ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା ଅର୍ଥ ଫେରାଇଲା ବ୍ୟାଙ୍କ

ଅନୁଗୋଳ ଅଫିସ୍‌, ୧୬ା୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣାରେ ସମ୍ପୃକ୍ତ ବ୍ୟାଙ୍କ ଟଙ୍କା ଫେରାଇଛି। ବ୍ୟାଙ୍କ ପକ୍ଷରୁ ୫୯ ଲକ୍ଷ ୪୧ହଜାର ୪୮୧ଟଙ୍କା ଆକାଉଣ୍ଟ ନମ୍ବର ୦୭୬୪୧୪୫୦୦୦୦୨୩୫କୁ ଫେରସ୍ତ କରାଯାଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ୨୦୧୭ ଡିସେମ୍ବର ୧୫ରୁ ୨୦୧୮ ମେ ୩୧ ମଧ୍ୟରେ ତତ୍‌କାଳୀନ ଜିଲାପାଳ ଅନିଲ ସାମଲଙ୍କ ଦସ୍ତଖତ ଜାଲିଆତି କରାଯାଇ ଉକ୍ତ ଟଙ୍କା ଉଠାଇ ନିଆଯାଇଥିଲେ ହେଁ କ୍ୟାଶବୁକ୍‌ରେ କିନ୍ତୁ ସୁଧ ସହ ଅପଡେଟ୍‌ କରାଯାଉଥିବା ଚଳିତ ସେପ୍ଟେମ୍ବର ଅଡିଟରୁ ଧରାପଡ଼ିଥିଲା। ଏହି ଘଟଣାରେ ସମ୍ପୃକ୍ତ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଶକ୍ତି ବେଦାନ୍ତ ଦାଶଙ୍କୁ ଅନୁଗୋଳ ପୋଲିସ ଶନିବାର ରାତିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଏ ସମ୍ପର୍କରେ ଅନୁଗୋଳ ଥାନା ପରିସରରେ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଜଗମୋହନ ମୀନା କହିଲେ, ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ଆବଶ୍ୟକ ପଡ଼ିଲେ ତାଙ୍କୁ ରିମାଣ୍ଡରେ ଅଣାଯିବ। ଏଥିସହ ତାଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ ଓ କେଉଁଠି କେଉଁଠି ସମ୍ପତ୍ତି ରହିଛି ତାହାର ମଧ୍ୟ ତଦନ୍ତ କରାଯିବ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସିଷ୍ଟାଣ୍ଟ କଲେକ୍ଟର ରଞ୍ଜନ କୁମାର ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଦାସଙ୍କୁ ନୋଟିସ ଦିଆଯାଇଥିଲା। ପଚରା ଉଚରା ବେଳେ ଘଟଣାରେ ତାଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ଶକ୍ତି ବେଦାନ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଏଥିରେ ଆଉ କାହାର ସମ୍ପୃକ୍ତ ରହିଛି ତାହାର ମଧ୍ୟ ତଦନ୍ତ କରାଯିବ। ତେବେ ଜିଲାପାଳଙ୍କ ଆକାଉଣ୍ଟକୁ ଟଙ୍କା ଫେରିଥିବା କଥା ସେ ଜାଣି ନ ଥିବା ଏସ୍‌ପି ମୀନା କହିଛନ୍ତି। ବ୍ୟାଙ୍କ ଖୋଲିବା ପରେ ଏହା ଜଣାପଡ଼ିବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି। ସମ୍ମିଳନୀରେ ଏସ୍‌ପିଙ୍କ ସମେତ ଏସ୍‌ଡିପିଓ ଅଶ୍ୱିନୀ ସାହୁ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଦାସଙ୍କ ଘର ପୁରୀ ଜିଲା ପିପିଲି ଅଞ୍ଚଳରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ସପରିବାର ରହୁଛନ୍ତି। ସେ ଜଣେ ପୂର୍ବତନ ବିଧାୟକଙ୍କ ପୁଅ ବୋଲି ଜଣାପଡିଛି।
ଅନ୍ୟପକ୍ଷରେ ଜିଲାପାଳ ମହାନ୍ତି କହିଛନ୍ତି, ଜିଲାରେ ଥିବା ସମସ୍ତ ଆକାଉଣ୍ଟଗୁଡ଼ିକୁ ଜଏଣ୍ଟ ଆକାଉଣ୍ଟ କରାଯିବ। ଏହି ଆକାଉଣ୍ଟ କେବଳ ଜିଲାପାଳଙ୍କ ନାମରେ ନ ରହି ଅତିରିକ୍ତ ଜିଲାପାଳଙ୍କ ନାମ ସାମିଲ ହେବେ। ଉଭୟଙ୍କ ଦସ୍ତଖତ ରହିବା ପରେ ଆକାଉଣ୍ଟରୁ ଟଙ୍କା ଉଠା ଯାଇପାରିବ। ସୂଚନାଯୋଗ୍ୟ, ୨୦୧୪-୧୫ରେ ଜିଲାପାଳଙ୍କ ନାମରେ ସ୍ଥାନୀୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଟାଟା ସ୍ପଞ୍ଜ କମ୍ପାନୀ ଜିଲାରେ ଥିବା ରାସ୍ତା ଓ ଗୃହ ଉନ୍ନୟନ ପାଇଁ ୫୯ ଲକ୍ଷ ଟଙ୍କା ଜମା କରିଥିଲା। ନିର୍ମାଣ କାର୍ଯ୍ୟ ହୋଇ ନ ଥିବାରୁ ଉକ୍ତ ଟଙ୍କା ଆକାଉଣ୍ଟରେ ପଡ଼ି ରହିଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ କ୍ୟାଶ୍‌ବୁକ୍‌ରେ ମଧ୍ୟ ଉକ୍ତ ଟଙ୍କା ସୁଧ ସହ ଥିବା ଉଲ୍ଲେଖ କରାଯାଉଥିଲା। ହେଲେ ଚଳିତମାସରେ ଅଡିଟ୍‌ ବେଳେ ଏହିି ଠକେଇ ଧରାପଡିଥିଲା। ଠକେଇ କରିଥିବା ବ୍ୟାଙ୍କ ମ୍ୟାନେଜର ଜିଲାପାଳଙ୍କ ଦସ୍ତଖତ ଜାଲିଆତି କରିବା ସହ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟଙ୍କ ନାମରେ ନକଲି ସିଲ୍‌ ମାରିଛନ୍ତି। ସେହିପରି ବ୍ୟାଙ୍କ ମ୍ୟାନେଜର ୮ଟି ଚେକ୍‌ ଲଗାଇ ନଗଦ ଆକାରରେ ଟଙ୍କା ଉଠାଇ ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୦ ପ୍ରତିଶତ କର୍ମଚାରୀରେ ଚାଲିବ ହାଇକୋର୍ଟ ଅଫିସ୍‌

କଟକ ଅଫିସ,୩ା୭: ହାଇକୋର୍ଟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ରୋଷ୍ଟର ବ୍ୟବସ୍ଥା ବ୍ୟବସ୍ଥା ଅନୁଯାୟୀ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ। ପରବର୍ତ୍ତୀ ନିର୍ଦ୍ଦେଶ...

ଚିଲିକା ବିଧାୟକଙ୍କୁ ଆକ୍ରମଣ ଘଟଣା: ୯ ଗିରଫ

ଖୋର୍ଦ୍ଧା ଅଫିସ,୨୮।୩: ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସଙ୍କ ଉପରେ ଗାଡ଼ି ମଡାଇବା ଅଭିଯୋଗରେ ଚିଲିକା ବିଧାୟକ ଗିରଫ ହୋଇ ଜେଲରେ ଅଛନ୍ତି ।...

ବାହାନଗା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ଯୋଗଦେଲେ ବିଧାୟକ, ଏମ୍‌ପି

ବାହାନଗା,୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡ଼ୁ ପଞ୍ଚାୟତ ଥାଲସଡ଼ା ଗ୍ରାମରେ ବିଜେଡି ପକ୍ଷରୁ ବୁଧବାର ଜନ ସମ୍ପର୍କ ପଦଯାତ୍ରା ହେବା ସହ ଏକ ମିଶ୍ରଣ...

ପ୍ରେମ ପ୍ରତାରଣା କରି ଯୁବକ ଗିରଫ

ରାଉରକେଲା ଅଫିସ,୧୩।୩: ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗରେ ଟାଙ୍ଗରପାଲି ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ତୋଫାନ ଓଝା(୨୮)। ତାଙ୍କୁ...

ଭୟ ବଢ଼ାଉଛି ଲଘୁଚାପ ବର୍ଷା

ବ୍ରହ୍ମପୁର ଅଫିସ,୧୦।୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ବ୍ରହ୍ମପୁର ସହରରେ ବର୍ଷା ହେଉଛି। ଘଡ଼ିଘଡ଼ିକେ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ...

ପୁଲକିତ କରୁନି ପାର୍ବଣ

ଅନୁଗୋଳ ଅଫିସ, ୧୧ା୯ – ପୁଲକିତ କରେ ପାର୍ବଣ। ଆନନ୍ଦ, ଉତ୍ସାହରେ ଭରିଦିଏ ମନ। କିନ୍ତୁ କୋଭିଡ୍‌ ମହାମାରୀ କାରଣରୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୬ଟି ସ୍ଥାନରେ ୪୦ ଜଣିଆ ଟିମ୍‌ର ଚଢ଼ାଉ

ସୁନ୍ଦରଗଡ଼,୧୫।୧୨(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ। ମଙ୍ଗଳବାର ସକାଳେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆବହିର୍ଭୂତ ସମ୍ପତ୍ତି...

ବିଳମ୍ବିତ ରାତିରେ ଏନ୍‌ଏଚ୍‌ରୁ ଚାନ୍ଦା ଆଦାୟ: ବ୍ଲକ କଂଗ୍ରେସ ସଭାପତି କୋର୍ଟଚାଲାଣ, ଆମ୍ବୁଲାନ୍ସ ଜବତ

ପରଜଙ୍ଗ,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ୧୪୯ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ଭେଜିଆ ଛକ ନିକଟରେ ଦୀର୍ଘ ଦୁଇମାସ ହେବ...

Advertisement
Archives

Model This Week