ଜିଲାରେ ପ୍ରଥମ: ଜଳେଶ୍ୱରରେ ମଡେଲ ଭିଲେଜ କାର୍ଯ୍ୟାରମ୍ଭ

ଜଳେଶ୍ୱର, ୨୭।୧୨(ସ୍ବ.ପ୍ର.)-ସରକାରଙ୍କ ନୂତନ ଯୋଜନା ଅନୁଯାୟୀ ଏଣିକି ଭୂମିହୀନ ଓ ଗୃହହୀନଙ୍କ ଲାଗି ସରକାରୀ ସ୍ଥାନରେ ଏକ ମଡେଲ ଭିଲେଜ ନିର୍ମାଣ ପାଇଁ ସ୍ଥିର ହୋଇଛି ା ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବ୍ଲକର ମହମ୍ମଦନଗରପାଟ ଓ ରାଜପୁର ପଞ୍ଚାୟତର ଓଳିନ୍ଦା ଗ୍ରାମରେ ପ୍ରଥମଥର ପାଇଁ ଏକ ମଡେଲ ଭିଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ା ଏହି ଗ୍ରାମରେ ଥିବା ୬୨ଜଣ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୂମି ସହିତ ଗୃହ ନିର୍ମାଣ କରି ଯୋଗାଇ ଦିଆଯିବ। ପ୍ରତି ବ୍ୟକ୍ତିବିଶେଷଙ୍କୁ ୨୫୦ବର୍ଗ ଫୁଟ ସ୍ଥାନରେ ଘର ତିଆରି କରି ହସ୍ତାନ୍ତର କରାଯିବାର ଯୋଜନା କରାଯାଇଛି।
ଏ ସମ୍ପର୍କରେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ କହିଛନ୍ତି ଯେ, ବିଭିନ୍ନ ସରକାରୀ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨ ଡିସିମିଲ ସ୍ଥାନରେ ୧ଲକ୍ଷ ୨୦ହଜାର ଟଙ୍କା ମୂଲ୍ୟର ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବାକୁ ସ୍ଥିର ହୋଇଛି। ପ୍ରଥମେ ବାଲେଶ୍ୱର ଜିଲାର ଜଳେଶ୍ୱରଠାରେ ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ ଆରମ୍ଭ ହୋଇଛି। ଏକ ବାସଗୃହ, ଛୋଟ ରୋଷେଇ ଘର ସହିତ ଘରର ଚତୁଃପାର୍ଶ୍ୱରେ ଅଳ୍ପ ସ୍ଥାନ ରଖାଯାଇଛି। ଏହି ଭିଲେଜ ମଧ୍ୟକୁ ୨ଟି ମୁଖ୍ୟ ରାସ୍ତା ରଖାଯାଇଛି। ମୁଖ୍ୟ ରାସ୍ତାରୁ ପୁଣି ଛୋଟ ଛୋଟ ରାସ୍ତା ପ୍ରତି ଘରକୁ ରହିଥିବା ଓ ସମସ୍ତଙ୍କ ବ୍ୟବହାର ଲାଗି ଏକ ପୁଷ୍କରିଣୀ ସହିତ ଖେଳପଡ଼ିଆ ରହିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଗୋଷ୍ଠୀଗତ ଭାବେ ପାଇଖାନା, ବଗିଚା ରହୁଥିବାରୁ ଭବିଷ୍ୟତରେ ସେଠାରେ ଶିକ୍ଷା, ପାନୀୟ ଜଳ ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଘର ସେମାନେ ନିଜେ କରୁଥିବାର ବିଡିଓ ସାହୁ ପ୍ରକାଶ କରିଛନ୍ତି ା ଘଟଣାସ୍ଥଳକୁ କେତେକ ଖବରଦାତା ବୁଲି ଦେଖିବାକୁ ଯାଇଥିବା ବେଳେ ସେଠାରେ ଘର ଭିତ୍ତିଭୂମି ଦେଖି ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେଠାକାର ମୃତ୍ତିକା ବ୍ଲାକ କୋଟେଡ୍‌ ସଏଲ୍‌ ହୋଇଥିବା ବେଳେ ଘରଗୁଡ଼ିକର ପାଇଲିଂ ମାତ୍ର ୩୨ ଫୁଟ ତଳୁ ହେଉଥିବା ଏବଂ ସେଥିରେ ୮ ମି.ମି. ଲୁହାଛଡ଼ ବ୍ୟବହାର କରାଯାଉଛି। ନିମ୍ନମାନର ଇଟା ସହିତ ନିମ୍ନମାନର କଂକ୍ରିଟ କରାଯାଉଥିବା ସ୍ଥାନୀୟ ହିତାଧିକାରୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଗୁରୁବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରାଜପୁର ପଞ୍ଚାୟତର ଓଳିନ୍ଦା ଗ୍ରାମର ତୋଟାପଦାକୁ ଭିତ୍ତିଭୂମି ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଡିଆଗଛ ଉପୁଡ଼ି ଘର ଭାଙ୍ଗିଲା

ଖଇରା, ୨୩।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଚ୍ୟୁତପୁର ପଞ୍ଚାୟତ ଅଧୀନ ଓହଡ ଗ୍ରାମର ଜମ୍ବୁବତୀ ସାହୁଙ୍କ ଝାଟିମାଟି ଘର ଉପରେ ଏକ ନଡିଆ ଗଛ ଉପୁଡି...

ଗଜପତିରୁ ୪ ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ଗଜପତିରେ ପୁଣି ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାରଳା ପୌର ପରିଷଦରୁ ୩ ଜଣ, ଗୋଷାଣିରୁ ଜଣେ ଆକ୍ରାନ୍ତ ହୋଇଥିବା ଗଜପତି ଜିଲାପାଳ...

ବାଇକ୍‌ରେ ୧୫ କି.ମି. ବୋହିନେଲେ ଝିଅର ମୃତଦେହ

ମାଲକାନଗିରି,୧୧।୪ (ଡି.ଏନ.ଏ.): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ମମତା ଯୋଜନାଠାରୁ ମୃତ୍ୟୁହେଲେ ସତ୍କାର ପାଇଁ ହରିଶ୍ଚନ୍ଦ୍ର...

କେରଳରୁ ଫେରି ପାରୁନାହାନ୍ତି କନ୍ଧମାଳ ଶ୍ରମିକ

ଫୁଲବାଣୀ ଅଫିସ, ୨୭ା୩- କରୋନା ପାଇଁ ସାରାଦେଶରେ ଏବେ ଲକ୍‌ଡାଉନ୍‌। ଏଭଳି ସ୍ଥିତିରେ କନ୍ଧମାଳ ଜିଲାର ଯୁବତୀ ଯୁବକ ଏବଂ ଦମ୍ପତ୍ତି ଏବେ କେରଳରେ ଫସି...

ପାରମିତା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୬।୮ (ବ୍ୟୁରୋ): ଇମ୍ପାକ୍ଟ ପକ୍ଷରୁ ଗୁରୁବାର ୪୨ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। ଚଳିତବର୍ଷ କଥାକାର ପାରମିତା ଶତପଥୀ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।...

ଅଜନା ରୋଗ୍‌ରେ କଲବଲ ହେଉଛନ୍‌ ଝି’ ସୁରେଖା; ଟଁକା ପଏସା ଅଭାବୁ ଭଗବାନ ଭରସାରେ ମା’ବାପ୍‌

ଭବାନୀପାଟଣା, ୧୬ା୯ (ଡି.ଏନ୍‌.ଏ.) ଅଜନା ରୋଗ୍‌ ପରଭାବରେ ଗୁଟେ ୫ ବଛ୍‌ରିଆ ଛୁଆର ପେଟ୍‌ ଆର ଶରୀର ଅସୁଆଭାବିକ ଭାବେ ବଢ଼୍‌ତେଲ ଯାଉଛେ। ଯେନ୍‌ଥିରଲାଗି ଅନେକ...

ଆଜି ରାଜନଗର, ପଟ୍ଟାମୁଣ୍ଡାଇ ବ୍ଲକରେ ଭୋଟ

କେନ୍ଦ୍ରାପଡ଼ା ଅଫିସ, ୨୦।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ଭୋଟ ଗ୍ରହଣ ହେବ ।...

ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା

ଅନୁଗୋଳ ଅଫିସ, ୫।୪- ଅନୁଗୋଳ ଜିଲାରେ ଥିବା କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଭୁବନେଶ୍ୱର ପଠାଯାଇଥିଲା। ବିଶେଷକରି ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରୁ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା...

Advertisement
Archives

Model This Week