ଜିଏସ୍‌ଟି ଅଧୀନକୁ ଆସିବନି ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୧୮-୬: ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ତେଲ ଓ ବିମାନ କମ୍ପାନୀଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଫଳରେ ତେଲକୁ ନେଇ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ ନାହିଁ। ପେଟ୍ରୋଲ, ଡିଜେଲ ଓ ଏଟିଏଫ୍‌ ବା ବିମାନ ଇନ୍ଧନକୁ ଜିଏସ୍‌ଟି ଅଧୀନକୁ ଆଣିଲେ ରାଜ୍ୟ ସରକାରଗୁଡ଼ିକର ଆୟ ହ୍ରାସ ପାଇବ ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାରଗୁଡ଼ିକ ପେଟ୍ରୋଲ, ଡିଜେଲ, ରିଏଲ ଇଷ୍ଟେଟ ଓ ମଦକୁ ଜିଏସ୍‌ଟି ଅଧୀନକୁ ଆଣିବାକୁ ଚାହୁଁନାହାନ୍ତି। ଏଥିରୁ ସେମାନେ ସର୍ବାଧିକ ଆୟ କରିଥାନ୍ତି। ଜିଏସ୍‌ଟି ଅଧୀନକୁ ତେଲ ଆସିଗଲେ ରାଜ୍ୟଗୁଡ଼ିକର କ୍ଷତି ହେବ। ରାଜ୍ୟ ସରକାରଗୁଡ଼ିକ ପେଟ୍ରୋଲ, ଡିଜେଲ,ଏଟିଏଫ୍‌, ଘର ଉପରେ ଷ୍ଟାମ୍ପ ଡ୍ୟୁଟି ଏବଂ ମଦ ଉପରେ ଏକ୍ସାଇଜ ଡ୍ୟୁଟି ଆଦାୟ କରନ୍ତି। ତେବେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଯେ, ଉକ୍ତ ୩ ପ୍ରକାର ତେଲକୁ ଜିଏସ୍‌ଟି ଅଧୀନକୁ ଆଣିଲେ ମଧ୍ୟ ଗ୍ରାହକଙ୍କୁ ସେଭଳି ଫାଇଦା ମିଳିବ ନାହିଁ। କାରଣ ତେଲ ଉପରେ ସର୍ବାଧିକ ୨୮% ଟିକସ ସହ ସେସ୍‌ ମଧ୍ୟ ଲାଗୁ କରାଯିବ। ଏହାଦ୍ୱାରା କେବଳ ତେଲ କମ୍ପାନୀଗୁଡ଼ିକୁ ଫାଇଦା ମିଳିବ। ଦୁଇବର୍ଷ ପୂର୍ବେ ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ କେତେକ ସାମଗ୍ରୀ ଉପରେ ଟିକସ ଧାର୍ଯ୍ୟ କରିବାର ଅଧିକାର କେବଳ ରାଜ୍ୟ ସରକାରଙ୍କ ହାତରେ ଅର୍ପଣ କରାଯାଇଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପ୍ରତି ୧୯.୪୮ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପ୍ରତି ୧୫.୩୩ ଟଙ୍କା ଉତ୍ପାଦ ଟିକସ ଆଦାୟ କରୁଛନ୍ତି। ସେହିପରି ବିଭିନ୍ନ ରାଜ୍ୟରେ ତେଲ ଉପରେ ସ୍ବତନ୍ତ୍ର ଭ୍ୟାଟ୍‌ ଆଦାୟ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୫୨%

ଭୁବନେଶ୍ୱର,୧-୧୦(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜୁଲାଇରେ ୩୧୯ ପଏଣ୍ଟ ଥିଲା। ଏହା ଅଗଷ୍ଟରେ ୧ ପଏଣ୍ଟ...

ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ର ଚାହିଦା ବଢ଼ୁଛି

ଜାତୀୟ ତଥା ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ଗୁଡ଼ିକର ଆଦର ଆମ ରାଜ୍ୟରେ ବଢ଼ିଚାଲିଛି। ଗ୍ରାହକମାନେ ନିଜ ରୁଚିର ପୋଷାକ ବାଛିବାରେ ମନ ବଳାଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସହରରେ...

ଭଲ ସ୍ଥିତିରେ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୨ ।୩ କୋଭିଡ୍‌ ମହାମାରୀ ସାଙ୍ଗକୁ ଅଶୋଧିତ ତୈଳ ଦର ବୃଦ୍ଧି ଭାରତ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି। ସେହିଭଳି ପରିବା ହାଟରୁ ପରିବହନ...

୧୦ ଲକ୍ଷ କୋଟି ଛୁଇଁପାରେ ଏନ୍‌ପିଏ

ନୂଆଦିଲ୍ଲୀ,୨୫।୪: କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଅନାଦାୟ ଋଣ(ଏନ୍‌ପିଏ) ବୃଦ୍ଧି ଘଟି ୧୦ ଲକ୍ଷ କୋଟି ଟଙ୍କା ଛୁଇଁବା ନେଇ ଆଶଙ୍କା କରାଯାଇଛି।...

ପାସେଞ୍ଜର ଯାନର ରିଟେଲ ବିକ୍ରି ୧୧% ବୃଦ୍ଧି

ନୂଆଦିଲ୍ଲୀ,୨୦-୧୧: ଚଳିତ ବର୍ଷ ଅକ୍ଟୋବରରେ ପାସେଞ୍ଜର ଯାନର ରିଟେଲ ବିକ୍ରିରେ ୧୧% ବୃଦ୍ଧି ଘଟି ୨.୪୮ ଲକ୍ଷ ୟୁନିଟ ରହିଛି। ଗତ ବର୍ଷ ସମାନ ସମୟ...

୭.୫% ରହିବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ, ୭ା୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଗ୍ଲୋବାଲ୍‌ ଇକୋନୋମି ସଙ୍କଟ ମଧ୍ୟରେ ଭାରତର ବିକାଶ ଦର ୭.୫% ରହିବ।...

ଜୁଲାଇରେ ଆଧାର ଆଧାରିତ ନେଣଦେଣ ୨୨ କୋଟି ଟପିଲା

ନୂଆଦିଲ୍ଲୀ,୧୩-୮: ଜୁଲାଇରେ ଆଧାର ଆଧାରିତ ପେମେଣ୍ଟ ପ୍ରଣାଳିରେ ନେଣଦେଣ ୨୨ କୋଟି ଟପିଛିି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ସୋମବାର କହିଛି ଯେ, ଆଧାର...

୧୦୦୦ ତଳକୁ ଖସିଲା ପେଟିଏମ୍‌ ଶେୟାର

ମୁମ୍ବାଇ,୨୦।୧: ଦେଶର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥା ପେଟିଏମ୍‌ ନିବେଶକଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ବୁଧବାର ଏହାର ଶେୟାର ୫%...

Advertisement
Archives

Model This Week