ଜିଲାପାଳ, ଏସ୍‌ପିଙ୍କୁ ଫେରାଦ ବ୍ଲାଷ୍ଟିଂରେ ମୃତକଙ୍କ ପରିବାର

ବଲାଙ୍ଗୀର ଅଫିସ,୧୪ା୨- ପଥର ବ୍ଳାଷ୍ଟିଂ ବେଳେ ଯୁବକଙ୍କ ମୃତ୍ୟୁ ଘଟଣାର ଉଚିତ୍‌ ତଦନ୍ତ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ଗ୍ରାମର ଏକ ପରିବାର ଗୁରୁବାର ଜିଲାପାଳ ଏବଂ ଏସ୍‌ପିଙ୍କୁ ଫେରାଦ ହୋଇଛନ୍ତି ା ତୁରୁକ୍‌ଭଟା ଗ୍ରାମର ଲୋକନାଥ ଛୁରା (୨୫)ଙ୍କ ଗତ ଜାନୁୟାରୀ ୧୫ ତାରିଖ ଦିନ ନିମୁର୍ଲା ପଥରକ୍ୱାରିଠାରେ ବ୍ଳାଷ୍ଟିଂ ଯୋଗୁଁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ା ଏନେଇ ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ କରିବା ପରିବର୍ତ୍ତେ ଅଭଯୁକ୍ତଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ବୋଲି ମୃତଙ୍କ ମାତା ଗେହ୍ଳି ଛୁରା ଅଭିଯୋଗ କରିଛନ୍ତି ା କିଛି ମାସ ତଳେ ଲୋକନାଥ ଛୁରା ତାଙ୍କ ନିଜ ଗଁାର ଜନାର୍ଦ୍ଦନ ଛୁରାଙ୍କ ନିକଟରେ ମୁନ୍‌ସୀ କାମ କରୁଥିଲେ ା ମୁନ୍‌ସୀ କାମ କରୁଥିଲେ ମଧ୍ୟ ଲୋକନାଥଙ୍କୁ ଘଟଣାଦିନ ନିମୁର୍ଲା ପଥର କ୍ୱାରିରେ କାମ କରିବାକୁ ଜନାର୍ଦ୍ଦନ କୁଆଡେ କହିଥିଲେ ା ଉଭୟେ ସେଠାରେ ଉପସ୍ଥିତ ଥିବାବେଳେ ବ୍ଳାଷ୍ଟିଂ ହୋଇଥିଲା। ଏଥିରେ ଉଭୟେ ଗୁରୁତର ଆହତ ହୋଇଥିଲେ ା ଉଭୟେଙ୍କୁ ଖଡିଆଳ ସ୍ଥିତ ମିଶନ ହସପିଟାଲକୁ ନିଆଯାଇଥିଲା ା ବାରଣ ସତ୍ତ୍ୱେ ଗୁରୁତର ଲୋକନାଥଙ୍କ ସହ ତାଙ୍କ ମଁା ଗେହ୍ଳି ଛୁରା ମଧ୍ୟ ଖଡିଆଳ ମିଶନ ହସପିଟାଲ ଯାଇଥିଲେ ା ସେଠାରେ ଜନାର୍ଦ୍ଦନଙ୍କ ଚିକିତ୍ସା କରାଯାଇଥିଲା ବେଳେ ଲୋକନାଥଙ୍କୁ ହସପିଟାଲ ବାରଣ୍ଡାରେ ପକାଇ ଦିଆଯାଇଥିଲା ା ଲୋକନାଥଙ୍କ ଚିକିତ୍ସା ପାଇଁ ତାଙ୍କ ମଁା ଡାକ୍ତରମାନଙ୍କୁ କାକୁତି ମିନତି ହୋଇଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଥମେ ୧ ଲକ୍ଷ ଟଙ୍କା ଜମା କରିବାକୁ କୁଆଡେ କହିଥିଲେ ା ଏତେଟଙ୍କା କେଉଁଠି ପାଇବେ ବୋଲି ଗେହ୍ଳି କହିଲା ପରେ ମଧ୍ୟ କେହି ଶୁଣି ନ ଥିଲେ। କେଇଘଣ୍ଟା ପରେ ସେହି ବାରଣ୍ଡାରେ ଚିକିତ୍ସା ସେବା ନପାଇ ଲୋକନାଥଙ୍କ ମୃତ୍ୟୁ ଘଟିଥିଲା ବୋଲି ଗେହ୍ଳି ଅଭିଯୋଗ କରିଛନ୍ତି ା ଏହି ଘଟଣା ପରେ ସେଠାରେ କେତେକ ଯୁବକ ଲୋକନାଥଙ୍କ ମୃତଦେହ ରଖି ରାସ୍ତାରୋକୋ କରିଥିଲେ ା ଏହାପରେ ସିନ୍ଧେକେଲା ପୋଲିସ ଓ ଟିଟିଲାଗଡ ତହସିଲଦାର ପୀଡିତ ପରିବାରକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଖଡିଆଳ ଥାନାରେ ଲୋକନାଥଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା ା ଘଟଣା ଘଟିବାର ଆଜିକୁ ପ୍ରାୟ ଏକ ମାସ ସମୟ ହୋଇଯାଇଥିଲେ ମଧ୍ୟ ଲୋକନାଥଙ୍କ ପରିବାରକୁ ଟଙ୍କାଟିଏ ସହାୟତା ମିଳିନାହିଁ ା ଏନେଇ ସିନ୍ଧେକେଲା ଥାନାଧିକାରୀଙ୍କ ପାଖକୁ ଓ ଟିଟିଲାଗଡ ତହସିଲଦାରଙ୍କ ପାଖକୁ ବାରମ୍ବାର ଧାଉଁଥିଲେ ମଧ୍ୟ ସେମାନେ ଆଉ ଏହି ଘଟଣାକୁ ଗୁରୁତ୍ୱ ଦେଉନଥିବା ଗେହ୍ଳି ଜଣାଇଛନ୍ତି ା ଏଣୁ ଗେହ୍ଳି ଛୁରା ଓ ତାଙ୍କ ପରିବାରର କେତେକ ସଦସ୍ୟ ଗୁରୁବାର ବଲାଙ୍ଗୀର ଆସି ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏହି ଘଟଣାର ଉଚିତ୍‌ ତଦନ୍ତ କରିବାକୁ ଦାବି କରିଥିଲେ ା ଏହାପରେ ଗେହ୍ଳି ଓ ପରିବାର ସଦସ୍ୟମାନେ ଏସପି ଅଫିସକୁ ଯାଇ ସେଠାରେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଜିଲା ଶ୍ରମ କାର୍ଯ୍ୟାଳୟକୁ ଯାଇ ସେମାନେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri