ଜିଲାପାଳକଁର ନିରଦେଶକେ ବେଖାତିର: ଘରଭଂଗା ସାହାଯ୍‌ରୁ ବଁଚିତ ଅସାହା ପରିବାର

ବିନିକା,୨୯ା୫ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କୁହିବାହାଲ ଗଁାର ହିରଣ୍ୟ ନାୟକକଁର ଗଲା ବରଷା ଦିନେ ଭାଂଗି ଯାଇଥିଲା। ସେ ଘରଭଂଗା ସାହାଯ୍‌ ପାଏବାର ବାବ୍‌ଦେ ମେଘଲା ରାଜସ୍ବ ନିରୀକ୍ଷକ, ବିନିକା ତହସିଲଦାରକୁଁ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କୁହିବାହାଲ ଗଁାର ହିରଣ୍ୟ ନାୟକ ଝନେ ନିହାତି ଗରିବ୍‌ ଲୋକ। ସେ ଦୁଖ୍‌ସୁଖ, ଚାଷବାସ କରି ୪ ପରାନୀ କୁଟୁମ ପୁଷୁଛନ୍‌। ଗଲା ବରଷା ମାସେ ତାକର ମାଏଟ୍‌ କୁରିଆଟା ଭାଂଗି ଯାଇଥିଲା। ଇ ବାବ୍‌ଦେ ସେ ମେଘଲା ରାଜସ୍ବ ନିରୀକ୍ଷକ ଆର ବିନିକା ତହସିଲଦାରକୁଁ ସରକାରୀ ସାହାଯ୍‌ ଲାଗି ଗୁହାରି କରିଥିଲେ। ହେଲେ ଆଏଜ୍‌ତକ ତାହାକୁ ଘରଭଂଗା ସାହାଯ୍‌ ନାଇଁ ମିଲିପାରି। ଶେଷେ ହିରଣ୍ୟ ଉପେ ଶୂଇନ୍‌ ହେଇ ଗଲା ୨୦୧୮, ସେପ୍ଟେମ୍ବର ୧୭ ତାରିଖ୍‌ ବିନିକାରେ ହେଇଥିବାର ଜିଲାପାଲକଁର ଅଭିଯୋଗ ଶୁନାନି ଶିବିରରେ ଅଭିଯୋଗ କରିଥିଲେ। ଜିଲାପାଲ ଅଭିଯୋଗ ଶୁନି ବିଭାଗୀୟ ଅଧ୍‌କାରୀମାନକୁ ହିରଣ୍ୟକୁଁ ଘରଭଂଗା ସଂଗେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଗୁଟେ ପକାଘର ଯୁଗେଇ ଦେବାର ବେବସ୍‌ତା କରବାକେ ନିରଦେଶ ଦେଇଥିଲେ। ହେଲେ ହିତାଧିକାରୀ ପକାଘର ପାଏବାର ତ ଦୂରର କଥା ଏଭ୍‌ତକ୍‌ ଘରଭଂଗା ସାହାଯ୍‌ ପାଏବାରୁ ବି ବଁଚିତ ହେଇ ରହିଛନ୍‌। ଏନ୍‌ତାଥି ଇ ଗରିବ୍‌ ପରିବାର ବାରଦୁଆର ହେଇ ବଡ଼ାକଷ୍‌ଟେ ଦିନ୍‌ ବିତଉଛନ୍‌। ଯେତେ ଜଲଦି ହେବା ଇ ଗରିବ୍‌ ପରିବାରକେ ଘରଭଂଗା ସାହାଯ୍‌ ସମେତ ଆବାସ ଯୋଜନାରେ ସାମିଲ କରି ପକାଘର ଖଁଡ଼େ ଯୁଗେଇ ଦେବାକେ ଦାବି ହେଉଛେ। ଇ ବାବ୍‌ଦେ ବିନିକା ତହସିଲଦାରକୁଁ ପଚରାଲାରୁ ହିତାଧିକାରୀକଁର ଅଭିଯୋଗ ଅନ୍‌ସାରେ ଆମର ପାସେ ଘରଭଂଗାର ସୂଚନା ନଁାଇଁନ। ସେଥିରଲାଗି ଆମେ ତାହାକୁ କିଛି ସାହାଯ୍‌ ଦେଇ ନାଇଁ ପାରବାର। ହିତାଧିକାରୀ ମୋତେ ଅଫିସରେ ସାକ୍ଷାତ କରି ଅସବିଧାଟା କାଣା ଜନାଲେ ସେ ହିସାବେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri