ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବାମପନ୍ଥୀ ଦଳର ବିକ୍ଷୋଭ

ଭଦ୍ରକ ଅଫିସ, ୮।୮ – ବାମପନ୍ଥୀ ଦଳର କର୍ମକର୍ତ୍ତା ଓ ସମର୍ଥକମାନେ ଗୁରୁବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜମ୍ମୁ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ସାମ୍ବିଧାନିକ କ୍ଷମତା ଧାରା ୩୭୦ ଓ ୩୫(ଏ)କୁ ଉଠାଇ ନେବା, ଦେଶର ଏକତା, ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥା ଉପରେ କେନ୍ଦ୍ର ସରକାରଙ୍କ କୁଠାରଘାତ ବୋଲି କହି ନିନ୍ଦା କରାଯାଇଥିଲା। ସେଠାରେ ୧୪୪ ଧାରା ଲାଗୁ କରି ରାଜନୀତିଜ୍ଞ, ରାଜନେତାମାନଙ୍କୁ ଗୃହବନ୍ଦୀ କରିବା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ ବିରୋଧ କରି ସିପିଆଇ, ସିପିଆଇଏମ୍‌, ସିପିଆଇ(ଏମଏଲ୍‌) ଭଦ୍ରକ ଜିଲା କମିଟି ପକ୍ଷରୁ ବନ୍ତ ଛକରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହାପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଜମ୍ମୁ କଶ୍ମୀର ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ଭାରତୀୟ ସମ୍ବିଧାନ ଓ ସଂସଦୀୟ ଗଣତନ୍ତ୍ର ପ୍ରତି ବିଶ୍ୱାସଘାତକତା ବୋଲି ବକ୍ତାମାନେ କହିଥିଲେ। କଶ୍ମୀରରେ ୫୦ ହଜାରରୁ ଊର୍ଦ୍ଧ୍ୱ ସୈନିକ ମୁତୟନ କରାଯାଇ ଜମ୍ମୁ କଶ୍ମୀରବାସୀଙ୍କ ମଧ୍ୟରେ ଭୟ ଓ ଅସ୍ଥିରତା ସୃଷ୍ଟି କରି ଦେଶର ଏକତା ପ୍ରତି ବିପଦ ସୃଷ୍ଟି କରାଯାଇଛି କହି ନିନ୍ଦା କରିଥିଲେ। ସିପିିଆଇଏମ୍‌ ଜିଲା ସମ୍ପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ରାଧା ଦାସ, ପ୍ରଭାସ ମହାପାତ୍ର, ସିପିଆଇ(ଏମ୍‌ଏଲ୍‌)ର ଜିଲା ସମ୍ପାଦକ ସମର ବଳ, ଛାତ୍ରନେତା ପ୍ରତାପ ନାୟକ, ଜୟନ୍ତୀ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ଦାସ, ଲକ୍ଷ୍ମୀପ୍ରିୟା ଦାସ, ସିପିଆଇର ଜିଲା ନେତା ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଫକୀର ଚରଣ ବିଶ୍ୱାଳ, ପରମେଶ୍ୱର ବାରିକଙ୍କ ସହିତ ଆଇନଜୀବୀ ଗିରିଧାରୀ ନାଥ, ବୈଲୋଚନ ଯେନା, ପ୍ରତାପ ସେଠୀ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ। ବିକ୍ଷୋଭ ଶୋଭାଯାତ୍ରାରେ ବହୁ ବାମପନ୍ଥୀ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଷ୍ଟାଣ୍ଡ୍‌ରେ ଗଡୁଛି ମଦ ବୋତଲ

କେନ୍ଦୁଝର,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଅବ୍ୟବସ୍ଥା ଘେରରେ ରହିଛି। ରକ୍ଷଣାବେକ୍ଷଣ, ସୁରକ୍ଷା ଢିଲା କାରଣରୁ ପରିସରରେ ମଦ୍ୟପଙ୍କ ଆଡ୍ଡା ଜମୁଛି। ସାମାନ୍ୟ ବର୍ଷା ହେଲେ...

ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତ ଗିରଫ

ବଡ଼ବିଲ,୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ସେଡିଂ ଅଞ୍ଚଳରେ ରହୁଥିବା ସୋମା ବେଣ୍ଟକାର ନାମକ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ସେହି...

କେନ୍ଦୁଝର ଓକିଲ ସଂଘ ନିର୍ବାଚନ: ଆଶିଷ ସଭାପତି, ସଞ୍ଜିତ ସମ୍ପାଦକ

କେନ୍ଦୁଝର,୨୫ା୩(ସ୍ବ.ପ୍ର.): ଶନିବାର କେନ୍ଦୁଝର ଜିଲା ଓକିଲ ସଂଘ ନିର୍ବାଚନ ଶାନ୍ତିପୂର୍ଣ୍ଣ ସହ ଶେଷ ହୋଇଛି।  ସଭାପତି ଭାବରେ ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତ୍ତୀ ପୁନର୍ବାର ଜିତିଥିବା...

ଯୋଡ଼ାରେ ନିର୍ମାଣ ହେଉଛି ସର୍ବବୃହତ ଫ୍ଲାଏ ଓଭର

ଯୋଡ଼ା,୧୭ା୩(ଡି.ଏନ.ଏ): ରାଜ୍ୟ ସରକାର କେନ୍ଦୁଝର ଜିଲା ଖଣିଜ ପାଣ୍ଠି ଅନୁଦାନରେ ଯୋଡ଼ା ଖଣି ଅଞ୍ଚଳରେ ଟ୍ରାଫିକ ଓ ପ୍ରଦୂଷଣ ଜନିତ ସମସ୍ୟାରୁ ମୁକ୍ତି ପାଇଁ ସର୍ବ...

ବାସୁଦେବପୁର ବ୍ଲକ ଜିଆର୍‌ଏସ୍‌ଙ୍କୁ ମରଣାନ୍ତକ ଆକ୍ରମଣ: ଆକ୍ରମଣକାରୀ ମହିଳାଙ୍କୁ ପିଟିଲେ ଗ୍ରାମବାସୀ

ବାସୁଦେବପୁର, ୨୯।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ କାର୍ଯ୍ୟରତ ଜିଆର୍‌ଏସ୍‌ ଲମ୍ବୋଦର ଦାସଙ୍କୁ ମଙ୍ଗଳବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କର ଜଣେ ପଡୋଶୀ ମହିଳା...

ଲଘୁଚାପ୍‌ ବରଷା ଦୂର କଲା ମର୍‌ଡି ଆଶଁକା:ଜୋର୍‌ଦାର ଚାଲିଛେ ରୁଆ ବିହିଡା

ବିଜେପୁର, ୧୭।୮ (ଡି.ଏନ୍‌.ଏ.): ଶରାବନ୍‌ ଯାଇ ଭୁଦୋ ଲାଗ୍‌ଲା। ଚଲତି ବଛର ବରଷା ପାଏନ୍‌ ଅଭାବୁ ବହୁତ ଜାଗାରେ ଚାଷ୍‌ବାସ ପଛେଇ ଯାଇଥିଲା। ହେଲେ ଶରାବନ୍‌...

ପାଇପ୍‌ ମରାମତି କଲା ପ୍ରଶାସନ

ମାଧପୁର,୧୯।୪(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର କୁନ୍ଦନାଳୀ ଗ୍ରାମକୁ ନିକଟସ୍ଥ କନ୍ଧପଡା ପାନୀୟ ଜଳ ପ୍ରକଳ୍ପରୁ ଯାଇଥିବା ପାଇପ୍‌ ଫାଟିଯିବା କାରଣରୁ ୨...

ମାସ୍କ ବ୍ୟବହାର ନ କରି ୨୪୦୦ ଜରିମାନା ଆଦାୟ , ୧୨ ଗିରଫ

ଧାମନଗର,୧୨ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ଲକ୍‌ଡାଉନ୍‌ ଅବମାନନା ନେଇ ବ୍ଲକ ପ୍ରଶାସନ କଡ଼ା ପଦକ୍ଷେପ ନେଉଛି। ରବିବାର ପୂର୍ବାହ୍ନରେ ଧାମନଗର ଆଡିଶନାଲ ତହସିଲଦାର ଲଗନଜିତ୍‌...

Advertisement
Archives

Model This Week