ଜିଲାକୁ ଫାଇଲେରିଆ ମୁକ୍ତ କରିବା ଲକ୍ଷ୍ୟ: ‘ସାମୂହିକ ଔଷଧ ସେବନ ଲାଭଦାୟକ’

ଢେଙ୍କାନାଳ ଅଫିସ, ୯।୮-ଢେଙ୍କାନାଳକୁ ଫାଇଲେରିଆ ମୁକ୍ତ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଗୁରୁବାରଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ବଟିକା ଖାଇ ଏହାର ଶୁଭାରମ୍ଭ କରିଥିଲେ। ସାମୂହିକ ଔଷଧ ସେବନ ରୋଗ ପ୍ରତିକାର ପାଇଁ ଲାଭଦାୟକ ହେବ। ଖାଦ୍ୟ ଖାଇବା ପରେ ନିର୍ଦ୍ଧାରିତ ମାତ୍ରା ଅନୁଯାୟୀ ବଟିକା ଖାଇବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଜିଲାପାଳ କହିଲେ, ଗ୍ରାମାଞ୍ଚଳରେ ସରପଞ୍ଚ, ୱାର୍ଡମେମ୍ବର, ସ୍ବୟଂ ସହାୟକ ଗୋଷ୍ଠୀ, ଗଁା କଲ୍ୟାଣ ସମିତି, ଆଶା, ଅଙ୍ଗନୱାଡି କର୍ମୀ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ବଟିକା ବଣ୍ଟନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କହିଲେ, ଠିକ୍‌ ମାତ୍ରରେ ଡିଇସି, ଆଲବେଣ୍ଡାଜଲ ବଟିକା ଖାଇଲେ ଫାଇଲେରିଆର ମୂଳୋତ୍ପାଟନ ସମ୍ଭବ। ମଶା କାମୁଡ଼ିବାର ୧୦ରୁ ୧୨ ଦିନ ପରେ ମ୍ୟାଲେରିଆ ଏବଂ ୪ରୁ ୭ଦିନ ପରେ ରୋଗୀ ନିକଟରେ ଡେଙ୍ଗୁର ଲକ୍ଷଣ ଦେଖାଦେଇଥାଏ। ହେଲେ ଫାଇଲେରିଆର ଲକ୍ଷଣ ୫ରୁ ୬ବର୍ଷ ପରେ ମଧ୍ୟ ଦେଖାଦେବା ଆଶଙ୍କା ରହିଥାଏ। ଆକ୍ରାନ୍ତଙ୍କ ଗୋଡ଼ ଗୋଦର ହୋଇଯାଏ। ଥରେ ରୋଗରେ ପଡ଼ିଲେ ଆରୋଗ୍ୟ ହେବା ସମ୍ଭାବନା କ୍ଷୀଣ। ତେଣୁ ସମୟ ଥାଉ ଥାଉ ସଚେତନ ହେବାକୁ ସିଡିଏମ୍‌ଓ ନିବେଦନ କରିଛନ୍ତି। ଔଷଧ ସେବନ ବିଧି ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ, ୨ରୁ ୫ବର୍ଷ ମଧ୍ୟରେ ପିଲା ୧୦୦ମିଲିଗ୍ରାମର ଗୋଟିଏ ଡିଇସି, ୪୦୦ ମିଲିଗ୍ରାମର ଗୋଟିଏ ଆଲବେଣ୍ଡାଜଲ ବଟିକା ଖାଇବେ। ୬ରୁ ୧୪ବର୍ଷ ବୟସର ପିଲା ୧୦୦ ମିଲିଗ୍ରାମର ୨ଟି ଡିଇସି, ୪୦୦ ମିଲିଗ୍ରାମର ଗୋଟିଏ ଆଲବେଣ୍ଡାଜଲ ଏବଂ ୧୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ୧୦୦ ମିଲିଗ୍ରାମର ୩ଟି ଡିଇସି, ୪୦୦ ମିଲିଗ୍ରାମର ଗୋଟିଏ ଆଲବେଣ୍ଡାଜଲ ବଟିକା ଭୋଜନ ପରେ ଖାଇବେ। ଖାଲି ପେଟରେ ଔଷଧ ଖାଇଲେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବ ବୋଲି ସେ ସତର୍କ କରାଇଛନ୍ତି।
ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସହକାରୀ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଦ୍ୟୁତ୍‌ କୁମାର ନନ୍ଦ, ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା. ସଂକଳ୍ପ କେଶରୀ ଭୋଳ, ରାଜ୍ୟ ଭେକ୍ଟରବାହିତ ରୋଗ ପରାମର୍ଶଦାତା ସୁଶାନ୍ତ ପରିଡ଼ା, ଜିଲା ଭେକ୍ଟରବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ, ଜିଲା ସ୍ବାସ୍ଥ୍ୟ ମିଶନ ପରିଚାଳକ ସୋନାଲି ପ୍ରିୟଦର୍ଶିନୀ, ଜିଲା ଅର୍ଥ ପରିଚାଳକ ଧୀରେନ୍ଦ୍ର କୁମାର ନନ୍ଦ, ଗଁା କଲ୍ୟାଣ ସମିତି, ଆଶା ପରିଚାଳକ ସମରେନ୍ଦ୍ର ଶତପଥୀ, ଜିଲା ମୁଖ୍ୟ ଚିକିତ୍ସାଳୟ ପରିଚାଳିକା ଅଲିଭା ଆଚାର୍ଯ୍ୟ, ଟେକ୍ନିସିଆନ ଏସ୍‌.ଏସ୍‌. ରହିମ, ବିକାଶ ରଞ୍ଜନ କର, ଭାଗୀରଥି ଆଚାର୍ଯ୍ୟ, ସୁକାନ୍ତ କୁମାର ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବକେୟା ଜଳକର ଆଦାୟ ପାଇଁ ଓଟିଏସ୍‌

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): କୋର୍ଟ କଚେରିରେ ଥିବା ମାମଲା ଯୋଗୁ ଦୀର୍ଘଦିନ ଧର ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ଥିବା ୧୨୧୯କୋଟି ଟଙ୍କାର ବକେୟା ଜଳକର ଆଦାୟ ନିମନ୍ତେ...

୪୮ ଘଣ୍ଟାର ସଂଘର୍ଷ ପରେ ଜୀବନ ହାରିଲା ହାତୀ: ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ

ଖୋର୍ଦ୍ଧା ଅଫିସ,୨୦।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଟାଙ୍ଗୀ ବନ ବିଭାଗ ରମ୍ଭାବିଲି ନିକଟ ବଘେଇପୁଟ ମୌଜାରୁ ବୁଧବାର ଅସୁସ୍ଥ ଅବସ୍ଥାରେ ଏକ ମାଈହାତୀକୁ ଉଦ୍ଧାର...

ତ୍ରୁଟିପୂର୍ଣ୍ଣ ପରିଚୟପତ୍ର: ଚିନ୍ତାରେ ଭୋଟର

ସିମୁଳିଆ,୧୭।୪(ଡି.ଏନ୍‌.ଏ.)-ଭୋଟର ତାଲିକା ସଂଶୋଧନ ଓ ନୂଆ ଭୋଟରଙ୍କ ନାମ ସଂଯୋଗ କାର୍ଯ୍ୟ ଠିକ୍‌ ଭାବେ କରା ନ ଯିବାରୁ ତଥ୍ୟଗତ ତ୍ରୁଟି ଥାଇ ବହୁ ଭୋଟରଙ୍କୁ...

ପାଲା ଦେଖିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡାଦେଶ

କେନ୍ଦୁଝର,୧୧।୭(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଓ ସ୍ବତନ୍ତ୍ର ଜଜ ଶୁଭଶ୍ରୀ ତ୍ରିପାଠୀ ଜଣେ ନାବାଳିକାଙ୍କ ବଳାତ୍କାର ମାମଲାର ଶୁଣାଣି କର ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ...

ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ ହେବ

ଅନୁଗୋଳ ଅଫିସ/ଭୁବନେଶ୍ୱର, ୬ା୪: ଅନୁଗୋଳ ସହରସ୍ଥିତ ଗୋପବନ୍ଧୁ ପାର୍କରେ ନବନିର୍ମିତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ନେଇ...

୨୮୮୦ ସ୍ବାବ ଯାଞ୍ଚ

କେନ୍ଦୁଝର, ୨୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ କରୋନା ସ୍ଥିତ ଅନ୍ୟ ଜିଲା ଅପେକ୍ଷା ନିୟନ୍ତ୍ରଣରେ ରହିଛି। ଅଦ୍ୟାବଧି ୧୯ ତାରିଖ ସୁଦ୍ଧା ଜିଲାରୁ ୨୮୮୦ ଜଣଙ୍କ ସ୍ବାବ ଟେଷ୍ଟ...

ବିଶ୍ୱର ୫୦ ସହର ମଧ୍ୟରେ ରାଉରକେଲା

ରାଉରକେଲା ଅଫିସ, ୧୭ା୬: ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି। ଫଳରେ ଏହି...

ଜୈସ-ଇ-ମହମ୍ମଦର ଅଣ୍ଡର ୱାଟର ଆକ୍ରମଣ ଯୋଜନା: ଟାର୍ଗେଟରେ ଶ୍ରୀମନ୍ଦିର, ବଢିଲା ସୁରକ୍ଷା

ପୁରୀ ଅଫିସ, ୨୭।୮: ଭାରତର ବିଭିନ୍ନ ସ୍ଥାନ ଉପରେ ଜଳମାର୍ଗ ମାଧ୍ୟମରେ ଆକ୍ରମଣ ଲାଗି ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ ଅଣ୍ଡର ୱାଟର ୱିଙ୍ଗ ପ୍ରସ୍ତୁତ କରୁଥିବା...

Advertisement
Archives

Model This Week