ଜିଲାପାଳଙ୍କୁ ଗୁହାରି: ଅନୁକମ୍ପା ଭିତ୍ତିରେ ନିଯୁକ୍ତି ଦିଅ

ଯୋଡ଼ା, ୨୭।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ବଡବିଲ ପୌରପାଳିକାର ୨ନଂ ଓ୍ବାର୍ଡ ବେଲକୁଣ୍ଡି ଠାରେ ଥିବା ଅଙ୍ଗନଓାଡି କର୍ମୀ ପଦବୀରେ ସ୍ଥାନୀୟ ମହିଳାଙ୍କୁ ଆଗ୍ରାଧିକାର ଦେବା ନିମନ୍ତେ ଗ୍ରାମବାସୀ ଯୋଡା ବ୍ଲକ ବିଡିଓଙ୍କ ମାଧ୍ୟମରେ କେନ୍ଦୁଝର ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଉକ୍ତ ୨ନଂ ଓାର୍ଡରେ ସ୍ଥାନୀୟ ବାସନ୍ତୀ ମହାକୁଡ ନାମ୍ନୀ ଜଣେ ମହିଳା ୨୦୦୮ ମସିହାରୁ ଅଙ୍ଗନଓାଡି କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ଗତ ୩ମାସ ହେବ ତାଙ୍କର ମୃତ୍ୟୁ ଘଟିଛି ା ମୃତା ବାସନ୍ତୀଙ୍କ ୩ଝିଅ ଓ ଜଣେ ପୁଅ ଅଛନ୍ତି। ତାଙ୍କ ସ୍ବାମୀ ଅଭିରାମ ମହାକୁଡ ଦୀର୍ଘ ଦିନ ଧରି କ୍ୟାନସର ରୋଗରେ ପିଡିତ ଅଛନ୍ତି। ବାସନ୍ତୀଙ୍କର ଦେହାନ୍ତ ପରେ ପରିବାର ସଦସ୍ୟ ମାନେ ଦୁଇ ଓଳି ଖାଇବାକୁ ମଧ୍ୟ ପାଉନାହାନ୍ତି। ଏପରିସ୍ଥଳେ ପିଲାମାନଙ୍କର ପାଠପଢା ମଧ୍ୟ ବନ୍ଦ ହୋଇଯାଇଛି। ବାସନ୍ତୀଙ୍କ ମୃତ୍ୟୁ ହେବା ପରେ ଅଙ୍ଗନଓାଡି କର୍ମୀ ପଦବୀରେ ନିଯୁକ୍ତି ପାଇଁ ତାଙ୍କ ବଡ ଝିଅ ଗୀତାଞ୍ଜଳି ଯୋଡା ବ୍ଲକ ବିଡିଓ, ଚମ୍ପୁଆ ଉପଜିଲାପାଳ ଏବଂ କେନ୍ଦୁଝର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ା ତେବେ ବ୍ଲକ ପକ୍ଷରୁ ଏକ ସପ୍ତାହ ହେବ ଉକ୍ତ ଖାଲି ଥିବା ଅଙ୍ଗନଓାଡି କର୍ମୀ ପଦବୀ ପୂରଣ ନିମନ୍ତେ ଏକ ନୋଟିସ ହୋଇଥିଲା। ଏହି ନୋଟିସ୍‌ ଅନୁଯାୟୀ ତାଙ୍କ ଝିଅ ଗୀତାଞ୍ଜଳି ଆବେଦନ କରିଥିଲେ। ଅନ୍ୟ ପିଲା ମଧ୍ୟ ପକାଇଛନ୍ତି। ତେବେ ଗ୍ରାମବାସୀ ଉକ୍ତ ପଦବୀରେ ଗୀତାଞ୍ଜଳି ମହାକୁଡଙ୍କୁ ଅଗ୍ରାଧିକାର ଭିତିରେ ଚୟନ କରିବା ପାଇଁ ଏହି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ଗ୍ରାମର ମହିଳାମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ମାଗୁଥିଲେ ଲାଞ୍ଚ, ସାମ୍ନାକୁ ଆସିଲା ଘଟଣା

କେନ୍ଦୁଝର,୧୮ା୩(ସ୍ବ.ପ୍ର.): ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଡାକ୍ତର  ଲାଞ୍ଚ ନେବା ଘଟଣାର ଭିଡିଓ ଭାଇରାଲ ହେବା ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟିଙ୍ଗ ଅପରେଶନରେ ଜଣେ...

ଗାଁ ଭିତରେ ପଶି ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ଭାଲୁ

ପାଟଣା,୨୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍‌ ଖିଲାରୀ ପାଟନୂଆଗାଁରେ ସୋମବାର ଏକ ବଣୁଆ ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର...

ବନ୍ୟା ଜଳରେ ଭାସି ବୃଦ୍ଧଙ୍କ ଜୀବନ ଗଲା

ହାଟଡିହୀ,୨୨।୮(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜାବିନିପୁର ଗ୍ରାମର ଜଣେ ବ୍ୟକ୍ତି ବନ୍ୟା ଜଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ସେ ହେଉଛନ୍ତି କୁଶ ମୁଣ୍ଡା(୪୦)। ସୂଚନାରୁ...

ବିନା ଡାକ୍ତରରେ ଡାକ୍ତରଖାନା

ହାଟଡିହୀ,୧୬।୭(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିିଛି। ସରକାର ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ନାନା ଜନହିତକର ଯୋଜନା...

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା

ପାଟଣା,୧୯ା୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ କୁଆପଥର...

‘ମାମଲା ଦୁର୍ବଳ କରିବାକୁ ସମୟ ଗଡ଼ାଅ’

କେନ୍ଦୁଝର,୨୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ)ବିଚାରପତି ବଦଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କେସ୍‌କୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବା ଏବଂ ପିପିଙ୍କୁ କିଛି ଦେଇ ସମୟ...

ପତାକା ସହ ଖୁଣ୍ଟ ଉପୁଡି ଗଛରେ ଝୁଲିଲା

ହାଟଡିହୀ,୧୬।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର  ପତାକା ଉତ୍ତୋଳନ କରାଯାଇଥିଲା। ତେବେ ସବୁଠୁ ଉଦ୍‌ବେଗର ବିଷୟ ହେଉଛି ହାଟଡିହୀ ଉପକୋଷାଗାର କାର୍ଯ୍ୟାଳୟ ତରଫରୁ...

୨୦ କୁଇଣ୍ଟାଲ ଚୋରା ସ୍କ୍ରାପ୍‌ ସହ ପିକ୍‌ଅପ ଜବତ: ଜଣେ ଗିରଫ

ବଡ଼ବିଲ,୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ନିକଟ ରେଳ ଫାଟକ କଡ଼ରୁ ବଡ଼ବିଲ ପୋଲିସ ବୁଧବାର ସକାଳେ ଏକ ଚୋରା ସ୍କ୍ରାପ୍‌ ବୋଝେଇ ପିକ୍‌ଅପ...

Advertisement
Archives

Model This Week