମାନଙ୍କୁ ପାନ, ବିଡ଼ି, ସିଗାରେଟ୍‌, ଗୁଟ୍‌ଖାଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ଯୋଗାଇ ଦିଆଯାଉଛି। ଜେଲ ପାଚେରି ଚାରିପଟେ ପଡ଼ିଥିବା ଶତାଧିକ ଖାଲି ମଦ ବୋତଲ ଏହାର ପ୍ରମାଣ ବୋଲି ଆଲୋଚନା ହେଉଛି। ଦୋଳମଣ୍ଡପ ସାହିର ପୂର୍ଣ୍ଣଚନ୍ଦ୍ର ବେହେରା ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ତଥା ଓ୍ବାର୍ଡର ବୈରାଗୀ ବେହେରା ଗିରଫ ହେବାପରେ ଏପରି ଅନେକ ତଥ୍ୟ ପଦାକୁ ଆସିଛି।
୧୯୧୬ରେ ପ୍ରତିଷ୍ଠା ହୋଇଥିବା ଢେଙ୍କାନାଳ ଜିଲା ଜେଲ। ସେହି ସମୟରେ ଏଠାରେ ୨୩୧ କଏଦୀ ରହିବାର ବ୍ୟବସ୍ଥା ହୋଇଥିଲା। ଏବେ ୩୩୩ କଏଦୀ ରହୁଛନ୍ତି, ଯାହା ପାଖାପାଖି ୧୦୦ ଅଧିକ। ଫଳରେ ସମସ୍ୟା ବଢ଼ିବାରେ ଲାଗିଛି। ଏକଦୀଙ୍କ ଉପରେ ନଜର ରଖିବାକୁ ଜେଲ ଚାରିପଟେ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଛି। ହେଲେ ଓ୍ବାଚ୍‌ ଟାଓ୍ବାରଗୁଡ଼ିକରେ ତାଲା ଝୁଲୁଛି। ଏହାର ସୁଯୋଗରେ ଗତ ଡିସେମ୍ବର ୧୩ରେ ବିଚାରାଧୀନ କଏଦୀ ଶିବ ମୁଣ୍ଡା ପାଚେରି ଡେଇଁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ। ଅଦ୍ୟାବଧି ତାଙ୍କର ପତ୍ତା ମିଳୁନାହିଁ। ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳର କର୍ମଚାରୀ ଜେଲରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ଭିତରୁ କେତେଜଣ ଅପରାଧୀଙ୍କ ହାତବାରିସି ପାଲଟିଥିବା ଚର୍ଚ୍ଚା ଜୋର୍‌ ଧରିଛି। କର୍ମଚାରୀ ଅଭାବ ସମସ୍ୟାରେ ସନ୍ତୁଳି ହେଉଛି ଜିଲା କାରଗାର। ନିକଟରେ ଜେଲ୍‌ ଅଧୀକ୍ଷକଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ଅତିରିକ୍ତ ଜେଲର ଦାୟିତ୍ୱରେ ଅଛନ୍ତି। ଜେଲର କାମାକ୍ଷାନଗରକୁ ଡେପୁଟେଶନରେ ଯାଇଛନ୍ତି। ୩୬ ଓ୍ବାର୍ଡର ପଦବୀରୁ ୬ଟି ଖାଲିପଡ଼ିଛି, ଯାହା ସମସ୍ୟାକୁ ବହୁଗୁଣିତ କରିଛି।
ଏ ସଂକ୍ରାନ୍ତରେ ଅଧୀକ୍ଷକଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜେଲର ସୁମାର୍ଜନୀ ପ୍ରଧାନ କୁହନ୍ତି, କର୍ମଚାରୀ ଅଭାବ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଅଧିକ ୪୫ଟି ସିସିଟିଭି କ୍ୟାମେରା ଯୋଗାଇ ଦେବାକୁ କୁହାଯାଇଛି। ଅନ୍ୟ ପ୍ରସଙ୍ଗଗୁଡ଼ିକୁ ସେ ଏଡ଼ାଇ ଯାଇଥିଲେ। ତାଙ୍କ ନଜରରେ ଏଭଳି ଘଟଣା ଘଟିନାହିଁ। ତାଙ୍କର ପ୍ରତିକ୍ରିୟା ଦେବାର ଅଧିକାର ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

ହାତୀକୁ ଫାର୍ମହାଉସରେ ପୋତିଥିଲେ: ପଡ଼ିଗଲେଧରା, ଗଲେ ଜେଲ୍

ଢେଙ୍କାନାଳ,୨।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମହାଉସ ଭିତରେ ପୋତିଦେଇଥିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଛି।…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri