Posted inଖେଳ

ଜିମ୍ବାଓ୍ବେରେ ଦୁଇ ଟେଷ୍ଟ ମ୍ୟାଚ ଖେଳିବ ଶ୍ରୀଲଙ୍କା

କଲମ୍ବୋ, ୧୩ା୧ (ଏଏଫ୍‌ପି)-ଶ୍ରୀଲଙ୍କା କ୍ରିକେଟ ଟିମ୍‌ ଗୁରୁବାର ଜିମ୍ବୋଓ୍ବେ ଅଭିମୁଖେ ଯାତ୍ରା କରିବ। ଦଳ ସେଠାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାସନ୍ଦ ଦଣ୍ଡ ଉଠାଇବା ପରେ ଆୟୋଜକ ଆଫ୍ରିକୀୟ ଦେଶ ପାଇଁ ଏହା ପ୍ରଥମ। ଉଭୟ ଟେଷ୍ଟ ମ୍ୟାଚ ହରାରେଠାରେ ଖେଳାଯିବ। ପ୍ରଥମଟି ଆସନ୍ତା ରବିବାରଠାରୁ ଖେଳାଯିବକୁଥିବା ବେଳେ ଦ୍ୱିତୀୟଟି ଜାନୁୟାରୀ ୨୭ରୁ ଖେଳାଯିବ ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ କହିଛି। ଦୁଇଟି ମ୍ୟାଚ ପାଇଁ ବୋର୍ଡ କିନ୍ତୁ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ଟେଷ୍ଟ ଦଳ ଘୋଷଣା କରି ନାହିଁ। ଗତଥର ୨୦୧୮ ନଭେମ୍ବରରେ ବାଂଲଦେଶ ଟୁର୍‌ ବେଳେ ଜିମ୍ବୋଓ୍ବେ ଏକ ଟେଷ୍ଟ ମ୍ୟାଚ ଖେଳିଥିଲା। ରାଜନୈତିକ ହସ୍ତକ୍ଷେପ ପାଇଁ ଗତ ଜୁଲାଇରୁ ଏହି ଦେଶକୁ ଆଇସିସି ଇଭେଣ୍ଟଗୁଡ଼ିକରୁ ବାରଣ କରାଯାଇଥିଲା। ମାତ୍ର ଏହାର ୩ ମାସ ପରେ ଆଇସିସି ବାସନ୍ଦ ବ୍ୟବସ୍ଥା ପ୍ରତ୍ୟାହାର କରିନେଇଥିଲା। କ୍ରୀଡ଼ାରେ ରାଜନୈତିକ ବିବାଦ ଏବଂ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ୨୦୦୫ରେ ଜିମ୍ବାଓ୍ବେ ଉପରୁ ଟେଷ୍ଟ ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଥିଲା। ମାତ୍ର ଏହି ଦେଶ କିନ୍ତୁ ଅନ୍ତର୍ଜାତୀୟ ଟି୨୦ ଏବଂ ଦିନିକିଆ ଖେଳୁଥିଲା। ୨୦୧୧ରେ ଜିମ୍ବାଓ୍ବେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲା। ର଼୍ୟାଙ୍କିଙ୍ଗ ତାଲିକାରେ ବର୍ତ୍ତମାନ ଏହି ଦେଶ ଆୟର୍ଲାଣ୍ଡ ଉପରେ ୧୧ତମ ସ୍ଥାନରେ ରହିଛି। ୬ଷ୍ଠ ର଼୍ୟାଙ୍କିଙ୍ଗପ୍ରାପ୍ତ ଶ୍ରୀଲଙ୍କା ଗତ ମାସରେ ୨୦୦୯ ପରେ ପ୍ରଥମ ରାଷ୍ଟ୍ର ଭାବେ ପାକିସ୍ତାନ ଟୁର୍‌ରେ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନାରୁ ଆରୋଗ୍ୟ ହେଲେ ରୋନାଲ୍‌ଡୋ

ତୁରିନ୍‌ (ଇଟାଲୀ):କ୍ରିଷ୍ଟିଆନୋ ରୋନାଲ୍‌ଡୋ ୧୯ ଦିନ ପରେ କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି। ସ୍ବାବ୍‌ ଟେଷ୍ଟରେ ତାଙ୍କର ନେଗେଟିଭ ଆସିଛି। ତାଙ୍କର ଆଉ ହୋମ୍‌...

ହେଲିକପ୍ଟର ଦୁର୍ଘଟଣାରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ମୃତ

କାଲିଫର୍ଣ୍ଣିଆ,୨୭।୧: ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ବଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ସ୍ବର୍ଣ୍ଣ ସହ ଯଶସ୍ବିନୀଙ୍କୁ ଅଲିମ୍ପିକ କୋଟା

ରିଓ ଡି ଜେନେରିଓ,୧।୯(ପି.ଟି.)- ଏଠାରେ ଚାଲିଥିବା ଚତୁର୍ଥ ଆଇଏସ୍‌ଏସ୍‌ଏଫ୍‌ ରାଇଫଲ/ ପିସ୍ତଲ ବଶ୍ୱକପ୍‌ରେ ଭାରତର ଯଶସ୍ବିନୀ ସିଂ ଦେସଓ୍ବାଲ ମହିଳା ୧୦ ମିଟର ଏୟାର ପିସ୍ତଲ...

ଭୁବନେଶ୍ୱର ଓପନ ଚେସ୍‌: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଘାଟିକିଆ କଳିଙ୍ଗ ନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରବିବାର ଅନୁଷ୍ଠିତ ୩୪ତମ ଭୁବନେଶ୍‌ବର ଓପନ ଚେସ୍‌ରେ...

କନ୍‌କସନ ସବ୍‌ଷ୍ଟିଚ୍ୟୁଟ ଚହଲଙ୍କ କମାଲ:ଭାରତ ଜିତିଲା ପ୍ରଥମ ଟି୨୦

କାନବେରା, ୫।୧୨(ପି.ଟି.)- ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ପରେ ୟୁଜବେନ୍ଦ୍ର ଚହଲ ଓ ଟି.ନଟରାଜନଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଶୁକ୍ରବାର...

ଏହି ଖେଳାଳିଙ୍କ ଫିଲ୍ଡିଂ ଦେଖି ସଚିନ ତେନ୍ଦୁଲକର କହିଲେ, ଅବିଶ୍ୱସନୀୟ

କରୋନା ସମୟରେ ଆଇପିଏଲ ପ୍ରତିଦିନ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ ସହାୟକ ହେଉଛି। ପ୍ରତିଦିନ ଚୌକା, ଛକାର ମଜା ନେଉଛନ୍ତି ଦର୍ଶକ। ଗତ ରବିବାର ରାଜସ୍ଥାନ ରୟାଲ୍ସ...

ପୂର୍ବତନ ଆଇଏଏଏଫ୍‌ ମୁଖ୍ୟ ଲାମିନେ ଡିଆକଙ୍କୁ ଜେଲ୍‌

ପ୍ୟାରିସ୍‌,୧୭।୯(ଏପି): ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ ଫେଡେରେଶନ (ଆଇଏଏଏଫ୍‌) ପୂର୍ବତନ ଅଧ୍ୟକ୍ଷ ତଥା ସେନେଗାଲର ଜଣାଶୁଣା ବ୍ୟବସାୟୀ ଲାମିନ୍‌ ଡିଆକଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ...

ସଲ୍‌ମାଙ୍କ ସ୍ପେଲ୍‌ ନିର୍ଣ୍ଣାୟକ: ସ୍ମୃତି

ଶାରଜା, ୧୧।୧୧(ପି.ଟି.)- ଚଳିତ ବର୍ଷର ମହିଳା ଟି୨୦ ଚ୍ୟାଲେଞ୍ଜ୍‌ରେ ବାଜି ମାରିଛି ଟ୍ରେଲ୍‌ ବ୍ଲେଜର୍ସ। ସୋମବାର ଅନୁଷ୍ଠିତ ଫାଇନାଲରେ ଗତ ୨ ବର୍ଷର ଚାମ୍ପିୟନ ସୁପରନୋଭାସକୁ...

Advertisement
Ten Cric Info


Archives

Model This Week