ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ‘ଲୋଭ ପରିହାର କର, ସଚ୍ଚୋଟ ହୁଅ’

ଅନୁଗୋଳ ଅଫିସ, ୧ା୧୧-ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଗୁରୁବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଯୋଗଦେଇ ଦୁର୍ନୀତି ନିବାରଣ ପାଇଁ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଲୋଭ ପରିହାର କରି ସଚ୍ଚୋଟପଣିଆକୁ ଆଦରି ନେଲେ ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଅତିରିକ୍ତ ଜିଲାପାଳ କହିଥିଲେ ଯେ, ସରକାର ଶାସନଗତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ୫-ଟି ଓ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ କରୁଛନ୍ତି। ଓଡ଼ିଶା ଜନସେବା ଅଧିକାର ଆଇନରେ ଲୋକମାନଙ୍କୁ ୨୪୦ ପ୍ରକାର ସେବା ୩୫ଟି ବିଭାଗ ଦ୍ୱାରା ପ୍ରଦାନ କରାଯାଉଛି। ଏଥିରେ ଖିଲାପ କଲେ ଦଣ୍ଡବିଧାନ କରାଯାଉଛି। ତେଣୁ ଲାଞ୍ଚ ଗ୍ରହଣ ଓ ଲାଞ୍ଚ ଦେବାକୁ ପ୍ରତିରୋଧ ସହ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଚଳିତ ବର୍ଷର ବାର୍ତ୍ତା ସଚ୍ଚୋଟତା ଏକ ଜୀବନ ଶୈଳୀ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ଯୋଗଦେଇ ଦୁର୍ନୀତି ସମାଜକୁ ସମୃଦ୍ଧିରୁ ବଞ୍ଚତ୍ତ କରୁଛି ବୋଲି କହିଥିଲେ। ଏହି ଅବସରରେ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଦୁର୍ନୀତି ନିବାରଣ ନିମନ୍ତେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ, ସାମାଜିକ କର୍ମୀ, ବିଶିଷ୍ଟ ବ୍ୟକ୍ତି, ଶିକ୍ଷାବିତ, ବୁଦ୍ଧିଜୀବୀ ଓ ଛାତ୍ରୀଛାତ୍ରମାନଙ୍କୁ ଶପଥପାଠ କରାଯାଇଥିଲା। ଏଥିସହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଶତବାର୍ଷିକୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ରାଷ୍ଟ୍ରୀୟ ସଙ୍କଳ୍ପ ଦିବସ ଶପଥ ପାଠ କରାଯାଇଥିଲା। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବସନ୍ତ କୁମାର ପ୍ରଧାନ ଓ ଅନୁଗୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ ଯୋଗଦେଇଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଗୋଳ ଦୁର୍ନୀତି ନିବାରଣ ବିଭାଗ ଡିଏସ୍‌ପି ପ୍ରଦୀପ କୁମାର ପ୍ରଧାନ ଓ ଇନ୍ସପେକ୍ଟର ଦଇତାରୀ ଘଡ଼େଇଙ୍କ ସମେତ ଭିଜିଲାନ୍ସ କାର୍ଯ୍ୟାଳୟର କର୍ମଚାରୀ, ଜିଲା ସଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର-ଗଞ୍ଜାମ ସୀମାନ୍ତରେ ୨୪ ଘଣ୍ଟିଆ ଅନ୍‌ଲାଇନ୍‌ ପଞ୍ଜୀକରଣ

ଛତ୍ରପୁର,୨୦ା୫(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶ -ଗଞ୍ଜାମ ଜିଲା ସୀମାନ୍ତ ଗିରିଶୋଳା ତନଖି ଫାଟକରେ ଅନ୍ୟ ରାଜ୍ୟରୁ ଆସୁଥିବା ଗାଡ଼ି ଓ ଶ୍ରମିକଙ୍କ ୨୪ ଘଣ୍ଟିଆ ପଞ୍ଜୀକରଣ କରାଯାଉଛି। କୋଭିଡ୍‌...

ସ୍ବାସ୍ଥ୍ୟ ବିଭାଗକୁ ‘କରୋନା’ ଚିନ୍ତା

ଢେଙ୍କାନାଳ ଅଫିସ, ୨।୨ – ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ‘କରୋନା’ ଭାଇରସ୍‌। ଚାଇନାରୁ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ରୋଗ ଦିନକୁ ଦିନ...

ଶଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁ

ଔପଦା, ୧୦।୧୦(ଡି.ଏନ.ଏ.)-ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ଅଘାଶୂଳ ଗ୍ରାମର ବୈକୁଣ୍ଠ ଦାସ (୩୫) ନାମକ ଯୁବକଙ୍କ ଶ୍ୱଶୁର ଘରେ ମୃତ୍ୟୁ ହୋଇଛି। ଶ୍ୱଶୁର ଘର ଲୋକଙ୍କ...

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା

ଭୋଗରାଇ,୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଡିହକଖଡ଼ା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଏବଂ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଭଳି ଘଟଣା ନେଇ...

ପୁଅ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ଗୋଟିଏ ପରିବାରର ୫ ସଦସ୍ୟ

ବିଜେପୁର,୨୩ା୪(ଡି.ଏନ୍‌.ଏ.) : କୋଭିଡ-୧୯ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଏଭଳି ସମୟରେ ପୁଅ ପାଇଁ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା...

ସୁନା ଦୋକାନୀଙ୍କଠାରୁ ଲୁଟ ଉଦ୍ୟମ: ଅଭିଯୁକ୍ତ ଗିରଫ

ବାରିପଦା ଅଫିସ,୨୬ା୧୦- ବାରିପଦା ସହରର ଜିଲା ପ୍ରାଣୀ ଚିକିତ୍ସାଳୟ ନିକଟରେ ଗତ ମଙ୍ଗଳବାର ରାତିରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ ଉଦ୍ୟମ ଘଟଣାରେ ଟାଉନ ଥାନା...

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ: ୫୫ ଘରୋଇ ପ୍ଲଟର ସରିଛି ବିକ୍ରି କବଲା

ପୁରୀ ଅଫିସ, ୨୩ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଚାଲିଛିି। ଏହି ଜୋନ ମଧ୍ୟରେ ସମୁଦାୟ ୩୬୬ ପ୍ଲଟ ମଧ୍ୟରୁ ୧୮୫ ଘରୋଇ ପ୍ଲଟ...

ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ ବୈଶାଳୀ

ଭୁବନେଶ୍ୱର,୪।୭(ବ୍ୟୁରୋ): ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। ପୁରୀରେ ଜନ୍ମିତ ତଥା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପ୍ପର ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ...

Advertisement
Archives

Model This Week